Advertisment

ଖବର ପ୍ରସାରଣ ପରେ....ସ୍କୁଲ ବାରଣ୍ଡାରୁ ଘରକୁ ଫେରିଲେ ବୁଢ଼ା ବାପା

ଓଟିଭିରେ ଖବର ପ୍ରସାରଣ ହେବା ପରେ ଚେତିଲେ ପୁଅ ଓ ବୋହୂ, ସ୍କୁଲ ପିଣ୍ଡାରୁ ଘରକୁ ଫେରାଇ ନେଲେ ବୁଢ଼ା ବାପାଙ୍କୁ

OTV Impact

OTV Impact

Advertisment

ଯାଜପୁର(ଅଭୟ ପତି): ଓଟିଭିର ମହାପ୍ରଭାବ। ୫ମାସ ଧରି ସ୍କୁଲ ବାରଣ୍ଡାରେ ନିର୍ଯାତିତ ଅବସ୍ଥାରେ ପଡିରହିଥିବା ୭୪ ବର୍ଷୀୟ ବୃଦ୍ଧ ବାପାଙ୍କୁ ଶେଷରେ ଘରକୁ ନେଉଛନ୍ତି ପୁଅବୋହୁ। ଇଏ ସେହି ଦୃଶ୍ୟ...୫ ମାସ ହେଲାଣି ପୁଅ-ବୋହୂ ଘରୁ ବାହାର କରିଦେଇଥିବା କାରଣରୁ ସ୍କୁଲ ବାରଣ୍ଡାରେ ଦିନ କାଟୁଥିଲେ। ଆଉ ଏହି ଖବର ପାଇବା ପରେ ଆମେ ଏନେଇ ଖବର ପ୍ରସାରଣ କରିଥିଲୁ। ଖବର ପ୍ରସାରଣ ହେବା ପରେ ଯେଉଁ ପୁଅ ବୋହୂ ବୁଢ଼ା ବାପାକୁ ଘରୁ ବାହାର କରିଦେଇଥିଲେ। ସେମାନେ ଏବେ ସେହି ବୁଢ଼ା ବାପାକୁ ବେକରେ ଫୁଲ ମାଳ ପକାଇବା ସହ ଘରକୁ ପାଛୋଟି ନେଲେ ପୁଅ ବୋହୂ।

Advertisment

ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ବଣିଆଗାଡ଼ିଆ ଗ୍ରାମର ସ୍କୁଲ ବାରଣ୍ଡାରେ ଦୀର୍ଘ ପାଞ୍ଚମାସ ଧରି ପୁଅବୋହୁଙ୍କ ନିର୍ଯାତନା ଅସହ୍ୟ ହେବାରୁ ଘରୁ ଧକ୍କାଖାଇ ଗ୍ରାମର ସ୍କୁଲ ବାରଣ୍ଡାରେ ୭୪ ବର୍ଷୀୟ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ ଜୀବନର ଶେଷ ଅବସ୍ଥାରେ ପଡିରହିଥିଲେ। ଏ ସମ୍ପର୍କରେ ଓଟିଭିରେ ପ୍ରସାରଣ ହେବା ପରେ ପୂର୍ଣ୍ଣଚନ୍ଦ୍ରଙ୍କର ପୁଅବୋହୁ ଶନିବାର ଅପରାହ୍ନରେ ତାଙ୍କ ପାଖରେ ପହଞ୍ଚି ନିଜର ଦୋଷ ସ୍ୱୀକାର କରିବା ସହିତ ଭବିଷ୍ୟତରେ ଆଉକେବେ ଏଭଳି ଘଟିବନାହିଁ ବୋଲି ପ୍ରତିଶ୍ରୁତି ଦେଇ ତାଙ୍କୁ ଘରକୁ ଫେରାଇ ନେଇଛନ୍ତି।

ସୂଚନାଯୋଗ୍ୟ ପନ୍ଦରବର୍ଷ ତଳେ ପୂର୍ଣଚନ୍ଦ୍ରଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା ଏବଂ ତାଙ୍କର ମୃତ୍ୟୁ ପୂର୍ବରୁ ଦୁଇପୁଅ ସମସ୍ତ ସମ୍ପତ୍ତିକୁ ନିଜଭିତରେ ବାଣ୍ଟ କରିନେଇଥିଲେ। ଏହାପରେ ପୂର୍ଣଚନ୍ଦ୍ରଙ୍କ ଭାଗ୍ୟରେ ଅତ୍ୟାଚାର ହିଁ ଲେଖାଯାଇଥିଲା। ଗତ ପାଞ୍ଚମାସ ତଳେ ସାନବୋହୁ କୌଣସି କାରଣରୁ ଧକ୍କା ମାରି ଶ୍ୱଶୁର ପୂର୍ଣଚନ୍ଦ୍ରଙ୍କୁ ଘରୁ ବାହାର କରିଦେଇଥିଲା। ଆଜି ପୂର୍ଣଚନ୍ଦ୍ରଙ୍କୁ ତାଙ୍କର ନାତି ନାତୁଣୀ ଧରିଧରି ନେଉଥିବା ଦୃଶ୍ୟ ସେଠାରେ ଏକ ଭାବାବେଗ ପରିସ୍ଥିତି ସୃଷ୍ଟି କରିଥିଲା। ତେବେ ପୂର୍ଣ୍ଣଚନ୍ଦ୍ର ଘରକୁ ଫେରିବା ପରେ ବେଶ୍‌ ଖୁସି ଥିବା କହିବା ସହ ଗାଁ ଲୋକ ମଧ୍ୟ ଖୁସିବ୍ୟକ୍ତ କରିଛନ୍ତି।

Advertisment
Jajpur Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ