Advertisment

ମୃତ୍ୟୁ ପରେ ଦୁଇ ଜଣକୁ ଦୁନିଆ ଦେଖିବାର ଶକ୍ତି ଦେଇଗଲେ ମାୟାଦେବୀ

ଜଣେ ସାଧାରଣ ମଣିଷ ଚାହିଁଲେ ଅସାଧାରଣ କାମଟିଏ କରିପାରିବେ। ଏହିପରି ଜଣେ ମହିଳା ହେଲେ ସୁନ୍ଦରଗଡ଼ ଜିଲ୍ଲା ମାୟାଦେବୀ। ବୟସ୍କା ମହିଳାଙ୍କର ଦୁଇ ଦିନ ତଳେ ଦେହାନ୍ତ ହୋଇଛି। କିନ୍ତୁ ଯିବା ଆଗରୁ ସେ ଦୁଇଜଣଙ୍କୁ ଦୁନିଆର ଆଲୋକ ଦେଖିବାର ଶକ୍ତି ଦେଇଯାଇଛନ୍ତି।

ଅଦ୍ୟତନ ହୋଇଛି
Odisha Woman

Odisha Woman

Advertisment

ରାଜଗାଙ୍ଗପୁର (ବିଶ୍ଵକେତନ ରାୟ) : ଚକ୍ଷୁଦାନ ( Eye Donation ) କରି ଅମର ହୋଇଗଲେ ମାୟାଦେବୀ । ନିଜେ ଆରପାରିକୁ ଚାଲିଗଲେ, ଆଉ ଦୁଇ ଜଣଙ୍କୁ ଦୁନିଆ ଦେଖିବାର ଶକ୍ତି ଦେଇଗଲେ । ଆଜୀବନ ଅଜଣା ଅଶୁଣା ହୋଇ ବଞ୍ଚି ରହିଥିବା ମହିଳା ଜଣକ ମୃତ୍ୟ ପରେ କଲେ ମହାନ୍ କାମ । ପରିବାର ଲୋକଙ୍କ ସହମତି ପରେ ତାଙ୍କ ଆଖିକୁ ଦାନ କରାଯାଇଛି ।

Advertisment

ସୁନ୍ଦରଗଡ ଜିଲ୍ଲା ରାଜଗଙ୍ଗପୁରର ମାୟାଦେବୀ । ଦୁଇ ଦିନ ପୂର୍ବରୁ ତାଙ୍କର ଦେହାନ୍ତ ହୋଇଯାଇଛି । ହେଲେ ବଞ୍ଚିଥିବା ସମୟରେ ସେ ପରିବାର ଲୋକଙ୍କୁ ବାରମ୍ବାର ଗୋଟିଏ କଥା କହୁଥିଲେ । ମରିଗଲା ପରେ ଆଖିକୁ ନଷ୍ଟ ହେବାକୁ ନଦେଇ ଦାନ କରିଦେବ ବୋଲି କହୁଥିଲେ । ଫଳରେ ଆଉ କେହି ସେହି ଆଖିରେ ଦୁନିଆ ଦେଖିବାର ସୁଯୋଗ ପାଇବ ।

ତେବେ ମା’ଙ୍କ ମୃତ୍ୟୁ ପରେ ପରିବାର ସଦସ୍ୟ ଶେଷ ଇଚ୍ଛା ରଖିବା ପାଇଁ ଲାଗି ପଡ଼ିଥିଲେ । ପରିବାର ଲୋକେ ସ୍ଥାନୀୟ ମାରୱାଡି ମହିଳା ସମିତିକୁ ଖବର ଦେଇଥିଲେ । ମହିଳା ସମିତିର ସଭ୍ୟା ଏବଂ ରାଉରକେଲା ସ୍ଥିତ ଇସ୍ପାତ ଜେନେରାଲ ହସ୍ପିଟାଲର ଚକ୍ଷୁ ବିଭାଗର ସହାୟତାରେ ରମାଦେବୀଙ୍କ ଚକ୍ଷୁ ଗ୍ରହଣ କରାଯାଇଥିଲା । ରାଉରକେଲା ସ୍ଥିତ ଆଇଜିଏଚରୁ ବିଭାଗୀୟ କର୍ମଚାରୀ ଆସି ଏହି କାର୍ଯ୍ୟଟିକୁ ସମ୍ପାଦନ କରିଥିଲେ ।

Advertisment

ମୋ ମାଆଙ୍କ ଆଖିରେ ଆଉ ଦୁଇ ଜଣ ଦୁନିଆ ଦେଖିବେ । ଏଥିପାଇଁ ମୁଁ ବହୁତ ଖୁସି । ଆଉ ଏପରି ପୁଣ୍ୟ କାମ ସମସ୍ତେ କରନ୍ତୁ ବୋଲି କହିଛନ୍ତି ମାୟାଦେବୀଙ୍କ ଝିଅ ସବିତା ଲାଠ ।

ତେବେ ଏହି ଚକ୍ଷୁ ଦାନ ଘଟଣାଟି ରାଜଗାଙ୍ଗପୁର ସହରରେ ପ୍ରଥମ ବୋଲି ଆଲୋଚନା ହେଉଥିବା ବେଳେ ପରିବାର ଲୋକେ ମା’ଙ୍କ ଏହି ମହତ ଦାନ ପାଇଁ ନିଜକୁ ଗର୍ବିତ ମନେ କରୁଛନ୍ତି । ଅନ୍ୟପଟେ ଏହି ମହତ କାମରୁ ଲୋକେ ଅନୁପ୍ରାଣିତ ହେବେ ବୋଲି ମହିଳା ମଞ୍ଚ ପକ୍ଷରୁ କୁହାଯାଇଛି ।

Advertisment
Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ