Advertisment

ଥରେ ଚାର୍ଜ କଲେ ୩୫ କି.ମି. ଗଡୁଛି ସାଇକେଲ୍‌, ପେଡାଲ୍ ମାରିଲେ ହେଉଛି ରିଚାର୍ଜ

୧୮ ବର୍ଷୀୟ ପ୍ରଭୁଦତ୍ତ ସତରେ କମାଲ୍ କରି ଦେଖାଇଛନ୍ତି। ଲକଡାଉନ୍ ବେଳେ ସେ ନିଜ ସାଇକେଲକୁ ବୁଦ୍ଧି ଖର୍ଚ୍ଚ କରି ଇ-ସାଇକେଲ କରିଦେଲେ। ଖୁବ୍ ଅଳ୍ପ ଟଙ୍କା ଦରକାର ଏଥିପାଇଁ। ଥରଟିଏ ଚାର୍ଜ ହେଲେ ଯାଉଛି ୩୫ କମି। ବାଟରେ ଯଦି ଚାର୍ଜ ସରିଗଲା ତେବେ ଚିନ୍ତା ନାହିଁ। ପେଡାଲ୍ ମାରି ସାଇକେଲ ଚଳାଇଲେ ତାହା ରିଚାର୍ଜ ହେଇଯିବ।

ଅଦ୍ୟତନ ହୋଇଛି
Odisha Youth Develops New Electric Bike With Unique Features

Odisha Youth Develops New Electric Bike With Unique Features

Advertisment

ଦୃଢ଼ ଇଛାଶକ୍ତି ଥିଲେ ସବୁକିଛି ଯେ ସମ୍ଭବ । ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି ଅନୁଗୋଳର ଛାତ୍ର ପ୍ରଭୁଦତ୍ତ ମହାପ୍ରସଦ ପଣ୍ଡା। । ଲକଡାଉନ୍ ବେଳେ ସେ ନିଜ ସାଇକେଲକୁ ବୁଦ୍ଧି ଖର୍ଚ୍ଚ କରି ଇ-ସାଇକେଲରେ ପରିବର୍ତ୍ତନ କରିଦେଲେ। ଖୁବ୍ ଅଳ୍ପ ଟଙ୍କା ଖର୍ଚ୍ଚ କରି ସେ ଏହି ଇ-ସାଇକେଲ୍‌କୁ ତିଆରି କରିଛନ୍ତି । ଯାହା ଥରଟିଏ ଚାର୍ଜ ହେଲେ ୩୫ କମି ପର୍ଯ୍ୟନ୍ତ ଯାଇପାରୁଛି । ବାଟରେ ଯଦି ଚାର୍ଜ ସରିଗଲା ତେବେ ମଧ୍ୟ କୌଣସି ଚିନ୍ତା ନାହିଁ। କାରଣ ପେଡାଲ୍ ମାରି ସାଇକେଲ ଚଳାଇଲେ ତାହା ପୁଣି ରିଚାର୍ଜ ହେଇଯିବ ।

Advertisment

ସୂଚନା ଅନୁସାରେ, କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜରେ ଇଲେକ୍ଟ୍ରିକାଲ ଟ୍ରେଡ଼ରେ B. Tech ପଢୁଥିବା ୧୮ ବର୍ଷୀୟ ପ୍ରଭୁଦତ୍ତଙ୍କର ପିଲାଟି ଦିନରୁ ସବୁବେଳେ କିଛି ନୂଆ କରିବାକୁ ଆଗ୍ରହ ଥିଲା। ଲକଡାଉନ ସମୟରେ ଯେତେବେଳେ ଅନ୍‌ଲାଇନ୍‌ କ୍ଲାସ ହେଉଥିଲା ସେତେବେଳେ ସେ ଘରେ ରହି ନିଜର ସାଇକେଲକୁ ଏକ ଇ-ସାଇକେଲରେ ପରିଣତ କରିଦେଲେ। ୧୮ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ଡ୍ରାଇଭିଂ ଲାଇସେନ୍ସ ନଥାଏ। ତେଣୁ ଏମାନେ କିପରି ଗାଡ଼ି ଚଲାଇ ପାରିବେ ସେଥିପାଇଁ ସେ ଏହି ଇ-ସାଇକେଲ କରିଛନ୍ତି ।

ସାଇକେଲ ପ୍ରତି ପ୍ରଭୁଦତ୍ତଙ୍କ ଅହେତୁକ ଦୁର୍ବଳତା ଥିଲା। ସେ କିଭଳି ନିଜ ସାଧାରଣ ସାଇକେଲକୁ ଇ -ସାଇକେଲରେ ରୂପାନ୍ତରିତ କରିବେ ସେ ନେଇ କାମ ଆରମ୍ଭ କରିଥିଲେ। ତାଙ୍କ ଭିତରେ ନିଶା ଏତେ ଥିଲା ଯେ ମାତ୍ର ୫ ଦିନ ମଧ୍ୟରେ ନିଜର ସାଧାରଣ ସାଇକେଲକୁ ଇ-ସାଇକେଲରେ ରୂପାନ୍ତରିତ କରିଦେଇଥିଲେ। ଏଥିପାଇଁ ସେ 250 watt PMDC ମୋଟର, 24 Volt 12ah ଲିଥିୟମ ବ୍ୟାଟେରୀ ଓ କଣ୍ଟ୍ରୋଲର ସହ ହେଡଲାଇଟ ଓ ହର୍ଣ୍ଣ ପାଇଁ ଅଵଶ୍ୟକ ସାମଗ୍ରୀ ବ୍ୟବହାର କରିଛନ୍ତି ।

Advertisment

ମାର୍କେଟରେ ମିଳୁଥିବା ଇ-ସାଇକେଲଠାରୁ ଏହାର ଦାମ କମ୍। ଥରେ ଏହା ଚାର୍ଜ ହେଲେ ୩୦ରୁ ୩୫ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ । ମଝିରେ ଚାର୍ଜ ସରିଗଲେ ମଧ୍ୟ ଚିନ୍ତା ନାହିଁ। କାରଣ ପେଡ଼ାଲ ମାରି ଇ-ସାଇକେଲକୁ କିଛି ସମୟ ମଧ୍ୟରେ ହିଁ ପୁଣି ଥରେ ରିଚାର୍ଜ କରିହେବ। ଏହା ଇଲେକ୍ଟ୍ରିକ କରେଣ୍ଟ ସହ ସୋଲାର ପ୍ୟାନେଲ ଦ୍ୱାରା ରିଚାର୍ଜ ମଧ୍ୟ ହୋଇପାରିବ।

ପ୍ରଭୁଦତ୍ତ ପୂର୍ବରୁ ଅଟୋମେଟିକ ସାନିଟାଇଜର ମେସିନ ନିର୍ମାଣ କରି ଚର୍ଚ୍ଚାକୁ ଆସିଛନ୍ତି। ସବୁବେଳେ କିଛି ନୂଆ ଉଦ୍ଭାବନ ପାଇଁ ଆଗ୍ରହ ରଖୁଥିବା ପ୍ରଭୁଦତ୍ତଙ୍କ ଇ-ସାଇକେଲକୁ ନେଇ ସବୁଆଡୁ ତାଙ୍କ ପାଖକୁ ଶୁଭେଚ୍ଛାର ବାର୍ତ୍ତା ଆସୁଛି ।

Advertisment
Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ