Advertisment

ଆଖିରେ ଲୁହ, ମନରେ କୋହ: ହେ ପ୍ରଭୁ ! ‘ମୋ ଜେଜେବାପାଙ୍କୁ ଫେରାଇ ଦିଅ’

କୁଆଡ଼େ ଚାଲିଗଲେ ଜେଜେବାପା ?  ମାସେରୁ ଅଧିକ ସମୟ ବିତିଲାଣି ହେଲେ ଜେଜେବାପାଙ୍କର କୌଣସି ପତ୍ତା ମିଳୁନି।

ଅଦ୍ୟତନ ହୋଇଛି
Old Man Missing

Old Man Missing

Advertisment

ଆଖିରୁ ଝରି ଯାଉଛି ଲୁହ। ମନରେ ଅନେକ କଷ୍ଟ। କୁଆଡ଼େ ଚାଲିଗଲେ ଜେଜେବାପା ?  ମାସେରୁ ଅଧିକ ସମୟ ବିତିଲାଣି ହେଲେ ଜେଜେବାପାଙ୍କର କୌଣସି ପତ୍ତା ମିଳୁନି। ଗୋଟିଏ ସହରରୁ ଅନ୍ୟ ସହରକୁ ବୁଲି ବୁଲି ଜେଜେବାପାଙ୍କ ପତ୍ତା ଲଗାଇବାକୁ ଚେଷ୍ଟା କରୁଛି ନାତୁଣୀ। ହେଲେ ଜେଜେବାପାଙ୍କର କୌଣସି ପତ୍ତା ମିଳିପାରିନି। ତଥାପି ଜିଦ୍‌ ଛାଡ଼ି ନାହିଁ ନାତୁଣୀ। ନିଖୋଜ ଜେଜେବାପାଙ୍କୁ ୪୦ରୁ ଅଧିକ ଦିନ ହେଲାଣି ଖୋଜୁଛି ନାତୁଣୀ। ଶେଷରେ ସାଧାରଣ ଜନତାଙ୍କୁ କାକୁତିମିନତି ହୋଇ ନିବେଦନ କରିଛି ନାତୁଣୀ। ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଏହି ଘଟଣା ଘଟିଛି।

Advertisment

ବାଲେଶ୍ୱର ଜିଲ୍ଲା ସୁଗ ଧାନସିମୁଳିଆରେ ଦେବସ୍ମିତା ଚାନ୍ଦଙ୍କ ଘର। ଗତ ଏପ୍ରିଲ ୧ରେ ଛକରୁ ଆସୁଛି କହି ତାଙ୍କ ଜେଜେବାପା ରାମକୃଷ୍ଣ ଚାନ୍ଦ କେଉଁଆଡେ ଚାଲି ଯାଇଛନ୍ତି। ଏନେଇ ଦେବସ୍ମିତା ପୋଲିସ ନିକଟରେ ଏତଲା ଦେଇଥିଲେ, ହେଲେ ପୋଲିସ ପାଖରୁ କିଛି ବିି ଉତ୍ତର ମିଳିନାହିଁ। ଶେଷରେ ଉପାୟ ଶୂନ୍ୟ ହୋଇ ଜେଜେବାପାଙ୍କୁ ଖୋଜିବା ଲାଗି ଫୋନ୍‌ରେ ଜେଜେବାପାଙ୍କ ଫଟୋ ରଖି ଗୋଟିଏ ସହରକୁ ଆଉ ଗୋଟିଏ ସହରକୁ ବୁଲୁଛନ୍ତି ଦେବସ୍ମିତା। ପୁରୀ,ବାଲେଶ୍ୱର, ନୀଳଗିରି ସମେତ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇ ସେ ଜେଜେବାପାଙ୍କ ଫଟୋ ଦେଖାଇ ଖୋଜୁଛନ୍ତି। ବିଭିନ୍ନ ମଠ ଓ ମନ୍ଦିରକୁ ଯାଇ ସେ ଜେଜେବାପାଙ୍କ ବିଷୟରେ ପଚାରି ବୁଝିଛନ୍ତି। ହେଲେ ଜେଜେବାପାଙ୍କ କୌଣସି ପତ୍ତା ତାଙ୍କୁ ମିଳିପାରି ନାହିଁ।

ଯୁକ୍ତ ୩ରେ ପଢୁଥିବା ଦେବସ୍ମିତା ପୂର୍ବରୁ ବାପା ଓ ଦାଦାଙ୍କୁ ହରାଇଛନ୍ତି। ଘରେ ମା, ଜେଜେମା, ଖୁଡ଼ୀ ଓ ପିଉସୀ ଅଛନ୍ତି। ଜେଜେବାପା ହିଁ ଜଣେ ଯିଏ ଘର ଚଳାନ୍ତି। ହେଲେ ସେ ବି କେଉଁଆଡେ ଚାଲିଗଲେ। ଏଭଳି ପରିସ୍ଥିତିରେ ଧୈର୍ଯ୍ୟ ହରାଇ ନହୋଇ ଜେଜେବାପାଙ୍କ ପତ୍ତା ଲଗାଇବାରେ ଲାଗିପଡ଼ିଛନ୍ତି ଦେବସ୍ମିତା।ତାଙ୍କ ଜେଜେବାପାଙ୍କୁ ଫେରାଇ ଆଣିବାକୁ ଲୋକେ ସାହାଯ୍ୟ କରନ୍ତୁ ବୋଲି ସେ ନିବେଦନ କରିଛନ୍ତି। ଦେବସ୍ମିତାଙ୍କ ଏହି ଅଭିଯାନରେ ସାମିଲ ହୋଇଛନ୍ତି ନାରୀ ସୁରକ୍ଷା ମଞ୍ଚ ସଦସ୍ୟ ନିରୁପମା ସାହୁ।

Advertisment
ଆଖିରେ ଲୁହ, ମନରେ କୋହ: ଜେଜେବାପାଙ୍କୁ ଖୋଜୁଛି ନାତୁଣୀଜେଜେବାପାଙ୍କୁ ଖୋଜୁଛି ନାତୁଣୀ

(ନୀଳଗିରିରୁ ବିଶ୍ୱମ୍ବର ଦାଶଙ୍କ ରିପୋର୍ଟ)

Old Man Missing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ