Advertisment

ଜେଜେବାପାଙ୍କ ଷ୍ଟଣ୍ଟ୍ ଦେଖିଲେ ଆପଣଙ୍କ ଆଖି ଖୋସି ହୋଇଯିବ

ସାଧାରଣତଃ ଯୁବକମାନେ ଷ୍ଟଣ୍ଟ୍ ଦେଉଥିବା ଆପଣ ଦେଖିଥିବେ। କିନ୍ତୁ ସୋସିଆଲ୍ ମିଡିଆରେ ଏବେ ଜଣେ ଜେଜେବାପାଙ୍କ ଷ୍ଟଣ୍ଟ୍ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଏହାକୁ ଦେଖିଲେ ଆପଣ ବି ସାଲ୍ୟୁଟ୍ ମାରିବେ।

ଅଦ୍ୟତନ ହୋଇଛି
Old man performed stunt on bike

Old man performed stunt on bike

Advertisment

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ସମସ୍ତ ଭିଡିଓ ମଧ୍ୟରୁ ଏମିତି କିଛି ଅଛି ଯାହାକୁ ଦେଖି ଆପଣ ଚକିତ ହୋଇଯାଆନ୍ତି। ଏପରି ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୂରିବୁଲୁଛି। ଏହି ଭିଡିଓରେ ଜଣେ ବୃଦ୍ଧ ବାଇକ୍‌ରେ ଖତରନାକ ଷ୍ଟଣ୍ଟ୍ କରୁଥିବା ଦେଖାଯାଆନ୍ତି। ତାଙ୍କର ଏହି ବାଇକ୍ ଷ୍ଟଣ୍ଟ୍‌ ଦେଖି ଆପଣ ବିଶ୍ୱାସ କରିବେ ନାହିଁ ଯେ ସେ ଏହି ବୟସରେ ପହଞ୍ଚିଛନ୍ତି ବୋଲି।

Advertisment

ବୃଦ୍ଧ ବ୍ୟକ୍ତିଙ୍କ ସାହସ ଓ ଆତ୍ମବିଶ୍ୱାସ ଦେଖି, ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଉଥିବା ବେଳେ, ସେମାନେ ମଧ୍ୟ ତାଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏହି ବୃଦ୍ଧ ମଉସା ଯେଉଁଭଳି ଭାବେ ଖତରନାକ୍ ଷ୍ଟଣ୍ଟ୍‌ ଦେଖାଉଛନ୍ତି, ଯାହା ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ସାଧାରଣତଃ ଯୁବକମାନେ ଏପରି ହୃଦୟ ବିଦାରକ ଷ୍ଟଣ୍ଟ କରୁଥିବା ଦେଖାଯାଏ, କିନ୍ତୁ ଲୋକମାନେ ଏହି ବୃଦ୍ଧଙ୍କୁ ଦେଖି ଚକିତ ହୁଅନ୍ତି।

ଭାଇରାଲ୍‌ ହେଉଥିବା ଏହି ଭିଡିଓରେ ଜେଜେବାପା ବୟସର ଏହି ବୃଦ୍ଧ ଯୁବକମାନଙ୍କ ପରି ବାଇକ୍ ଉପରେ ବସି ବିପଜ୍ଜନକ ଷ୍ଟଣ୍ଟ୍‌ ଦେଖାଉଛନ୍ତି। ଖିବ କ୍ଷୀପ୍ର ବେଗରେ ବାଇକ୍ ଚଳାଉଥିବାବେଳେ, କେବେବେଳେ ସେ ହ୍ୟାଣ୍ଡେଲରୁ ଉଭୟ ହାତକୁ ଉପରକୁ ଟେକି ଦେଉଛନ୍ତି ତ ପୁଣି କେତେବେଳେ ବାଇକ୍ ଉପରେ ଡେଇଁଥିବାର ଦେଖାଯାଆନ୍ତି।

Advertisment

ଖାଲି ଏତିକି ନୁହେଁ, ସେ ବାଇକ୍‌ର ସିଟ୍ ଉପରୁ ଡେଇଁପଡି ଦୁଇ ହାତକୁ ଉପରକୁ ଟେକି ବୁଲାଉଥିବା ଦେଖାଯାଏ। ଏହି ଭିଡିଓ ଦେଖୁଥିବା ଲୋକମାନେ ବୃଦ୍ଧଙ୍କ ସାହସକୁ ପ୍ରଶଂସା କରୁଛନ୍ତି। ତେବେ ନିଶ୍ଚିତ ଏହା ଭାବରେ ଏକ ଚିନ୍ତାର ବିଷୟ ଯେ ଯଦି କିଛି ଅଘଟଣ ଘଟେ, ତେବେ ଏହା ତାଙ୍କ ଜୀବନ ଉପରେ ବିପଦ ଆଣିପାରେ।

Advertisment

ଏହି ଭିଡିଓକୁ yourenaturegram ନାମକ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସେୟାର କରାଯାଇଛି। ଖବର ଲେଖାହେବା ବେଳକୁ ଏହି ଭିଡିଓକୁ ୧୦ ଲକ୍ଷରୁ ଅଧିକ ଲୋକ ପସନ୍ଦ କରିସାରିଥିଲେ। ଅନେକ ଲୋକ ମଧ୍ୟ ଏହା ଉପରେ ମନ୍ତବ୍ୟ ଦେଇଛନ୍ତି। କିଛି ଲୋକ ବୃଦ୍ଧ ବ୍ୟକ୍ତିଙ୍କ ଶକ୍ତିକୁ କରୋନାର ବୁଷ୍ଟର ଡୋଜ୍‌ର ପ୍ରଭାବ ବୋଲି ବର୍ଣ୍ଣନା କରିଥିବାବେଳେ କିଛି ଲୋକ 'ଯମରାଜ ଆଜି ଛୁଟିରେ ଅଛନ୍ତି’ ବୋଲି ମଜ୍ଜାଳିଆ ଢଙ୍ଗରେ କହିଛନ୍ତି। ମୋଟାମୋଟି ଭାବେ ଲୋକମାନେ ଏହି ଭିଡିଓକୁ ପସନ୍ଦ କରୁଛନ୍ତି ଏବଂ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।

Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ