Advertisment

୨୯ ବର୍ଷ ପରେ ବାପା ପାଖକୁ ଫେରିଲା ଝିଅ, ଲୁହରେ ଭିଜିଲା ଆଖି

୨୯ ବର୍ଷ ତଳେ ଟଙ୍କା ଅଭାବରୁ କୁନି ଝିଅକୁ ଆଶ୍ରମରେ ଛାଡି ଦେଇଥିଲେ ବାପା। ପରେ ମାମିନାଙ୍କ କୌଣସି ଖୋଜ ଖବର ବି ନଥିଲା..କିନ୍ତୁ ୨୯ ବର୍ଷ ପରେ ନିଜର ଅସଲ ଠିକଣା ପାଇବା ପରେ ସ୍ୱାମୀଙ୍କୁ ଧରି ଜନ୍ମମାଟିକୁ ଫେରିଛନ୍ତି ମାମିନା। ଦୀର୍ଘଦିନ ପରେ ଘରକୁ ଫେରିଥିବାରୁ ଖୁସିରେ ଗଦଗଦ ପରିବାର ଲୋକ..

Odisha Girl

Odisha Girl

Advertisment

୨୯ ବର୍ଷ ପରେ ଘରକୁ ଫେରିଲା ଝିଅ । ଖୁସିରେ ଗଦଗଦ ପୂରା ପରିବାର । ଘଟଣାଟି ଶୁଣିବାକୁ ଯେତିକି ଆଶ୍ଚର୍ଯ୍ୟ ସେତିକି ମର୍ମସ୍ପର୍ଶୀ ମଧ୍ୟ । ପରିବାରର ଅଭାବ ପାଇଁ ୨୯ ବର୍ଷ ତଳେ ଝିଅକୁ ଆଶ୍ରମରେ ଛାଡିଦେଇଥିଲେ ବାପା-ମାଆ । କିଛି ଦିନ ଝିଅ ସହ ସମ୍ପର୍କରେ ବି ଥିଲେ କିନ୍ତୁ କୁନି ଝିଅ ମାମିନାର କୌଣସି ଖୋଜଖବର ମିଳିନଥିଲା । ଝିଅ କୁଆଡ଼େ ଗଲା ସେତେବେଳେ ବାପା-ମାଆ ଖୋଜିଥିଲେ କିନ୍ତୁ କିଛି ପାଇନଥିଲେ ।

Advertisment

ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ ଦୀର୍ଘ ୨୯ ବର୍ଷ ପରେ ମାଆ କୋଳକୁ ଫେରିଲା ଝିଅ । ହୁଏତ କଥା ଶୁଣିବା ପରେ ଆପଣମାନେ ଆଶ୍ଚର୍ଯ୍ୟ ହେଉଥିବେ ଆଉ କହିବେ ଏହା ସମ୍ଭବ ହେଲା କେମିତି? ହଁ, ଏହା ସମ୍ଭବ ହୋଇଛି ମାମିନାଙ୍କ କ୍ଷେତ୍ରରେ । କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ଗୁଜାପାଙ୍ଗା ଗ୍ରାମର କୃଷ୍ଣଚନ୍ଦ୍ର ରଣାଙ୍କର ୫ ଜଣ ସନ୍ତାନ ଥିଲେ। ହେଲେ ଆର୍ଥିକ ଅନାଟନ ପାଇଁ ୧୯୯୩ ମସିହାରେ ନିଜର ୩ ମାସର ଶିଶୁ କନ୍ୟା ମାମିନାକୁ ଉଦୟଗିରିର ସୁଭଦ୍ରା ମହତାବ ଆଶ୍ରମଠାରେ ଛାଡ଼ିଦେଇଥିଲେ। କିଛିଦିନ ଝିଅ ସହ ସମ୍ପର୍କରେ ରହିଲେ ହେଲେ ପରେ କିଛି ଖୋଜଖବର ମିଳିନଥିଲା। ହେଲେ ଆଜି ମାମିନା ଘରକୁ ଫେରିବା ପରେ ସ୍ଥାନୀୟ ଅଂଚଳରେ ବେଶ୍‌ ଚର୍ଚ୍ଚା ଚାଲିଛି।

୨୯ ବର୍ଷ ପୂର୍ବେ ବେଲଜିୟମର ଦମ୍ପତ୍ତି ମାମିନାଙ୍କୁ ପୋଷ୍ୟ କନ୍ୟା ଭାବରେ ଗ୍ରହଣ କରିଥିଲେ। କେବଳ ଗ୍ରହଣ କରିଥିଲେ ତାହା ନୁହେଁ ବରଂ ତାଙ୍କର ଲାଲନପାଳନ ସହ ସବୁ ଦାୟିତ୍ୱ ବି ନେଇଥିଲେ। ହେଲେ ମାମିନା କିଛି ମାସ ପୂର୍ବରୁ କମ୍ବୋଡିଆ ବୁଲିଯାଇଥିଲେ, ଯେଉଁଠାରେ ତାଙ୍କୁ ସେଠାକାର ଆଂଗ୍ଲୋ ଇଣ୍ଡିଆନମାନେ ମାମିନାକୁ ପ୍ରଶ୍ନ କରିଥିଲେ କି ତୁମେ କଣ ଅଂଗ୍ଲୋ ଇଣ୍ଡିଆନ କି? ଏହି ପ୍ରଶ୍ନ ମାମିନାକୁ ଜନ୍ମ ମାଟିକୁ ମନେ ପକେଇବା ପାଇଁ ବାଧ୍ୟ କରିଥିଲା ।

Advertisment

ଶେଷରେ ମାମିନା ନିଜର ପରିଚୟ ଖୋଜିବା ପାଇଁ ଆରମ୍ଭ କରିଥିଲେ । ପରେ ନିଜର ପାଳିତ ବାପାମାଆଙ୍କୁ ନିଜ ବିଷୟରେ ପଚାରିଥିଲେ, ପରେ ଜାଣିବାକୁ ପାଇଥିଲେ କି ସେ ଜଣେ ଭାରତୀୟ ଏବଂ ତାଙ୍କୁ ବେଲଜିୟମର ଦମ୍ପତି ପୋଷ୍ୟ କନ୍ୟା ଭାବରେ ଗ୍ରହଣ କରିଛନ୍ତି । ପରେ ଆବଶ୍ୟକୀୟ କାଗତପତ୍ର କରିବା ପରେ ନିଜ ସ୍ୱାମୀଙ୍କ ସହ ଜନ୍ମମାଟିରେ ପହଞ୍ଚିଥିଲେ ମାମିନା । ତେବେ ଏହି ଅଞ୍ଚଳ ମୋ ଜନ୍ମଭୂମି, ଭାରତ ମୋ ଦେଶ ବୋଲି ଗର୍ବର ସହ କହିବା ବେଳେ ଭାବ ବିହ୍ୱୋଳ ହୋଇଯାଇଥିଲେ ମାମିନା।

ତେବେ ଏତେ ଦିନ ପରେ ଝିଅକୁ ପାଇବେ ବୋଲି ବିଶ୍ୱାସ କରିନଥିଲେ ବାପା-ମାଆ । ନିଜ ଜନ୍ମମାଟିରେ ପହଞ୍ଚି ବେଶ୍‌ ଖୁସି ଅଛନ୍ତି ମାମିନା କିନ୍ତୁ ପୁଣି ସେ ବେଲଜିୟମ ଫେରିଯିବେ ବୋଲି ଜଣାପଡ଼ିଛି । କିନ୍ତୁ ୨୯ ବର୍ଷ ପରେ ଝିଅ ଫେରିବ ବୋଲି କେବେ କେହି ବିଶ୍ୱାସ କରିନଥିଲେ ।

Advertisment

ରିପୋର୍ଟର- ତ୍ରିନାଥ ସାହୁ

Odisha Girl Special Story Belgium Reunites
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ