Advertisment

ଏବେ ବି କୈଳାଶ ପର୍ବତରୁ ଶୁଭୁଛି ଡମ୍ବରୁ-ଓମ୍ ଧ୍ୱନି

ଭାରତର ପୌରାଣିକ ଧାର୍ମ ଗ୍ରନ୍ଥରେ କୈଳାଶ ପର୍ବତର ଏକ ବିଶେଷ ସ୍ଥାନ ରହିଛି। ଭଗବାନ ଶିବଙ୍କ ସହିତ ଏହି ସ୍ଥାନର ଏକ ବିଶେଷ ସମ୍ପର୍କ ଅଛି। ଧାର୍ମିକ ଗ୍ରନ୍ଥ ଅନୁଯାୟୀ, କୈଳାଶ ପର୍ବତ ଭଗବାନ ଶିବଙ୍କ ବାସସ୍ଥାନ ବୋଲି କୁହାଯାଏ। ଏହି କାରଣରୁ, ପ୍ରତିବର୍ଷ ଅନେକ ଭକ୍ତ ଏହି ପବିତ୍ର ସ୍ଥାନକୁ ଭଗବାନଙ୍କ ଦର୍ଶନ ପାଇବାକୁ ଆସନ୍ତି। ବିଶ୍ୱାସ ରହିଛି ଯେ ଭଗବାନ ଶିବ ଏବେ ମଧ୍ୟ ନିଜ ପରିବାର ସହିତ ଏହି ପର୍ବତରେ ରୁହନ୍ତି। ଏହି ପର୍ବତକୁ ସ୍ୱର୍ଗର ସିଡି ବୋଲି ମଧ୍ୟ କୁହାଯାଏ।

Kailash Mountain

Kailash Mountain

Advertisment

ଭାରତର ପୌରାଣିକ ଧାର୍ମ ଗ୍ରନ୍ଥରେ କୈଳାଶ ପର୍ବତର ଏକ ବିଶେଷ ସ୍ଥାନ ରହିଛି। ଭଗବାନ ଶିବଙ୍କ ସହିତ ଏହି ସ୍ଥାନର ଏକ ବିଶେଷ ସମ୍ପର୍କ ଅଛି। ଧାର୍ମିକ ଗ୍ରନ୍ଥ ଅନୁଯାୟୀ, କୈଳାଶ ପର୍ବତ ଭଗବାନ ଶିବଙ୍କ ବାସସ୍ଥାନ ବୋଲି କୁହାଯାଏ। ଏହି କାରଣରୁ, ପ୍ରତିବର୍ଷ ଅନେକ ଭକ୍ତ ଏହି ପବିତ୍ର ସ୍ଥାନକୁ ଭଗବାନଙ୍କ ଦର୍ଶନ ପାଇବାକୁ ଆସନ୍ତି। ବିଶ୍ୱାସ ରହିଛି ଯେ ଭଗବାନ ଶିବ ଏବେ ମଧ୍ୟ ନିଜ ପରିବାର ସହିତ ଏହି ପର୍ବତରେ ରୁହନ୍ତି। ଏହି ପର୍ବତକୁ ସ୍ୱର୍ଗର ସିଡି ବୋଲି ମଧ୍ୟ କୁହାଯାଏ।

Advertisment

ଏହାକୁ ଦୁନିଆର ସବୁଠାରୁ କଠିନ ପର୍ବତଶୃଙ୍ଖଳା ମଧ୍ୟରେ ଗଣାଯାଏ। ଏହା ତିବ୍ଦତ ମାଳଭୂମିଠାରୁ ପ୍ରାୟ ୨୨,୦୦୦ ଫୁଟ ଦୂରରେ ଅବସ୍ଥିତ। ଏହି କାରଣରୁ, ଏହି ସ୍ଥାନ ଆରୋହଣ ପାଇଁ ଯଥେଷ୍ଟ ଅସମ୍ଭବ ବୋଲି କୁହାଯାଏ। ଏପର୍ଯ୍ୟନ୍ତ କେହି ତିବ୍ଦତର କୈଳାଶ ପର୍ବତ ଉପରକୁ ଚଢିବାରେ ସଫଳ ହୋଇ ନାହାଁନ୍ତି।

Advertisment

ଅନେକ ପର୍ବତାରୋହୀ ଏହି ପର୍ବତ ଉପରକୁ ଚଢିବାକୁ ଚେଷ୍ଟା କରିଥିଲେ, କିନ୍ତୁ କେହି ଏଥିରେ ସଫଳତା ପାଇପାରି ନ ଥିଲେ। ଋଷର ପର୍ବତାରୋହୀ ସର୍‌ଗେ ସିଷ୍ଟିଆକୋଭ କୈଳାଶ ପର୍ବତର ବହୁ ନିକଟରେ ପହଞ୍ଚିଥିଲେ। ସେ ତାଙ୍କର ଏକ ସାକ୍ଷାତକାରରେ କହିଛନ୍ତି - ମୁଁ ଏହି ପର୍ବତ ନିକଟରେ ପହଞ୍ଚିବା ମାତ୍ରେ ମୋର ହୃଦସ୍ପନ୍ଦନ ବହୁତ ଦ୍ରୁତ ହୋଇଗଲା।

ସେ ଆହୁରି ମଧ୍ୟ କୁହନ୍ତି ଯେ “ସେହି ସମୟ ମଧ୍ୟରେ ମୁଁ ନିଜକୁ ବହୁତ ଦୁର୍ବଳ ଅନୁଭବ କରୁଥିଲି। ଏହାକୁ ଦୃଷ୍ଟିରେ ରଖି ମୁଁ ଫେରିଯିବାକୁ ସ୍ଥିର କଲି। ଯେତେବେଳେ ତଳକୁ ଗଲି ଧୀରେ ଧୀରେ ମୋର ସ୍ୱାସ୍ଥ୍ୟରେ ଉନ୍ନତି ଆସିଲା। ସେହିଭଳି ଅନ୍ୟ ଜଣେ ପର୍ବତାରୋହୀ କର୍ଣ୍ଣେଲ ଆର୍‌.ସି. ୱିଲସନ୍ ମଧ୍ୟ କହିଛନ୍ତି ଯେ କୈଳାଶ ପର୍ବତ ନିକଟରେ ପହଞ୍ଚିବା ମାତ୍ରେ ହଠାତ୍ ଖୁବ ଜୋରରେ ତୁଷାରପାତ ଆରମ୍ଭ ହୋଇଗଲା, ଯାହା ତାଙ୍କ ରାସ୍ତା ଅବରୋଧ କରି ତାଙ୍କୁ ଆଗକୁ ଯିବାକୁ ଦେଇ ନ ଥିଲା।

Advertisment
Kailash Mountainକୈଳାଶ ପର୍ବତ

ପ୍ରକାଶଥାଉ ଯେ କୈଳାଶ ପର୍ବତ ଉପରେ ୭ ପ୍ରକାରର ଆଲୋକ ରହିଛି। ଏହି ଜ୍ୟୋତିକୁ ଦେଖିଥିବାତ ଅନେକ ଲୋକ କୁହନ୍ତି। ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ ପର୍ବତର ଚୁମ୍ବକୀୟ ଶକ୍ତି ଯୋଗୁଁ ଏଭଳି ହୋଇଥାଏ। ତେବେ ଧାର୍ମିକ ବିଶ୍ୱାସ କୁହେ ଯେ ଏହି ସ୍ଥାନ ପୁଣ୍ୟାତ୍ମାଙ୍କ ବାସ ସ୍ଥାନ।

ଅନେକ ବୈଜ୍ଞାନିକ ସେମାନଙ୍କ ଅଧ୍ୟୟନରେ ପାଇଛନ୍ତି ଯେ ଏହି ସ୍ଥାନରେ ଅଲୌକିକ ଶକ୍ତିର ପ୍ରବାହ ରହିଛି। ଏହି କାରଣରୁ ଅନେକ ତପସ୍ୱୀ ଏହି ପବିତ୍ର ସ୍ଥାନରେ ଆଧ୍ୟାତ୍ମିକ କାର୍ଯ୍ୟକଳାପ କରନ୍ତି, ଯାହାଫଳରେ ସେମାନେ ସମାଧି ପ୍ରାପ୍ତ ପାଇପାରିବେ। କେବଳ ଏତିକି ନୁହେଁ, କୈଳାଶ ପର୍ବତର ଆକୃତି ମଧ୍ୟ ରହସ୍ୟମୟ। ଏହି ପର୍ବତର ଆକୃତି ପିରାମିଡ୍ ପରି ଦେଖାଯାଏ। କୁହାଯାଏ ଯେ କୈଳାଶ ପର୍ବତ ପୃଥିବୀର କେନ୍ଦ୍ର ଅଟେ। ଅନେକ ଲୋକ ଏହି ସ୍ଥାନକୁ ଭୌଗୋଳିକ ପୋଲ୍‌ ବୋଲି ଭାବନ୍ତ।

ଲୋକମାନେ କୁହନ୍ତି ଯେ କୈଳାଶ ମାନସରୋବର ଚାରିପାଖରେ ଡମ୍ବରୁ ଏବଂ ଓମ୍ ଜପ କରିବାର ଶବ୍ଦ ଶୁଣାଯାଏ। ଭଗବାନ ଶିବଙ୍କ ବାସସ୍ଥାନ ହେତୁ ଏହା ହୁଏ ବୋଲି ବିଶ୍ୱାସ କରାଯାଏ। ତେବେ ଏହାର ରହସ୍ୟ ଏପର୍ଯ୍ୟନ୍ତ ଉନ୍ମୋଚିତ ହୋଇପାରି ନାହିଁ।

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ