Advertisment

ପଥର ତଳେ ଶିଳ୍ପୀଙ୍କ ଭାଗ୍ୟ: ମିଳୁନି ପଥର, ହାତ ବାନ୍ଧି ବସିଛନ୍ତି କାରିଗର

ପଥର ଅଭାବରୁ କାମ ନପାଇ କାରିଗରମାନେ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି। ଖଣି ଖାଦାନ ଉପରେ ସରକାରୀ କଟକଣା ଲାଗିବା ପରେ ଏଭଳି ସ୍ଥିତି ଉପୁଜିଛି।

ଅଦ୍ୟତନ ହୋଇଛି
Odisha sculptors face hardship due to unavailability of stones

Odisha sculptors face hardship due to unavailability of stones

Advertisment

ସଙ୍କଟରେ ପଥର ଶିଳ୍ପୀ, ମିଳୁନି ପଥର। ଖଣି ଖାଦାନ ବନ୍ଦ ପରେ ଏବେ ଚିନ୍ତାରେ ପଥର ଶିଳ୍ପୀ। କରୋନା ପାଇଁ ଦୀର୍ଘ ୨ ବର୍ଷ ପାଇଁ ପଥର ଶିଳ୍ପୀଙ୍କ ବେପାର ଏକ ପ୍ରକାର ଠପ୍ ହୋଇଯାଇଥିଲା। ହେଲେ କରୋନା ପରେ ସବୁ କିଛି ସ୍ୱାଭାବିକ ହେଉଥିବା ବେଳେ ପଥର ଶିଳ୍ପୀଙ୍କ ଭାଗ୍ୟ କିନ୍ତୁ ସେହି ପଥର ତଳେ ରହିଯାଇଛି। କାରଣ ବର୍ତ୍ତମାନ ରାଜ୍ୟରେ ପଥରର ଘୋର ଅଭାବ ଦେଖାଦେଇଛି। ଫଳରେ କାରିଗରମାନେ ହାତ ବାନ୍ଧି ବସିଛନ୍ତି। ସରକାରଙ୍କ ଷ୍ଟୋନ୍ ବ୍ୟାଙ୍କିଂ ବ୍ୟବସ୍ଥା ଯାହା କେବଳ ଫାଇଲରେ ରହିଯାଇଛି। କିନ୍ତୁ ସେପଟେ ବିଭାଗୀୟ ଅଧିକାରୀ କହୁଛନ୍ତି, ଶିଳ୍ପୀମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି।  

Advertisment

ପଦ୍ମ ପୁରସ୍କାର ପ୍ରାପ୍ତ ସ୍ଥପତିମାନେ ବି ଚିନ୍ତାରେ। ପଥର ଅଭାବରୁ କାମ ନପାଇ କାରିଗରମାନେ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି। ଖଣି ଖାଦାନ ଉପରେ ସରକାରୀ କଟକଣା ଲାଗିବା ପରେ ଏଭଳି ସ୍ଥିତି ଉପୁଜିଛି। ପଥର ଅଭାବରୁ ଦେଶ ବିଦେଶରୁ ଆସୁଥିବା ଅର୍ଡରକୁ ଇଚ୍ଛା ଥାଇ ବି ଆମ ରାଜ୍ୟର ଶିଳ୍ପୀ ରଖି ପାରୁ ନାହାନ୍ତି। ଏପରିକି ରାଜ୍ୟର ବିଶିଷ୍ଟ ସ୍ଥପତିମାନେ ବି ଏବେ ହାତ ଟେକି ବସିଲେଣି।

ଉଚ୍ଚା ଦରରେ ରାଜସ୍ଥାନରୁ ପଥର ଆଣି କାରିଗର କାଁ ଭାଁ ମୂର୍ତ୍ତି ତିଆରି କରୁଛନ୍ତି। ଆଉ ଯେଉଁମାନଙ୍କ ପାଖରେ ସମ୍ବଳ ନାହିଁ, ସେଠି ଏବେ ତାଲା ଝୁଲୁଛି। ହସ୍ତଶିଳ୍ପ ବିଭାଗ କାରିଗରମାନଙ୍କୁ ପଥର ଯୋଗାଇବା ଲାଗି ଷ୍ଟୋନ୍ ବ୍ୟାଙ୍କିଂ ବ୍ୟବସ୍ଥା କରିଥିଲା। ହେଲେ ତାହା ଏବେ ଫାଇଲରେ ରହିଯିବାରୁ ପଥର ଶିଳ୍ପୀମାନେ ନିରାଶ ହୋଇଥିବା ଅଭିଯୋଗ ହୋଇଛି। 

Advertisment

ଖିଚିଂରୁ ଗ୍ରାନାଇଟ ଓ ଖୋର୍ଦ୍ଧା ତାପଙ୍ଗରୁ ମୂର୍ତ୍ତି ଲାଗି କାରିଗରଙ୍କ ପାଖରେ ପଥର ପହଞ୍ଚୁଥିଲା। ହେଲେ ବେଆଇନ ଭାବେ ଚାଲିଥିବା ପଥର ଖନନ ଉପରେ ନିୟମ କଡ଼ାକଡ଼ି ହୋଇଛି। ଫଳରେ ଖଣି ବନ୍ଦ ରହିଛି। କିନ୍ତୁ ଏହାର ସିଧାସଳଖ ପ୍ରଭାବ ପଥର ଶିଳ୍ପୀଙ୍କ ଉପରେ ପଡ଼ିଛି। ସରକାରଙ୍କ ଯେପରି ଏଥିପ୍ରତି ନିଘା ନାହିଁ।  କୋଭିଡ୍ ପାଇଁ ୨ ବର୍ଷ ଷ୍ଟୋନ୍ ବ୍ୟାଙ୍କିଂ ବ୍ୟବସ୍ଥା ହୋଇପାରିନଥିଲା। ବର୍ତ୍ତମାନ ସ୍ଥିତି ସ୍ୱାଭାବିକ ଥିବାରୁ ଆବଶ୍ୟକ ପଥର ଶିଳ୍ପୀମାନଙ୍କୁ ଯୋଗାଇ ଦେବାକୁ ପଦକ୍ଷେପ ନିଆଯାଉଛି।  

(ରିପୋର୍ଟ- ଜଗଦୀଶ ଦାସ, ଭୁବନେଶ୍ୱର)

Odisha Sculptors Stones
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ