Advertisment

ମୃତ ପୁଅର ଅଧୁରା ସ୍ୱପ୍ନକୁ ପୂରଣ କଲା ମାଆ, ଧନ ସମ୍ପତ୍ତି ସହ ଦାନ କରିଦେଲେ ଶରୀର

ଦୁନିଆରେ ମାଆ ହେଉଛି ଏମିତି ଏକ ଶବ୍ଦ, ଯାହା କି ଦୁନିଆର ସବୁଠାରୁ ଶକ୍ତିଶାଳୀ। ଆଉ ମାଆ ହେଉଛି ଏମିତି ଏକ ସଂଜ୍ଞା, ଯାହା ଖୋଜି ପାଇବା ବୋଧ ହୁଏ ଏ ମଣିଷ ସମାଜ ପାଇଁ କଷ୍ଟକର। ଆପଣମାନେ ଅନେକ ମାଆ-ପୁଅଙ୍କ କଥା ଶୁଣିଥିବେ, ଯେଉଁଠି ମାଆର ଅଧୁରା ସ୍ୱପ୍ନକୁ ପୂରଣ କରିଥାଏ ପୁଅ। ହେଲେ ଏଠି ସଂପୂର୍ଣ୍ଣ ଓଲଟା। ମାଆ ପୂରଣ କଲା ପୁଅର ଅଧୁରା ସ୍ୱପ୍ନ...

Special Story

Special Story

Advertisment

ପୁଅର ସ୍ମୃତିରେ ସମସ୍ତ ସଂପତ୍ତି ଦାନ କରିଦେଲେ ମହିଳା। ଖାଲି ସେତିକି ନୁହେଁ ନିଜର ଶରୀର ବି ଦାନ କରିଦେଲେ। ଜଣେ ମାଆ ତାର ପୁଅ ଆଶାକୁ ପୂରଣ କରିଛି। ସୁଷମାଙ୍କ ପରି ଜଣେ ମହାନ ମଣିଷ ତଥା ମାଆ ହିସାବରେ ସେ ସମାଜକୁ ଯେଉଁ ଦିଗଦର୍ଶନ ଦେଇଛନ୍ତି ତାହା ବୋଧହୁଏ ଏକ ବିରାଟ ଉଦାହରଣ ହୋଇ ରହିବ। ମାତ୍ର ୨୩ ବର୍ଷ ବୟସରେ ପୁଅ ଆରପାରିକୁ ଚାଲିଯିବା ପରେ ଶ୍ରାଦ୍ଧ ବାର୍ଷିକୀରେ ପୁଅର ଆଶା ପୂରଣ କରି ଏହି ମାଆ ଆଜି ଚର୍ଚ୍ଚାରେ l ପୁଅ ମୃତ୍ୟୁର ୨ ବର୍ଷ ପରେ ତା ଇଛା ପୂରଣ କରିବା ପାଇଁ ମାଆ ତାର ନିଜ ଶରୀର ସହିତ ସମସ୍ତ ଧନସମ୍ପତ୍ତିକୁ ଟ୍ରଷ୍ଟକୁ ଦାନ କରି ଦେଇଛି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଅଇଁରୀ ଗାଁରେ।

Advertisment

ସୋର ବ୍ଲକ ଅଇଁରୀ ଗାଁର ସୁଷମା ପାଢ଼ୀ। ଗତ ୨ ବର୍ଷ ପୂର୍ବରୁ ଏକ ଦୁର୍ଘଟଣାରେ ପୁଅ ଦୀପ୍ତିକାନ୍ତ ପାଢ଼ୀଙ୍କ ଜୀବନ ଚାଲି ଯାଇଛିl ସବୁବେଳେ ସମାଜସେବାରେ ନିଜକୁ ନିୟୋଜିତ କରି ଦେଇଥିଲେ ଦୀପ୍ତିକାନ୍ତl ପୁଅ ଆରପାରିକୁ ଚାଲିଯିବା ପରେ ସୁଷମାଙ୍କ ଏବେ ଏକୁଟିଆ ହୋଇ ଯାଇଛନ୍ତି। କିନ୍ତୁ କେବେ ଭାଙ୍ଗି ପଡ଼ି ନାହାନ୍ତି l ଦୁନିଆ ଆଗରେ ପୁଅକୁ ଜୀବିତ କରି ରଖିବା ପାଇଁ ନିଜର ସମସ୍ତ ଧନ, ସମ୍ପତ୍ତି ସହିତ ନିଜ ଶରୀରକୁ ପୁଅର ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକରେ ଦିପ୍ତୀବନ୍ଧୁ ସ୍ୱେଚ୍ଛାସେବୀ ସଂଗଠନ ନାମକ ଏକ ଟ୍ରଷ୍ଟକୁ ଦାନ କରି ଦେଇଛନ୍ତି।

ବୟସର ଅପରାହ୍ନରେ ପ୍ରତ୍ୟେକ ବୃଦ୍ଧ, ବୃଦ୍ଧା ପୁଅ ଉପରେ ନିର୍ଭର କରିଥାନ୍ତି। ହେଲେ ମୃତ ଦୀପ୍ତିକାନ୍ତଙ୍କ ୫୬ ବର୍ଷର ମାଆ ସୁଷମା ପାଢ଼ୀ ଏବେ ସମାଜ ପାଇଁ ଉଦାହରଣ ପାଲଟି ଯାଇଛନ୍ତି। ଏପରିକି ମହତ କାମକୁ ଦୀପ୍ତିକାନ୍ତଙ୍କ ମାମୁଁ ପ୍ରଶଂସା କରିବା ସହ ଭଣଜାର ଶେଷ ଇଛା ପାଇଁ ଏହି ଟ୍ରଷ୍ଟରେ ନିଜେ କାମ କରି ବୃଦ୍ଧ ବୃଦ୍ଧାମାନଙ୍କର ସେବା କରିବା ପାଇଁ ଇଛା ରଖିଛନ୍ତି। ସେହି ଉଦ୍ଦେଶ୍ୟରେ କଟକର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜକୁ ଶରୀର ଦାନ କରିବା ପାଇଁ ଟ୍ରଷ୍ଟ ସହିତ ଚୁକ୍ତି ମଧ୍ୟ କରିଛନ୍ତି ।

Advertisment

ବାଲେଶ୍ୱର ସୋରରୁ ନିରଂଜନ ବେହେରାଙ୍କ ରିପୋର୍ଟ

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ