Advertisment

OTV Impact: ଖବର ପ୍ରସାରଣ ପରେ ଚେତିଲେ, HIV ପଜିଟିଭ୍‌ ମହିଳାଙ୍କ ଘରେ ପହଞ୍ଚିଲେ ଡାକ୍ତରୀ ଟିମ୍‌

ଜଣେ HIV ପଜିଟିଭ୍‌ ଗର୍ଭବତୀ ମହିଳାଙ୍କୁ ଚିକିତ୍ସା ନକରାଇ ମେଡିକାଲ୍‌ରୁ ଫେରାଇ ଦେବା ଘଟଣାକୁ ନେଇ ଓଟିଭିରେ ଖବର ପ୍ରସାରଣ ପରେ ମେଡିକାଲ୍‌ କର୍ତ୍ତୃପକ୍ଷ ଚେତିଛନ୍ତି।

ଅଦ୍ୟତନ ହୋଇଛି
Medical Team Visits HIV Positive Woman

Medical Team Visits HIV Positive Woman

Advertisment

ଜଣେ HIV ପଜିଟିଭ୍‌ ଗର୍ଭବତୀ ମହିଳାଙ୍କୁ ଚିକିତ୍ସା ନକରାଇ ମେଡିକାଲ୍‌ରୁ ଫେରାଇ ଦେବା ଘଟଣାକୁ ନେଇ ଓଟିଭିରେ ଖବର ପ୍ରସାରଣ ହୋଇଥିଲା। ତେବେ ଖବର ପ୍ରସାରଣ ପରେ ମେଡିକାଲ୍‌ କର୍ତ୍ତୃପକ୍ଷ ଚେତିଛନ୍ତି। ସମ୍ପୃକ୍ତ ମହିଳାଙ୍କ ଘରେ ଡାକ୍ତରୀ ଟିମ୍‌ ପହଞ୍ଚି ମହିଳା ଏବଂ ତାଙ୍କ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ଉଭୟ ମାଆ ଓ ଶିଶୁ ସୁସ୍ଥ ଥିବା ସିଡିଏମ୍ଓ କହିଛନ୍ତି।

Advertisment

HIV ସଂକ୍ରମିତ ପ୍ରସୂତିଙ୍କ ଚିକିତ୍ସା ନ କରି ଡାକ୍ତର ଫେରାଇ ଦେଇଥିବା ଅଭିଯୋଗ ହୋଇଥିଲା। ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ଅଞ୍ଚଳରୁ ଏଭଳି ସାଂଘାତିକ ଅଭିଯୋଗ ଆସିଥିଲା। 

ସୂଚନାଥାଉ କି, ଗତ ରବିବାର ସ୍ଥାନୀୟ ଅଞ୍ଚଳର ଜଣେ ମହିଳାଙ୍କୁ ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇଥିଲେ। ମାତ୍ର ମହିଳା ଜଣକ ଏଚ୍ଆଇଭି ପଜିଟିଭ୍ ଜାଣିବା ପରେ ଦାୟିତ୍ୱରେ ଥିବା କର୍ମଚାରୀ ତାଙ୍କର ଚିକିତ୍ସା ନ କରି ସେଠାରୁ ଫେରାଇ ଦେବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯିବାକୁ କହିଥିବା ଅଭିଯୋଗ ହୋଇଥିଲା। ଏପରିକି ଆମ୍ବୁଲାନ୍ସ ନ ଦେବାରୁ ପ୍ରସୂତିଙ୍କୁ ପରିବାର ଲୋକେ ବାଇକ୍‌ରେ ଆଣିଥିବା ଅଭିଯୋଗ ହୋଇଥିଲା।। ଘରେ ପହଞ୍ଚିବା ପରେ ମହିଳା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ।

Advertisment
Malkangiri Negligence In Treatment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ