Advertisment

ଡିଜିପିଙ୍କ ପରାମର୍ଶ- ଶିଶୁ ଏବଂ ପୀଡ଼ିତାଙ୍କୁ ଭଲ ବ୍ୟବହାର କରିବା ସହ ଅଭିଯୋଗକୁ ଭଲରେ ଶୁଣନ୍ତୁ

ଶିଶୁ ଏବଂ ପୀଡ଼ିତାଙ୍କୁ ଭଲ ବ୍ୟବହାର କରିବା ସହ ଅଭିଯୋଗକୁ ଭଲରେ ଶୁଣି ପଦକ୍ଷେପ ନେବାକୁ ଡିଜିପି ପରାମର୍ଶ ଦେଇଛନ୍ତି। ମହିଳା ଓ ଶିଶୁ ଡେସ୍କକୁ ସୁଦୃଢ କରିବାକୁ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି।

ଅଦ୍ୟତନ ହୋଇଛି
Orientation Programme For Mahila Shishu Help Desk

Orientation Programme For Mahila Shishu Help Desk

Advertisment

ରାଜ୍ୟରେ ମହିଳା ଶିଶୁ ଡେସ୍କ ଠିକ୍ ରୂପେ କାମ କରୁଛି ତ ? ପୀଡିତାଙ୍କୁ ଅଯଥା ହଇରାଣ କରାଯାଉନାହିଁ ତ ? ଅନୋଚିତ ବ୍ୟବହାର ଏବଂ ତଦନ୍ତ ନାଁରେ ବିଳମ୍ବ କରାଯାଉନାହିଁ ତ ? ନ୍ୟାୟ ଦେବା ବଦଳରେ ଅଯଥା ପ୍ରଶ୍ନ କରି ହଇରାଣ କରାଯାଉନାହିଁ ତ ? ଭୁବନେଶ୍ୱର କମିଶନରେଟ କାର୍ଯ୍ୟାଳୟରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରରେ ଏସବୁ ଉପରେ ଡିଜିପି ସୁନୀଲ ବଂଶଲ ଫୋକସ କରିଛନ୍ତି।

Advertisment

ଶିଶୁ ଏବଂ ପୀଡ଼ିତାଙ୍କୁ ଭଲ ବ୍ୟବହାର କରିବା ସହ ଅଭିଯୋଗକୁ ଭଲରେ ଶୁଣି ପଦକ୍ଷେପ ନେବାକୁ ଡିଜିପି ପରାମର୍ଶ ଦେଇଛନ୍ତି। ମହିଳା ଓ ଶିଶୁ ଡେସ୍କକୁ ସୁଦୃଢ କରିବାକୁ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି। ଆଗକୁ ଆଉ ୮ଟି ବ୍ୟାଚ୍‌ରେ ମହିଳା ଓ ଶିଶୁ ଡେସ୍କରେ କାର୍ଯ୍ୟ କରୁଥିବା ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯିବ। 

ବାଲେଶ୍ୱର, ରାଉରକେଲା ଓ ସମ୍ବଲପୁର ଜିଲ୍ଲାରେ ଏଭଳି ଟ୍ରେନିଂ ଦେବାକୁ ପୋଲିସର ଯୋଜନା ରହିଛି।  ପ୍ରଶିକ୍ଷଣ ଶିବିରରେ ଡିଜିପି ସୁନୀଲ ବଂଶଲ, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ପ୍ରମୁଖ ଯୋଗ ଦେଇଥିଲେ। 

Advertisment
Mahila Shishu Help Desk
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ