ବଢିଛି ରାଜ୍ୟ ସରକାରଙ୍କ ଖଣି ରାଜସ୍ୱ; ମାଇନିଂ କ୍ଷେତ୍ରରେ ବ୍ୟବହାର ହେବ ଡ୍ରୋନ୍ ଟେକ୍ନୋଲୋଜି

ବଢିଛି ରାଜ୍ୟ ସରକାରଙ୍କ ଖଣି ରାଜସ୍ୱ । ୨୦୨୧-୨୨ରେ ରାଜ୍ୟ ସରକାଙ୍କ ଖଣି ରାଜସ୍ୱ ୩୫୦ ପ୍ରତିଶତ ବଢ଼ି ୪୯ ହଜାର କୋଟି ଟଙ୍କାରେ ପହଞ୍ଚିଛି ।

ବଢିଛି ରାଜ୍ୟ ସରକାରଙ୍କ ଖଣି ରାଜସ୍ୱ; ମାଇନିଂ କ୍ଷେତ୍ରରେ ବ୍ୟବହାର ହେବ ଡ୍ରୋନ୍ ଟେକ୍ନୋଲୋଜି

ବଢିଛି ରାଜ୍ୟ ସରକାରଙ୍କ ଖଣି ରାଜସ୍ୱ । ୨୦୨୧-୨୨ରେ ରାଜ୍ୟ ସରକାଙ୍କ ଖଣି ରାଜସ୍ୱ ୩୫୦ ପ୍ରତିଶତ ବଢ଼ି ୪୯ ହଜାର କୋଟି ଟଙ୍କାରେ ପହଞ୍ଚିଛି । ଚଳିତ ଅଆର୍ଥିକ ବର୍ଷ ମଧ୍ୟ ସମାନ ପରିମାଣର ରାଜସ୍ୱ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି ।

ଏହି ଉଦ୍ଦେଶ୍ୟରେ ଚଳିତ ଆର୍ଥିକ ବର୍ଷ ୪ଟି ଖଣି ନିଲାମ ପାଇଁ ଟେଣ୍ଡର ଡକାସରିଛି । ଏହାପରେ ବଢିଛି ରାଜ୍ୟ ସରକାରଙ୍କ ଖଣି ରାଜସ୍ବ ଆଉ ୧୨ଟି ଖଣି ନିଲାମ ପାଇଁ ଲକ୍ଷ୍ୟ ରଖିଛନ୍ତି । ଭୁବନେଶ୍ୱରରେ ଆୟୋଜିତ ମାଇନିଂ ଇଞ୍ଜିନିୟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆର ତୃତୀୟ ସର୍ବଭାରତୀୟ କାଉନସିଲ ବୈଠକରେ ଖଣି ନିର୍ଦ୍ଦେଶକ ଦେବୀଦତ୍ତ ବିଶ୍ୱାଳ ଯୋଗଦେଇ ଏହି ସୂଚନା ଦେଇଛନ୍ତି ।

ମାଇନିଂ କ୍ଷେତ୍ରରେ ସ୍ୱଚ୍ଛତା ଆଣିବାକୁ ଓଡ଼ିଶା ସରକାର ରାଡୋ, ଆର୍ଜିଏସ୍ଏଲ୍ ଭଳି ଟେକ୍ନୋଲୋଜି ବ୍ୟବହାର କରିଛନ୍ତି । ଖୁବ୍‌ ଶୀଘ୍ର ଡିଜିଟାଲ ସିଗ୍ନେଚର ବ୍ୟବସ୍ଥା ମଧ୍ୟ କାର୍ଯ୍ୟକାରୀ ହେବ । ଭୁବନେଶ୍ୱରରେ ଆୟୋଜିତ ସେମିନାରରେ ମାଇନିଂ କ୍ଷେତ୍ରରେ ନୂଆଁ ଟେକ୍ନୋଲୋଜି ବ୍ୟବହାର ଉପରେ ଗୁରୁତ୍ୱାରୋପ କରାଯାଇଛି ।

ଏହାଛଡ଼ା ମାଇନିଂ କ୍ଷେତ୍ରରେ ଡ୍ରୋନ୍ ଟେକ୍ନୋଲୋଜି ବ୍ୟବହାର ପାଇଁ ମଧ୍ୟ ସରକାର ଖଣି ମାଲିକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏନେଇ ଖଣି ମନ୍ତ୍ରୀ କହିଛନ୍ତି, ରାଜ୍ୟରେ କୋଇଲା ସଂକଟ ନାହିଁ । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ନାଲ୍କୋକୁ କୋଇଲା ଯୋଗାଣ ବାଧାପ୍ରାପ୍ତ ହୋଇଥିଲା । ହେଲେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏବେ କେନ୍ଦ୍ର ସରକାର ନାଲ୍କୋକୁ କୋଇଲା ଯୋଗାଣ ସ୍ୱାଭାବିକ କରିବାକୁ ପଦକ୍ଷେପ ନେଉଛନ୍ତି ।