ଶିଶୁକୁ କୁକୁର କାମୁଡ଼ି ମାରିଦେବା ଘଟଣା: ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

୨୦୧୬ ମସିହା ଡିସେମ୍ବର ମାସରେ ୪ ବର୍ଷର ଶିଶୁପୁତ୍ରକୁ ବୁଲା କୁକୁର କାମୁଡ଼ି ମାରି ଦେଇଥିଲା । ପର୍ଯ୍ୟଟନ ସହର ପୁରୀରେ ଏହି ଲୋମ ଟାଙ୍କୁରା ଘଟଣା ଘଟିଥିଲା । 

କୁକୁର ଝୁଣିବା ପାଇଁ ୧୦ ଲକ୍ଷ ତଣ୍ଡ

କୁକୁର ଝୁଣିବା ପାଇଁ ୧୦ ଲକ୍ଷ ତଣ୍ଡ । ପୁରୀରେ ଜଣେ ଶିଶୁକୁ କୁକୁର କାମୁଡ଼ି କାମୁଡ଼ି ମାରିଦେବା ମାମଲାରେ ପୁରୀ ପୌରପାଳିକାକୁ ୧୦ ଲକ୍ଷ ଟଙ୍କା ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁସାରେ, ୨୦୧୬ ମସିହା ଡିସେମ୍ବର ମାସରେ ୪ ବର୍ଷର ଶିଶୁପୁତ୍ରକୁ ବୁଲା କୁକୁର କାମୁଡ଼ି ମାରି ଦେଇଥିଲା । ପର୍ଯ୍ୟଟନ ସହର ପୁରୀରେ ଏହି ଲୋମ ଟାଙ୍କୁରା ଘଟଣା ଘଟିଥିଲା । ଜଗନ୍ନାଥ କଲୋନୀ ଅଞ୍ଚଳରେ ନିଜ ଘର ବାଡ଼ିରେ ଖେଳୁଥିବା ବେଳେ ଶିଶୁଟି ବୁଲା କୁକୁରଙ୍କର ଶିକାର ହୋଇଥିଲା ।

ଗୁରୁତର ଅବସ୍ଥାରେ ଶିଶୁକୁ ମେଡିକାଲ୍‌ ନିଆଯାଇଥିଲା । ହେଲେ ସେଠାରେ ଶିଶୁର ମୃତ୍ୟୁ ହୋଇଥିଲା । ସହରରେ ବୁଲା କୁକୁରଙ୍କ ପ୍ରାଦୁର୍ଭାବ ବଢ଼ିଥିବା ବେଳେ ପୌର ପ୍ରଶାସନ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଥିଲା ।