Advertisment

ପୁରୀରୁ ମିଳିଲା ପେଟ୍ରୋଲ, ମାଲିକ ପାଇଲେ ୧ କୋଟି ଟଙ୍କା

ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୁତଳ ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ କରାଯାଇଥିଲା। ସର୍ଭେ ପରେ ଗୋପ ବ୍ଲକର ୨ଟି ସ୍ଥାନରୁ ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିଥିବା ନେଇ ଅଏଲ୍‌ ଇଣ୍ଡିଆ କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା।

ଅଦ୍ୟତନ ହୋଇଛି
Oil And Natural Gas Found In Puri

Oil And Natural Gas Found In Puri

Advertisment

ପୁରୀ ଜିଲ୍ଲା ଗୋପ ଅଞ୍ଚଳରେ ଭୂତଳ ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ପରେ  ୩୭ ଜଣ ଜମି ମାଲିକଙ୍କୁ ମିଳିଲା କ୍ଷତିପୂରଣ ପ୍ରଦାନ କରାଯାଇଛି। ଖନନ ପାଇଁ ୮ ଏକର ଜମି ଚିହ୍ନଟ ହୋଇଥିବା ବେଳେ ୩ ୭ଜଣ ଜମି ମାଲିକଙ୍କୁ କ୍ଷତିପୂରଣ ବାବଦରେ ୧ କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯାଇଛି। 

Advertisment

ସୂଚନା ଅନୁସାରେ, ଗତବର୍ଷ ଅଏଲ୍‌ ଇଣ୍ଡିଆ ଲିମିଟେଡ଼ ଦ୍ୱାରା ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୁତଳ ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ କରାଯାଇଥିଲା। ସର୍ଭେ ପରେ ଗୋପ ବ୍ଲକର ୨ଟି ସ୍ଥାନରୁ ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିଥିବା ନେଇ ଅଏଲ୍‌ ଇଣ୍ଡିଆ କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା। ଏହାପରେ  ଖନନ କାର୍ଯ୍ୟ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଗୋପ ବ୍ଲକ୍‌ ଅନ୍ତର୍ଗତ କୁସୁପୁର ମୌଜାର ୮ ଏକର ଜମି ଚିହ୍ନଟ କରାଯାଇଥିଲା। ଏଥିପାଇଁ ୩୭ ଜଣ ଜମି ମାଲିକଙ୍କୁ କ୍ଷତିପୂରଣ ବାବଦରେ ୧ କୋଟି ଲେଖାଏ ପ୍ରଦାନ କରାଯାଇଛି।

Advertisment

ଗତବର୍ଷ ଓଡିଶା ଉପକୂଳବର୍ତ୍ତୀ ୮ଟି ଜିଲ୍ଲା ଯଥା- ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ସର୍ଭେ କରାଯାଇଥିଲା। ୫ଟି ବ୍ଲକର ୩ ହଜାର ବର୍ଗ କି.ମି. ସର୍ଭେ ପରେ ଗୋପ ବ୍ଲକ ଅଞ୍ଚଳର ୨ଟି ସ୍ଥାନରୁ ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିଥିଲା।

ଉପକୂଳବର୍ତ୍ତୀ ବିଭିନ୍ନ ଜିଲ୍ଲାରେ ସର୍ଭେ କରାଯିବା ପରେ ପୁରୀ ଜିଲ୍ଲା ଅସ୍ତରଙ୍ଗ, କାକଟପୁର, କୋଣାର୍କ ,ଗୋପ ଅଞ୍ଚଳରେ ଭୂତଳରେ ଥିବା ପ୍ରାକୃତିକ ଇନ୍ଧନର ସନ୍ଧାନ କରାଯାଇଥିଲା। ଏଥିପାଇଁ ଅଏଲ୍‌ ଇଣ୍ଡିଆ ଦ୍ଵାରା ନିଯୁକ୍ତ ହାଇଦ୍ରାବାଦର ଆଲ୍‌ଫା ଜିଓ ଇଣ୍ଡିଆ ଲିମିଟେଡ ନାମକ ଏକ ସର୍ଭେ ସଂସ୍ଥା ଦ୍ଵାରା ପ୍ରାଥମିକ ପର୍ଯ୍ୟାୟରେ ସାଟଲାଇଟ ଚିତ୍ର ମାଧ୍ୟମରେ  ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୦୦ ଫୁଟ୍‌ ବୋରିଙ୍ଗ କରାଯାଇ ଏହି ଗର୍ତ୍ତ ମଧ୍ୟରେ ଡିନାମାଇଟ ବ୍ଳାଷ୍ଟିଙ୍ଗ କରାଯାଇଥିଲା।

Advertisment
Natural Gas Found In Puri Oil And Natural Gas Found
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ