Advertisment

‘ଏ ମୋ ପୁଅ ନୁହଁ, ଶବ ବଦଳି ଯାଇଛି...ହେଲେ ଏମାନେ କହୁଛନ୍ତି ଅନ୍ୟ ଜଣଙ୍କ ମୃତଦେହ ନେଇ ଯାଅ ’

ପୁଅର ମୃତଦେହ ନେବାକୁ କୋଲକାତାରୁ ଓଡ଼ିଶା ଆସି ପହଞ୍ଚିଛନ୍ତି ଜଣେ ମହିଳା। ହେଲେ ଏଠି ପହଞ୍ଚିବା ପରେ ସେ ତାଙ୍କ ପୁଅର ଶବ ପାଉ ନଥିବା ଅଭିଯୋଗ କରିଛନ୍ତି।

ଅଦ୍ୟତନ ହୋଇଛି
West Bengal woman forced to take dead body of other instead of his son dead body

West Bengal woman forced to take dead body of other instead of his son dead body

Advertisment

‘ପୁଅର ଶବ ନେବାକୁ ପଶ୍ଚିମବଙ୍ଗରୁ ଆସିଥିଲି। ଯେଉଁ ନମ୍ବର ଦେଖି ହସ୍ପିଟାଲ୍‌ରେ ପହଞ୍ଚି ଥିଲି, ହସ୍ପିଟାଲ୍‌ କର୍ତ୍ତୃପକ୍ଷ ନା ସେହି ନମ୍ବର ଦେଖାଇଲେ ନା ଶବ। ସେମାନେ ଆମକୁ ଅନ୍ୟ ନମ୍ବର ଦେଖାଇ ମୃତଦେହ ନେବାକୁ କହୁଛନ୍ତି। ହେଲେ ନା ମୁଁ ସେ ପିଲାକୁ ଚିହ୍ନିଛି ନା ସେ ପିନ୍ଧିଥିବା ପୋଷାକ ମୋ ପୁଅ ପିନ୍ଧିଥିବା ପୋଷାକ ସହ ମିଶୁଛି’। ଏଭଳି କିଛି କହିଛନ୍ତି ଜଣେ ହତଭାଗିନୀ ମା’। ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାରେ ତାଙ୍କ ପୁଅର ଜୀବନ ଚାଲି ଯାଇଛି।

Advertisment

ଆଉ ପୁଅର ମୃତଦେହ ନେବାକୁ କୋଲକାତାରୁ ଓଡ଼ିଶା ଆସି ପହଞ୍ଚିଛନ୍ତି ଏହି ମହିଳା। ହେଲେ ଏଠି ପହଞ୍ଚିବା ପରେ ସେ ତାଙ୍କ ପୁଅର ଶବ ପାଉ ନଥିବା ଅଭିଯୋଗ କରିଛନ୍ତି। ଏମ୍ସ ହସ୍ପିଟାଲ୍‌ ପରିସରରେ ଯେଉଁ ମୃତ ବ୍ୟକ୍ତିଙ୍କ ଫଟୋ ଲଗା ଯାଇଛି, ସେଥିରୁ ଦେଖି ପୁଅକୁ ସେ ଚିହ୍ନି ସାରିଛି। ହେଲେ ଦୁର୍ଭାଗ୍ୟ, ହସ୍ପିଟାଲ କର୍ତ୍ତୃପକ୍ଷ ଅନ୍ୟ ଜଣଙ୍କ ମୃତଦେହ ନେବାକୁ ତାଙ୍କୁ ବାଧ୍ୟ କରୁଥିବା ସେ ଅଭିଯୋଗ କରିଛନ୍ତି। 

ସମ୍ପୃକ୍ତ ମହିଳାଙ୍କ କହିବା ଅନୁସାରେ, ଯେଉଁ ନମ୍ବର ଦେଖି ସେ ପୁଅର ଶବ ନେବାକୁ ଏଠାକୁ ଆସିଥିଲେ, ହସ୍ପିଟାଲ୍‌ କର୍ତ୍ତୃପକ୍ଷ ନା ସେହି ନମ୍ବର ଦେଖାଇଲେ ନା ଶବ। ବରଂ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ତାଙ୍କୁ ଅନ୍ୟ ଜଣଙ୍କ ମୃତଦେହ ନେବାକୁ ବାଧ୍ୟ କରୁଥିବା ସେ ଅଭିଯୋଗ କରିଛନ୍ତି। ଏଭଳି ସ୍ଥିତିରେ ସେ କ’ଣ କରିବେ ନା କ’ଣ ନାହିଁ, ଏନେଇ ଚିନ୍ତାରେ ଥିବା ସେ କହିଛନ୍ତି। 

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ