Advertisment

କବଜାକୁ ଆସିବେ କି ଅଦୃଶ୍ୟ ଲୁଟେରା ? ୧୪ ସାଇବର୍ ଓ ଅର୍ଥନୈତିକ ଅପରାଧ ଥାନା ଉଦଘାଟିତ

ରାଜଧାନୀରେ ଦିନକୁ ଦିନ ବୃଦ୍ଧି ପାଉଛି ଦୁର୍ବୁତ୍ତଙ୍କ ଆତଙ୍କରାଜ। ରାହାଜାନୀଠୁ ଆରମ୍ଭ କରି ସାଇବର କ୍ରାଇମ୍ ପର୍ଯ୍ୟନ୍ତ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧର ସଂଖ୍ୟା। ସେମାନଙ୍କ ଉପରେ ଲଗାମ ଲଗାଇବାକୁ ନୂଆ କରି ପ୍ରତିଷ୍ଠା ହେଲା ସାଇବର ଥାନା।

ଅଦ୍ୟତନ ହୋଇଛି
cyber fraud

cyber fraud

Advertisment

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେଲା ୧୪ ସାଇବର କ୍ରାଇମ ଏବଂ ଇକୋନୋମିକ ଅଫେନସ୍ ଥାନା । ଏହି ସବୁ ଥାନାରେ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର ସହ ଦକ୍ଷ ଏବଂ ବିଶେଷଜ୍ଞ ଥିବାରୁ ତଦନ୍ତ ଭଲ ଭାବେ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି । ୧୫୪ ଷ୍ଟାଫ୍ ସହ ଥାନାରେ ୬ ଜଣ ଏକ୍ସପର୍ଟ ରହିବେ । ଏହାରି ମଧ୍ୟରେ ବାଲେଶ୍ୱର ଜିଲ୍ଲା ନୀଳଗିରିରୁ ଜଣେ ମହିଳାଙ୍କ ଆକାଉଣ୍ଟରୁ ବଡ଼ ଧରଣର ସାଇବର ଠକେଇ ନେଇ ଅଭିଯୋଗ ହୋଇଛି । ପ୍ରାୟ ୧୨ ଲକ୍ଷରୁ ଅଧିକ ଟଙ୍କା ଫ୍ରଡ୍ ହୋଇଥିବା ଅଭିଯୋଗ ହୋଇଛି ।

Advertisment

କବଜାକୁ ଆସିବେ କି ଅଦୃଶ୍ୟ ଲୁଟେରା ? ସାଇବର ଲୁଟେରାଙ୍କ ଟାର୍ଗେଟରୁ ମିଳିବ କି ନିସ୍ତାର ? ବର୍ଷ ବର୍ଷ ଧରି ପଡି ରହିବନି ତ ମାମମାଳ ସାଇବର ଫ୍ରଡ ମାମଲା ? ଅପରାଧିକୁ ଧରି ଦଣ୍ଡବିଧାନ ପାଇଁ ହାସଲ କରିପାରିବ ତ ଯଥେଷ୍ଟ ପ୍ରମାଣ ? ବାଲେଶ୍ୱର ଜିଲ୍ଲା ନୀଳଗିରି ବାଲିଗୋହରୀ ଅଞ୍ଚଳର ଜୋସ୍ନା ପାତ୍ର ନାମକ ମହିଳାଙ୍କ ଫିକସ ଡିପୋଜିଟ ଏବଂ ସେଭିଙ୍ଗ ଡିପୋଜିଟରୁ ୧୨ ଲକ୍ଷ ୩୫ ହଜାର ଟଙ୍କାର ସାଇବର ଫ୍ରଡର ଶିକାର ହୋଇଛନ୍ତି ।

ଟଙ୍କା ଫେରି ପାଇବା ନେଇ ସନ୍ଦେହ ଥିବାବେଳେ ସାଇବର ଥାନାରେ ଏତଲା କରିଛନ୍ତି । କେବଳ ସେ କାହିଁକି ଏହିପରି ମାମଲ ମାଳ ମାମଲା ତଦନ୍ତ ନହୋଇ ପଡି ରହୁଛି । ନିକଟରେ ସନିୟର ପୋଲିସ ଅଫିସର୍ସ ବୈଠକର ଉଦଯାପନୀ ଦିବସରେ ଉଦବୋଧନ ଦେଇ ରାଜ୍ୟରେ ବଢିଚାଲିଥିବା ସାଇବର ଅପରାଧ ଏକ ପୋଲିସ ବିଭାଗ ପାଇଁ ବଡ ଚାଲେଞ୍ଜ ଥିବା ଖୋଦ ମଖ୍ୟମନ୍ତ୍ରୀ କହିଥିଲେ ।

Advertisment

ଏବେ ସାରା ରାଜ୍ୟରେ ସାଇବର ଅପରାଧୀ ଠକେଇର ମାୟାଜାଲ ବିଛାଇ ସକ୍ରିୟ ରହିଛନ୍ତି । ଏହି କ୍ରମରେ ରାଜ୍ୟରେ ୬ରୁ ଅଧିକ ସାଇବର ଗ୍ୟାଙ୍ଗ ଅପରଟେଟ କରୁଥିବାବେଳେ, ଜାମତରା ଗ୍ୟାଙ୍ଗ ବିଶେଷ ସକ୍ରିୟ ରହି ଠକେଇ କରୁଛି । ଭୁବନେଶ୍ୱର ସାଇବର ସେଲରେ ପଞ୍ଜିକୃତ ହୋଇଥିବା ବର୍ଷ ୨୦୨୧ ଅପରାଧ ତଥ୍ୟ କହୁଛି, ୧୦ ମାସରେ ପ୍ରାୟ ୭ କୋଟି ଟଙ୍କା ଚୁନ ଲଗାଇଛନ୍ତି ସାଇବର ଲୁଟେରା ।

ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟକୁ ଦେଖିଲେ କନଭିକସନ ମାମଲା ରାଜ୍ୟରେ ଜିରୋ ରହିଛି, ଯାହା ନୈରାଶ୍ୟଜନକ । କେବଳ ସାଇବର ଅଫରାଧ କାହିଁକି ଅର୍ଥନୈତିକ ଅପରାଧ ବି ବଢିଚାଲିଛି । ସାଇବର ଅପରାଧ ଏବଂ ଅର୍ଥନୈତିକ ଅପରାଧକୁ ଆଖି ଆଗରେ ରଖି ଗଠନ ହୋଇଥିବା ନୂଆ ଥାନାରୁ ଲୋକଙ୍କୁ କେତେ ସୁଫଳ ମିଳୁଛି, ତାହା ସମୟ କହିବ ।

Advertisment

ତେବେ ୧୪ ଟି ସାଇବର କ୍ରାଇମ ଏବଂ ଅର୍ଥନୈତିକ ଅଫରାଧ ଥାନା ଉଦଘାଟିତ ହେଇଥିବାବେଳେ ଏଥିରେ ୧୫୪ ପଦବୀ ରହିବ । ଯେଉଁଥିରେ ଇନ୍ସପେକ୍ଟର, ସବ ଇନ୍ସପେକ୍ଟର, ଏଏସଆଇ ଏବଂ କନେଷ୍ଟବଳ ନିୟୋଜିତ ହେବେ । ଏହାଛଡା ୨ଜଣ କରି ଆଇଟି, ଫାଇନାନସିଆଲ ଏବଂ ଆକାଉଣ୍ଟସ ଆନାଲିସିସ୍, ସାଇବର ଫୋରେନସିକ ଏକ୍ସପର୍ଟ ନିୟୋଜିତେ ହେବେ । ପ୍ରତି ସାଇବର କ୍ରାଇମ ଏବଂ ଅର୍ଥନୈତିକ ଅପରାଧ ଶାଖାର ଜିଲ୍ଲା ବ୍ୟାପି ଜୁରିଡିଏକରସନ ରହିବ ।

ଭୁବନେଶ୍ୱରରୁ କ୍ୟାମେରାମ୍ୟାନ ଅବଦୁଲଙ୍କ ସହ ଆଲୋକ ମହାନ୍ତିଙ୍କ ରିପୋର୍ଟ

Cyber Crime Police Stations
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ