Advertisment

ଭାରତ ପ୍ରଶାସନିକ ସେବା ନିୟମ ସଂଶୋଧନ ପ୍ରସଙ୍ଗ: କେନ୍ଦ୍ର ପ୍ରସ୍ତାବରେ ସହମତି ହେଲାନି ରାଜ୍ୟ

କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଭାରତ ପ୍ରଶାସନିକ ସେବା ନିୟମ ସଂଶୋଧନ ଉପରେ ରାଜ୍ୟ ସରକାର ଆପତ୍ତି ଉଠାଇଛନ୍ତି। ବିଭିନ୍ନ ରାଜ୍ୟ ଏହାକୁ ବିରୋଧ କରିବା ପରେ ଓଡ଼ିଶା ସରକାର ମଧ୍ୟ ଏହି ପ୍ରସ୍ତାବରେ ସହମତି ହୋଇ ନାହାନ୍ତି।

IAS Cadre Rules

IAS Cadre Rules

Advertisment

କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଭାରତ ପ୍ରଶାସନିକ ସେବା ନିୟମ ସଂଶୋଧନ ଉପରେ ରାଜ୍ୟ ସରକାର ଆପତ୍ତି ଉଠାଇଛନ୍ତି। ଏନେଇ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି। ବିଭିନ୍ନ ରାଜ୍ୟ ଏହାକୁ ବିରୋଧ କରିବା ପରେ ଓଡ଼ିଶା ସରକାର ମଧ୍ୟ ଏହି ପ୍ରସ୍ତାବରେ ସହମତି ହୋଇ ନାହାନ୍ତି।  

Advertisment

ପୂର୍ବ ପ୍ରଚଳିତ ନିୟମ ଲାଗୁ କରିବା, ଖାଲି ଥିବା ପ୍ରଶାସନିକ ସେବା ପଦ ପୂରଣ କରିବା ଉପରେ ରାଜ୍ୟ ସରକାର ଦାବି କରିଛନ୍ତି। ଯଦି ସେଣ୍ଟ୍ରାଲ ଡେପୁଟେସନରେ ଅଫିସରମାନଙ୍କୁ ନିଆଯିବ ତା’ହାଲେ ଉନ୍ନୟନମୂଳକ ଯୋଜନା ବାଧାପ୍ରାପ୍ତ ହେବା ସହ ଯୋଜନା କାର୍ଯ୍ୟକାରୀ ହୋଇପାରିବ ନାହିଁ। 

IAS ଏବଂ IPSଙ୍କ ଡେପୁଟେସନ ନିୟମ ସଂଶୋଧନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ବିରୋଧ କରିଛନ୍ତି। କେନ୍ଦ୍ର ସରକାରଙ୍କ ଅଧୀନକୁ କୌଣସି କର୍ମଚାରୀଙ୍କୁ ନେବା ପୂର୍ବରୁ ସେମାନଙ୍କ ସହମତି ଆବଶ୍ୟକ ବୋଲି ବିଜେଡି ସାଂସଦ ଅମର ପଟ୍ଟନାୟକ ମତ ପ୍ରକାଶ କରିଛନ୍ତି। 

Advertisment

କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ଭାରତୀୟ ପ୍ରସାଶନିକ ସେବା ନିୟମ ୧୯୫୪ର ଧାରା ୬ରେ ସଂଶୋଧନ ପ୍ରସ୍ତାବ ଉପରେ ଓଡ଼ିଶା ସମ୍ମତି ପ୍ରକାଶ କରିନଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି। ପୂର୍ବରୁ ଏହି ପ୍ରସ୍ତାବକୁ ନେଇ ମହାରାଷ୍ଟ୍ର, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଛତିଶଗଡ଼ ଓ ରାଜସ୍ଥାନ ସରକାର ଆପତ୍ତି ଉଠାଇଥିଲେ। ଏହି ପ୍ରସ୍ତାବକୁ ରାଜ୍ୟ କଂଗ୍ରେସ ମଧ୍ୟ ବିରୋଧ କରିଛି। ତେବେ ପ୍ରସ୍ତାବକୁ ରାଜ୍ୟ ବିଜେପି ସମର୍ଥନ କରିଛି।ୟ

ପ୍ରସ୍ତାବ ଅନୁସାରେ, ଏଣିକି ଆଇଏଏସ୍ ଓ ଆଇପିଏସ୍ ଅଫିସରଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ନେବା ଲାଗି ଆଉ ରାଜ୍ୟମାନଙ୍କ ଅନୁମତି ଆବଶ୍ୟକ ହେବ ନାହିଁ। ବର୍ତ୍ତମାନର ନିୟମ ଅନୁସାରେ, କେଉଁ ଅଫିସର କେନ୍ଦ୍ରୀୟ ଡେପୁଟେସନରେ ଯିବେ, ରାଜ୍ୟମାନେ ତାର ଏକ ତାଲିକା ପ୍ରଦାନ କରନ୍ତି। ଜାନୁଆରୀ ୨୫ ସୁଦ୍ଧା ପକ୍ଷ ରଖିବା ଲାଗି ରାଜ୍ୟମାନଙ୍କୁ କୁହାଯାଇଛି। 

Advertisment
IAS Cadre Rules
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ