Advertisment

ଆଜିଠୁ ନୂଆପାଞ୍ଜି: ଜାଣନ୍ତୁ ଏ ବର୍ଷ କେଉଁଠି ହେବ ବାତ୍ୟା, ଭୂମିକମ୍ପ...ଓଡ଼ିଶା ଉପରେ କ’ଣ ରହିବ ପ୍ରଭାବ

ଆଜିଠୁ ନୂତନ ପଞ୍ଜିକା ପ୍ରଚଳନ କରାଯାଇଥାଏ। ଦୋଳ ପୂର୍ଣ୍ଣିମାରେ ପଞ୍ଜିକା ପଠନ କରାଯାଇଥିଲା। ମୁକ୍ତିମଣ୍ଡପ ଓ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଦୁଇଟି ପଞ୍ଜିକାକୁ ସ୍ୱୀକୃତି ଦିଆଯାଇଛି।

ଅଦ୍ୟତନ ହୋଇଛି
Odia Panji 2023

Odia New Panji 2023

Advertisment

ଆଜି ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ। ଓଡ଼ିଆମାନେ ଆଜିର ଦିନକୁ ନୂଆ ବର୍ଷ ଭାବେ ପାଳନ କରୁଛନ୍ତି । ଏହାକୁ ମହାବିଷୁବ ସଂକ୍ରାନ୍ତି ମଧ୍ୟ କୁହାଯାଏ। ପାଞ୍ଜି ଗଣନାରେ ବିଷୁବ ସଂକ୍ରାନ୍ତିର ବିଶେଷତ୍ୱ ହେଲା, ଏହିଦିନ ସୂର୍ଯ୍ୟ କକ୍ଷ ପଥରେ ଯେଉଁ କଳ୍ପିତ ବିନ୍ଦୁରେ ପହଞ୍ଚନ୍ତି ତାହା ପୃଥିବୀର ଠିକ୍ ମଧ୍ୟଭାଗରେ ଥିବା ବିଷୁବ ରେଖା ଉପରେ ଅବସ୍ଥିତ।

Advertisment

ଆଜି ପଣା ସଂକ୍ରାନ୍ତି ଅବସରରେ ପ୍ରତିଟି ଓଡ଼ିଆଙ୍କ ଘରେ ବିଭିନ୍ନ ପଣା ପ୍ରସ୍ତୁତ କରାଯାଇଥାଏ। ବୃନ୍ଦାବତୀ ମୂଳରେ ପଣା ପୂଜା କରାଯାଏ। ସେପଟେ ଆଜିର ଦିନକୁ ହନୁମାନ ଜୟନ୍ତୀ ଭାବେ ପାଳନ କରାଯାଇଥାଏ । ବୀର ବଜରଙ୍ଗଙ୍କ ଜନ୍ମୋତ୍ସବ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଆୟୋଜନ କରାଯାଇଛି। ସେହିପରି ପ୍ରଭୁ ହନୁମାନଙ୍କ ଦର୍ଶନ ପାଇଁ ମନ୍ଦିର ମାନଙ୍କରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। 

ମହାବିଷୁବ ସଂକ୍ରାନ୍ତି ତଥା ମହାବୀର ଜୟନ୍ତୀ ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ପାଳନ ହୋଇଛି। ଶ୍ରୀମନ୍ଦିରରେ ସକାଳଧୂପ ନୀତି ସରିବା ପରେ ଦକ୍ଷିଣ ଘରେ ଥିବା ଶ୍ରୀ ହନୁମାନଙ୍କୁ ରତ୍ନସିଂହାସନକୁ ଅଣାଯାଇ ପୂଜାପଣ୍ଡା ସେବାୟତଙ୍କ ଦ୍ୱାରା ଆଜ୍ଞାମାଳ ପ୍ରଦାନ କରାଯିବ। ପରେ ବିମାନରେ ଶ୍ରୀ ହନୁମାନ ଶ୍ରୀମନ୍ଦିରର ପୂର୍ବ ଦ୍ୱାରରେ ଥିବା ହନୁମାନଙ୍କ ନିକଟକୁ ବିଜେ କରିବା ପରେ ପୂଜାର୍ଚ୍ଚନା କରାଯିବ। ତା’ପରେ ଜଗନ୍ନାଥ ବଲ୍ଲଭ ମଠ ଓ ଦରିଆ ମହାବୀରଙ୍କ ନିକଟକୁ ବିଜେ କରିବାର ପରମ୍ପରା ରହିଛି ।

Advertisment

ଅଧିକ ପଢ଼ନ୍ତୁ: ମହାବିଷୁବ ସଂକ୍ରାନ୍ତିରେ କାହିଁକି ବଣ୍ଟାଯାଏ ପଣା...ଜାଣନ୍ତୁ କାରଣ

ସେପଟେ ଆଜିଠୁ ନୂତନ ପଞ୍ଜିକା ପ୍ରଚଳନ କରାଯାଇଥାଏ। ଦୋଳ ପୂର୍ଣ୍ଣିମାରେ ପଞ୍ଜିକା ପଠନ କରାଯାଇଥିଲା। ମୁକ୍ତିମଣ୍ଡପ ଓ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଦୁଇଟି ପଞ୍ଜିକାକୁ ସ୍ୱୀକୃତି ଦିଆଯାଇଛି। ନୂତନ ପଞ୍ଜିକାରେ ଯାନି ଯାତ୍ରା, ତିଥି ବାରର ପଞ୍ଚାଙ୍ଗ ସହ ବ୍ରତୋପନୟନ, ଘର ପ୍ରତିଷ୍ଠା ଓ ବିବାହ, ଶୁଭ ମୂହୁର୍ତ୍ତ ଆଦି ଉଲ୍ଲେଖ ରହିଛି। ନୂତନ ପଞ୍ଜିକାକୁ ନେଇ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା ପ୍ରତିକ୍ରିୟା ରଖିଛନ୍ତି।

ଜାଣନ୍ତୁ, ନୂତନ ପଞ୍ଜିକାରେ କ’ଣ ରହିଛି...

  • ଚଳିତ ବର୍ଷ ବିଶ୍ୱ ସ୍ତରରେ ରାଜନୈତିକ ସ୍ତରରେ ଅସ୍ଥିରତା ଦେଖାଯିବ
  • ବିଶ୍ୱର ଦକ୍ଷିଣ ଭାଗରେ ଭୂମିକମ୍ପ, ବାତ୍ୟା ଓ ଝଡ଼ ତୋଫାନ ହେବାର ସମ୍ଭାବନା ରହିଛି
  • ଭାରତରେ ମଧ୍ୟ ରାଜନୈତିକ ଅସ୍ଥିରତା ଦେଖାଯିବା ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି
  • ଆତଙ୍କବାଦୀଙ୍କ ଦୌରାତ୍ମ୍ୟ ବୃଦ୍ଧି ହେବ। ତେବେ ସରକାରଙ୍କ ପ୍ରଚେଷ୍ଟା ଯୋଗୁ ଆତଙ୍କାବଦ କାର୍ଯ୍ୟକଳାପକୁ ପ୍ରତିହିତ କରାଯାଇପାରିବ
  • ଓଡ଼ିଶାର ଗଜପତି, ବାରିପଦା, ବାଲେଶ୍ୱର ଓ କଟକ ଇତ୍ୟାଦି ଉପକୂଳ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ଫଳରେ ଫସଲ ମଧ୍ୟ ଭଲ ହେବ। 
  • ଓଡ଼ିଶାରେ ମଧ୍ୟ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇପାରେ। ନୂତନ ପାର୍ଟି ଗଠନ ହେବାର ସଂଭାବନା ରହିଛି।
  • ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାଦାନ କ୍ଷେତ୍ରରେ ଭଲ ରହିବ
Advertisment

New Odia Panji Odia Panji
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ