Advertisment

ଜମି କିଣାବିକା ପାଇଁ ଅନଲାଇନ ସ୍ଲଟ୍ ବୁକିଂ ବାଧ୍ୟତାମୂଳକ, ଜାଣନ୍ତୁ କେମିତି କରିବେ ବୁକିଂ ?

ଜମି କିଣାବିକାରେ ବଦଳିଲା ନିୟମ । ଏଣିକି ଜମି ରେଜିଷ୍ଟ୍ରେସନ ପାଇଁ ବାଧ୍ୟତାମୂଳକ ଅନଲାଇନ ସ୍ଲଟ୍ ବୁକିଂ । ବିନା ସ୍ଲଟ ବୁକିଂରେ ହୋଇ ପାରିବନି ଜମି କିଣାବିକା । ଇନସ୍ପେକ୍ଟର ଜେନେରାଲ ଅଫ ରେଭେନ୍ୟୁ ପକ୍ଷରୁ ପ୍ରକାଶିତ ହୋଉଛି ଏହି ବିଜ୍ଞପ୍ତି।

Land Registration

Land Registration

Advertisment

ଏଣିକି ଜମି କିଣିବା କିମ୍ବା ବିକିବା ପାଇଁ ବାରମ୍ବାର ରେଜିଷ୍ଟାର ଅଫିସ ଦୌଡିବାକୁ ପଡିବନି କି ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡିବନି। କାରଣ ରେଜିଷ୍ଟ୍ରେସନ୍ ପାଇଁ ଆଜିଠୁ ଅନଲାଇନ୍ ସ୍ଲଟ୍ ବୁକିଂକୁ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର। ଏହାଦ୍ବାରା ଅନଲାଇନରେ ସ୍ଲଟ ବୁକ୍ କରି ନିର୍ଦ୍ଦାରିତ ସମୟରେ ତହସିଲ କିମ୍ବା ରେଜିଷ୍ଟାର ଅଫିସରେ ପହଞ୍ଚି ରେଜିଷ୍ଟ୍ରେସନ କରି ହେବ। ହେଲେ ଏ ବ୍ୟବସ୍ଥା ନେଟୱର୍କ ଓ ଇଣ୍ଟରନେଟ୍ କାମ କରୁନଥିବା ଦୁର୍ଗମ ଅଞ୍ଚଳରେ କେମିତି କାମ କରିବ ତାକୁ ନେଇ ଉଠିଛି ପ୍ରଶ୍ନ ।

Advertisment

ଜମି କିଣାବିକାରେ ବଦଳିଲା ନିୟମ । ଏଣିକି ଜମି ରେଜିଷ୍ଟ୍ରେସନ ପାଇଁ ବାଧ୍ୟତାମୂଳକ ଅନଲାଇନ ସ୍ଲଟ୍ ବୁକିଂ । ବିନା ସ୍ଲଟ ବୁକିଂରେ ହୋଇ ପାରିବନି ଜମି କିଣାବିକା । ଇନସ୍ପେକ୍ଟର ଜେନେରାଲ ଅଫ ରେଭେନ୍ୟୁ ପକ୍ଷରୁ ପ୍ରକାଶିତ ହୋଉଛି ଏହି ବିଜ୍ଞପ୍ତି। ଯେଉଁଥିରେ ସ୍ପଷ୍ଟ ଉଲ୍ଲେଖ ଅଛି ଆଜିଠୁ ଅନଲାଇନ ସ୍ଲଟ ବୁକ ବିନା ହୋଇ ପାରିବନି ରେଜିଷ୍ଟ୍ରେସନ୍।

ଗେଜେଟ୍ ନୋଟିଫିକେସନ୍ ଅନୁସାରେ ଯଦି କେହି ଅନଲାଇନ୍ ବୁକିଂ କରିବାରେ ବିଫଳ ହୋଇଛନ୍ତି, ତେବେ ରେଜିଷ୍ଟାରଙ୍କ ପାଖରେ ଯଥୋଚିତ କାରଣ ଦର୍ଶାଇ ଆବେଦନ କରି ସ୍ଲଟ ବୁକିଂ ଲାଗି ଅନୁମତି ନେଇପାରିବେ। ରାଜ୍ୟରେ ଜମି କିଣାବିକାକୁ ସହଜ ଓ ସ୍ୱଚ୍ଛ କରିବାକୁ ସରକାର ଏହି ନିଷ୍ପତ୍ତି ନେଇଥିବା ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି।

Advertisment

ଜମି କିଣିବା ବା ବିକିବା ପାଇଁ ଆପଣ କେମିତି କରିବେ ସ୍ଲଟ୍ ବୁକିଂ କରିବେ ଜାଣନ୍ତୁ..

  • ଏଥିପାଇଁ ଆପଣଙ୍କୁ IGR ବା ଇନସ୍ପେକ୍ଟର ଜେନେରାଲ ଅଫ ରେଭେନ୍ୟୁଙ୍କ ୱେବସାଇଟ୍କୁ ଯିବାକୁ ହେବ ।
  • ସେଠାରେ ଆଇ ଡି ପ୍ରୁଫ ଏବଂ ମୋବାଇଲ ନଂ ଦେଇ ନିର୍ଦ୍ଦିଷ୍ଟ ତାରିଖ ପାଇଁ ସ୍ଲଟ ବୁକ୍ କରିବେ। 

ବୁକିଂ ପରେ ଆପଣଙ୍କୁ ନିର୍ଦ୍ଦିଷ୍ଟ ସମୟସୀମା ଦିଆଯିବ। ସେହି ସମୟ ଭିତରେ ତହସିଲ ଏବଂ ସବ-ରେଜିଷ୍ଟାର ଅଫିସରେ ପହଞ୍ଚି ଆପଣ ରେଜିଷ୍ଟ୍ରେସନ କରିପାରିବେ। ତେବେ ଏହି ବ୍ୟବସ୍ଥା ଏବେ ଅନେକ ରେଜିଷ୍ଟାର ଅଫିସରେ ଲାଗୁ ହୋଇସାରିଥିବା ବେଳେ ଆଜିଠୁ ଏହାକୁ ବାଧ୍ୟତାମୂଳକ କରାଯାଇଛି। 

Advertisment

ଏହି ନିୟମ ଦ୍ବାରା ଲୋକଙ୍କୁ ଅଧିକ ଥର ଅଫିସ ଦୌଡିବାକୁ ପଡିବ ନାହିଁ। ହେଲେ ଏବେ ଯେଉଁଠି ଯେଉଁଠି ଏ ବ୍ୟବସ୍ଥା ଲାଗୁ ହୋଇଛି ସେଠି ଗ୍ରାହକଙ୍କ ଅଭିଯୋଗ କୋଣସି କାରଣରୁ ନିର୍ଦ୍ଦାରିତ ସ୍ଲଟ ବୁକିଂରୁ ଗୋଟିଏ ମିନିଟ ବି ବିଳମ୍ବ ହେଲେ ସେଦିନ ଆଉ ରେଜିଷ୍ଟ୍ରେସନ କରି ହେଉନି । ଏହାବାଦ୍ ଦୁର୍ଗମ ଅଞ୍ଚଳରେ ବା ନେଟୱାର୍କ କି ଇଣ୍ଟରନେଟ ନଥିବା ଅଞ୍ଚଳରେ କିଭଳି ଏହା କାର୍ଯ୍ୟକାରୀ ହେବ ତାକୁ ନେଇ ଅସନ୍ତୋଷ ଦେଖାଦେଇଛି।

ସରକାର କହୁଛନ୍ତି ଦେଶରେ ଏଭଳି ବ୍ୟବସ୍ଥା ପ୍ରଥମ । ହେଲେ ଏହି ଯୋଜନା କାର୍ଯ୍ୟକାରୀ ହେଲେ ବନ୍ଦ ହେବ ତ ରେଜିଷ୍ଟ୍ରାର ଅଫିସରେ ଚାଲିଥିବା ଲାଞ୍ଚ କାରବାର, ହଟିବ ତ ମିଡିଲମ୍ୟାନ୍ ବ୍ୟବସ୍ଥା? ଯେଉଁ ସ୍ଥାନରେ ନେଟୱର୍କ କିମ୍ବା ଇଣ୍ଟରନେଟ୍ ବ୍ୟବସ୍ଥା କାମ କରୁନି, ସେଠି କେମିତି କାର୍ଯ୍ୟକାରୀ ହେବ ଅନଲାଇନ୍ ସ୍ଲଟ୍ ବୁକିଂ ତାକୁ ନେଇ ଉଠି ପ୍ରଶ୍ନ।

Land Registration
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ