Advertisment

ପୁଅ, ସ୍ୱାମୀଙ୍କୁ ଛାଡ଼ି ଅନ୍ୟ ପୁରୁଷ ସହ ସ୍ତ୍ରୀ ଫେରାର !

ପୋଲିସ ମହିଳାଙ୍କ ସ୍ୱାମୀଙ୍କୁ ବାରମ୍ବାର ଥାନାକୁ ଡକାଉଥିବାରୁ ମାନସିକ ନିର୍ଯାତନାର ଶିକାର ହେଉଥିବା ବ୍ୟକ୍ତି ଜଣକ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦ କରି ନ୍ୟାୟ ନପାଇବା ଯାଏ ଥାନା ଆଗରେ ଧାରଣା ଦେବାକୁ ମହିଳାଙ୍କ ସ୍ୱାମୀ ଓ ତାଙ୍କ ସମ୍ପର୍କୀୟ ଚେତାବନୀ ଦେଇଛନ୍ତି।

Odisha woman elopes with another man

Odisha woman elopes with another man

Advertisment

ପୁଅ ଓ ସ୍ୱାମୀଙ୍କୁ ଛାଡ଼ି ଅନ୍ୟ ପୁରୁଷ ସହିତ ସ୍ତ୍ରୀ ଫେରାର। ପରେ ସ୍ୱାମୀ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ମହିଳା ଜଣକ ଥାନାରେ ଏତଲା ଦେଇଛନ୍ତି।  ଏହି ମାମଲାରେ ପୋଲିସ ମହିଳାଙ୍କ ସ୍ୱାମୀଙ୍କୁ ବାରମ୍ବାର ଥାନାକୁ ଡକାଉଥିବାରୁ ମାନସିକ ନିର୍ଯାତନାର ଶିକାର ହେଉଥିବା ବ୍ୟକ୍ତି ଜଣକ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦ କରି ନ୍ୟାୟ ନପାଇବା ଯାଏ ଥାନା ଆଗରେ ଧାରଣା ଦେବାକୁ ମହିଳାଙ୍କ ସ୍ୱାମୀ ଓ ତାଙ୍କ ସମ୍ପର୍କୀୟ ଚେତାବନୀ ଦେଇଛନ୍ତି।

Advertisment

ରାଜଧାନୀ ଭୁବନେଶ୍ୱରରେ ରହୁଥିବା ପ୍ରବୀଣ କୁମାର ମହାପାତ୍ର ନାମକ ଜଣେ ବ୍ୟକ୍ତି, ତାଙ୍କ ବୃଦ୍ଧା ମା’ ଏହି ଅଭିଯୋଗ ଆଣିଛନ୍ତି। ପ୍ରବୀଣଙ୍କ ଅଭିଯୋଗ, ତାଙ୍କ ପତ୍ନୀ କିଛି ମାସ ପୂର୍ବରୁ ତାଙ୍କୁ ଓ ତାଙ୍କ ୯ ବର୍ଷର ପୁଅକୁ ଛାଡ଼ି ଅନ୍ୟ ଜଣେ ବିବାହିତ ପୁରୁଷଙ୍କ ସହ ପଳାଇ ଯାଇଥିଲେ। ପତ୍ନୀ ତାଙ୍କୁ ଛାଡ଼ିକି ଯିବାପରେ ସେ ଏବେ ପୁଅ ଓ ପରିବାରର ଅନ୍ୟ ସଦସ୍ୟଙ୍କ ସହ ରହୁଛନ୍ତି। ହେଲେ ପତ୍ନୀ ତାଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣି ତାଙ୍କୁ ହଇରାଣ କରୁଥିବା ପ୍ରବୀଣ ଅଭିଯୋଗ ଆଣିଛନ୍ତି। 

ତାଙ୍କୁ ହଇରାଣ କରିବା ଓ ଅସୁବିଧାରେ ପକାଇବା ପାଇଁ ଭୁବନେଶ୍ୱର ମହିଳା ଥାନା ଓ ମହିଳା କମିଶନରେ ପତ୍ନୀ ଅଭିଯୋଗ କରିଥିବା ପ୍ରବୀଣ କହିଛନ୍ତି। ସେ କହିଛନ୍ତି, ‘ପତ୍ନୀଙ୍କ ଏଭଳି କାର୍ଯ୍ୟକଳାପରେ ମୁଁ ଡ୍ରିପେସନରେ ଅଛି। ମୋ ପୁଅ ସଦ୍‌ମାରେ ଅଛି। ଆମକୁ ବଞ୍ଚିବାକୁ କାହିଁକି ଦେଉ ନାହାନ୍ତି ? ବାରମ୍ବାର କାହିଁକି ସେ ଏଭଳି କରୁଛନ୍ତି ମୁଁ କିଛି ଜାଣିପାରୁନି।’

Advertisment

ଥାନା ଓ ମହିଳା କମିଶନରଙ୍କ ଡାକରା ପାଇ ଆସୁଥିଲେ ମଧ୍ୟ ଅଭିଯୋଗକାରିଣୀ ପତ୍ନୀଙ୍କ ଦେଖା ମିଳୁନି। ପୋଲିସ କିମ୍ବା ମହିଳା କମିଶନ ଅଭିଯୋଗକାରିଣୀଙ୍କୁ ନ ଡକାଇ ତାଙ୍କୁ କାହିଁକି ବାରମ୍ବାର ଡକାଇ ମାନସିକ ନିର୍ଯାତନା ଦେଉଛନ୍ତି ବୋଲି ପ୍ରବୀଣ ପ୍ରଶ୍ନ କରିଛନ୍ତି। ଏନେଇ ତାଙ୍କ ପରିବାର ଲୋକ ମାନସିକ ସ୍ତରରେ ଅଶାନ୍ତି ରହୁଛନ୍ତି।

Woman Elope
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ