Advertisment

ତପସ୍ୱିନୀ ଆଶ୍ୱସ୍ତ; ମାସକୁ ୧୭ ହଜାର ଗଣିବେ ସ୍ୱାମୀ ସୁମିତ

ତଳ କୋର୍ଟଙ୍କ ରାୟକୁ ଚାଲେଂଜ କରି ହାଇକୋର୍ଟ ଯାଇଥିଲେ ସୁମିତ । ହେଲେ ସୁମିତଙ୍କୁ ମିଳିଲା ଆଉ ଏକ ଝଟକା । ତଳକୋର୍ଟଙ୍କ ରାୟକୁ କାଏମ୍ ରଖିଲେ ହାଇକୋର୍ଟ । ପୂର୍ବରୁ ଦିଆଯାଇଥିବା ନିର୍ଦ୍ଦେଶକୁ ଜାରି ରଖିବା ପାଇଁ ସୁମିତଙ୍କୁ ହାଇକୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି ମାସ ୧୦ରେ ତପସ୍ୱିନିଙ୍କ ଭରଣପୋଷଣ ପାଇଁ ମାସିକ ୧୭ ହଜାର ଟଙ୍କା ପ୍ରଦାନ କରିବାକୁ ସୁମିତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ଅଦ୍ୟତନ ହୋଇଛି
Summit-Tapaswini Marital Dispute

Summit-Tapaswini Marital Dispute

Advertisment

ବ୍ରହ୍ମପୁର ବହୁ ଚର୍ଚ୍ଚିତ ତପସ୍ୱିନୀ-ସୁମିତ ବିବାହ ବିବାଦ ମାମଲାର ବଡ ଶୁଣାଣି କଲେ ଓଡିଶା ହାଇକୋର୍ଟ । ଭରଣପୋଷଣ ନେଇ ତଳକୋର୍ଟଙ୍କ ରାୟକୁ କାଏମ ରଖିଲେ ହାଇକୋର୍ଟ । ପ୍ରତି ମାସ ୧୦ରେ ତପସ୍ୱିନିଙ୍କ ଭରଣପୋଷଣ ପାଇଁ ମାସିକ ୧୭ ହଜାର ଟଙ୍କା ପ୍ରଦାନ କରିବାକୁ ସୁମିତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହା ହେଉଛି ହାଇକୋର୍ଟଙ୍କ ଅନ୍ତରିଣ ରାୟ

Advertisment

ଫେବ୍ରୁଆରୀ ୧୫ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନଧାର୍ଯ୍ୟ ହୋଇଛି। ପ୍ରତିମାସ ୧୦ ତାରିଖ ସୁଦ୍ଧା ୧୭ ହଜାର ଟଙ୍କା ପ୍ରଦାନ ନେଇ ପୂର୍ବରୁ ନିର୍ଦ୍ଦେଶ ଥିଲା । ତଳ କୋର୍ଟଙ୍କ ରାୟକୁ ଚାଲେଂଜ କରି ହାଇକୋର୍ଟ ଯାଇଥିଲେ ସୁମିତ । ହେଲେ ସୁମିତଙ୍କୁ ମିଳିଲା ଆଉ ଏକ ଝଟକା । ତଳକୋର୍ଟଙ୍କ ରାୟକୁ କାଏମ୍ ରଖିଲେ ହାଇକୋର୍ଟ । ପୂର୍ବରୁ ଦିଆଯାଇଥିବା ନିର୍ଦ୍ଦେଶକୁ ଜାରି ରଖିବା ପାଇଁ ସୁମିତଙ୍କୁ ହାଇକୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ନିକଟରେ ସୁମିତଙ୍କ ଘରକୁ କିଛି ମହିଳା ଧସେଇ ପଶିବା ଘଟଣାରେ ପୋଲିସର ନିଷ୍କ୍ରିୟତା ନେଇ ଶୁଣାଣି ହୋଇଥିଲା । ପିଟିସନରେ ତପସ୍ୱିନୀ ଓ ତାଙ୍କ ବାପା ପକ୍ଷଭୁକ୍ତ ହୋଇନଥିବା ଦର୍ଶାଇଥିଲେ କୋର୍ଟ । ଆଉ ଏଥିପାଇଁ ଉଭୟ ତପସ୍ୱିନୀ ଓ ତାଙ୍କ ବାପାଙ୍କୁ ପକ୍ଷଭୁକ୍ତ କରି ହାଇକୋର୍ଟ ନୋଟିସ୍ କରିଥିଲେ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଫେବ୍ରୁଆରୀ ୮କୁ ଦିନ ଧାର୍ଯ୍ୟ କରାଯାଇଛି ।

Advertisment

ଡିସେମ୍ବର ୨୦ ତାରିଖରେ ତପସ୍ୱିନୀ-ଡାକ୍ତର ସୁମିତ ବିବାହ ବିବାଦ ମାମଲାରେ ଭଡ଼ା ଘର ନେଇ ତପସ୍ୱିନୀଙ୍କୁ ରଖିବାକୁ ଡାକ୍ତର ସୁମିତଙ୍କୁ ଏସଡିଜେଏମ୍ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏହାପରେ ତପସ୍ୱିନୀଙ୍କୁ ଶାଶୂଘରେ ପୂରାଇବା ପାଇଁ ବ୍ରହ୍ମପୁର ବ୍ରହ୍ମାନଗର ସ୍ଥିତ ସୁମିତଙ୍କ ଘର ଗ୍ରୀଲ ଭାଙ୍ଗି ପଶିଗଲେ ଶତାଧିକ ମହିଳା।

ଘର ସାମ୍ନାରେ ଧସ୍ତାଧସ୍ତି ପରେ ଗ୍ରୀଲ ଭାଙ୍ଗି ମହିଳାମାନେ ପଶିଥିଲେ। ମେନ୍ ଗେଟ୍ ଭାଙ୍ଗି ଭିତରକୁ ପଶିଗଲେ ସ୍ଥାନୀୟ ମହିଳା। ତପସ୍ୱିନୀଙ୍କୁ ନ୍ୟାୟ ଦେବାକୁ ଗେଟ୍ ଭାଙ୍ଗିଲୁ ବୋଲି କିଛି ମହିଳା କହିଥିଲେ। ଘଟଣା ସ୍ଥଳରେ ପହଞ୍ଚିଲେ ଅତିରିକ୍ତ ଏସ୍‌ପି ପହଞ୍ଚି ବୁଝାସୁଝା କରିଥିଲେ। ଭଙ୍ଗାରୁଜା ନେଇ ସୁମିତଙ୍କ ବାପା ପ୍ରମୋଦ ଥାନାରେ ଏତଲା କରିଥିଲେ।

Advertisment

ଆଉ ଏନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଡାକ୍ତର ସୁମିତଙ୍କ ବାପା ପ୍ରମୋଦ ସାହୁ । ଥାନାରେ ମାମଲା ଦାୟର ହୋଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ କରିଥିଲେ । ତାଙ୍କ ଏବଂ ପରିବାର ସଦସ୍ୟମାନଙ୍କର ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିବା ଦର୍ଶାଇ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Highcourt Summit-Tapaswini Marital Dispute
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ