Advertisment

୧ ଟଙ୍କା ଦେଲେ ମିଳିବ ୭ ଲକ୍ଷ ଜାଣନ୍ତୁ ପୁରା ପକ୍ରିୟା

ପୁରୁଣା ମୁଦ୍ରା ସଂଗ୍ରହ କରୁଥିବା ଲୋକଙ୍କ ପାଇଁ ଖୁସି ଖବର । ସେମାନେ ଏବେ ଘରେ ବସି ପୁରୁଣା ମୁଦ୍ରାକୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରିବା ସହ ଖୁବ୍ ଭଲ ରୋଜଗାର କରିପାରିବେ ।

ଅଦ୍ୟତନ ହୋଇଛି
Old Rs 1 Note can Fetch you Rs 7 Lakh Online. Details Here

Old Rs 1 Note can Fetch you Rs 7 Lakh Online. Details Here

Advertisment

ନୂଆଦିଲ୍ଲୀ: ପୁରୁଣା ମୁଦ୍ରା ସଂଗ୍ରହ କରୁଥିବା ଲୋକଙ୍କ ପାଇଁ ଖୁସି ଖବର । ସେମାନେ ଏବେ ଘରେ ବସି ପୁରୁଣା ମୁଦ୍ରାକୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରିବା ସହ ଖୁବ୍ ଭଲ ରୋଜଗାର କରିପାରିବେ । କାରଣ ୧ ଟଙ୍କା ବଦଳରେ ଆପଣଙ୍କୁ ମିଳିପାରିବ ୭ ଲକ୍ଷ ଟଙ୍କା ।

Advertisment

ପ୍ରାୟ ୨୬ ବର୍ଷ ପୂର୍ବେ ଭାରତ ସରକାରଙ୍କ ପକ୍ଷରୁ ୧ ଟଙ୍କିଆ ନୋଟର ପ୍ରଚଳନକୁ ବନ୍ଦ କରିଦିଆଯାଇଥିଲା । ପରେ ୨୦୧୫ ମସିହା ଜାନୁଆରୀରେ ୧ ଟଙ୍କାର ପୁନଃ ସଂସ୍କରଣ ଅଣାଯିବା ସହ ଏହାକୁ ପୁଣି ଥରେ ଏକ ନୂଆ ରୂପରେଖ ଦିଆଯାଇଥିଲା । ବଜାରର ଦେଣନେଣରେ ବ୍ୟବହୃତ କରାଗଲା । ୧୯୩୫ ମସିହାରେ ଚାଲିଥିବା ବ୍ରିଟିଶ ରାଜ ସମୟରେ ଏହି ନୋଟଟିକୁ ବଜାରରେ ଉପଲବ୍ଧ କରାଯାଇଥିଲା । ଏହି ନୋଟରେ 7 ଲକ୍ଷ ମିଳିପାରିବ । କିନ୍ତୁ ଉକ୍ତ ନୋଟ୍‌ରେ  ଜେ ଡବ୍ଲୁ କେଲି (J W Kelly)ଙ୍କ ଦସ୍ତଖତ ଥିବା ଦରକାର ।

ସେହିପରି ୧୯୫୭ ମସିହାର ୧ ଟଙ୍କା ନୋଟ୍‌ ବଦଳରେ ମଧ୍ୟ ଆପଣଙ୍କୁ ୫୭ ହଜାର ଟଙ୍କା ମିଳିପାରିବ । କେବଳ ଏତିକି ନୁହେଁ ୧୯୬୬ ମସିହାର ନୋଟ୍‌ ବଦଳରେ ୪୫ ହଜାର ଟଙ୍କା ମିଳିପାରିବ । ହେଲେ କେବଳ ଏହି ସବୁ ନୋଟ୍‌ରେ ଅର୍ଥ ମନ୍ତ୍ରଣାଳୟର ପୂର୍ବତନ ମୁଖ୍ୟ ସଚିବ ହିରୁଭାଇ ଏମ୍ ପଟେଲଙ୍କ ଦସ୍ତଖତ ରହିଥିବା ଆବଶ୍ୟକ।

Advertisment

୧୯୭୭ ମସିହାରୁ ୧୯୭୯ ମସିହା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ଅଧୀନରେ ହିରୁଭାଇ ଏମ୍ ପଟେଲ କାର୍ଯ୍ୟ କରିଥିଲେ ଯିଏ ଇନ୍ଦିରା ଗାନ୍ଧୀଙ୍କୁ ପରାସ୍ତ କରି କ୍ଷମତାକୁ ଆସିଥିଲେ। ସେହିସମୟରେ ଏହା ଭାରତର ପ୍ରଥମ ଅଣ-କଂଗ୍ରେସ ସରକାର ଥିଲା।

ଯଦି କାହା ପାଖରେ ଏହି ନୋଟ ଗୁଡିକ ମଧ୍ୟରୁ କୌଣସି ବି ନୋଟ ରହିଛି ତେବେ ସେମାନଙ୍କୁ ‘CoinBazzar’ ୱେବସାଇଟ୍‌କୁ ଯାଇ ସେଥିରେ ନିଜ ନାମ, ଇମେଲ୍‌ ଆଇଡି, ସଂମ୍ପୂର୍ଣ୍ଣ ଠିକଣା ସହ ବିବରଣୀ ଦେଇ ଏକ ଆକାଉଣ୍ଟ କ୍ରିଏଟ୍‌ କରିବାକୁ ପଡିବ । ଏହାପରେ ହିଁ ସେମାନେ ୱେବ୍‌ସାଇଟ୍‌ରେ ଅନ୍‌ଲାଇନ୍‌ ମାଧ୍ୟମରେ ପୁରୁଣା ନୋଟ୍‌କୁ ବିକ୍ରି କରିପାରିବେ । ଏହାସହ ନୋଟ୍‌ର ଅଧିକ ମୂଲ୍ୟ ମଧ୍ୟ ନିର୍ଦ୍ଧାରଣ କରିପାରିବେ । ଫଳରେ ପୁରୁଣା ମୁଦ୍ରା କିଣିବାକୁ ଆଗ୍ରହୀ ଥିବା ବ୍ୟକ୍ତିମାନେ ଏହାକୁ କିଣିବା ପାଇଁ ଆପଣଙ୍କୁ ସିଧା ସଳଖ ଯୋଗାଯୋଗ କରିପାରିବେ ।

Advertisment
Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ