Advertisment

ନର୍ସଙ୍କ ନାଚ ପକ୍ଷାଘାତ ରୋଗୀଙ୍କୁ ହଲେଇଦେଲା

ରୋଗୀ ପାଇଁ ଡାକ୍ତର ଓ ନର୍ସଙ୍କ ଭୂମିକା ଅତୁଳନୀୟ ହୋଇଥାଏ। ବେଳେବେଳେ ନର୍ସଙ୍କ କାମ ରୋଗୀକୁ ଆନନ୍ଦ କରେ। ଜଣେ ନର୍ସ ଏମିତି କିଛି କରିଛନ୍ତି ଯେ ଯେଉଁଥି ପାଇଁ ତାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟୁଛି।

ଅଦ୍ୟତନ ହୋଇଛି
Nurse’s dance active the paralytic patient

Nurse’s dance active the paralytic patient

Advertisment

ଡାକ୍ତରମାନେ ଭଗବାନଙ୍କର ଅନ୍ୟ ଏକ ରୂପ ବୋଲି କୁହାଯାଏ। ଯଦି କୌଣସି ବ୍ୟକ୍ତିର ଜୀବନ ବିପଦରେ ଥାଏ, ତେବେ ଏହି ଡାକ୍ତରମାନେ ତାଙ୍କୁ ଜୀବନର ଆଶା ପ୍ରଦାନ କରିଥାନ୍ତି। ଡାକ୍ତରଖାନାରେ ଡାକ୍ତରମାନେ ରୋଗୀର ଚିକିତ୍ସା କରିଥିବା ବେଳେ ନର୍ସମାନେ ମଧ୍ୟ ସେମାନଙ୍କର ଛୋଟ ଓ ବଡ ସମସାକୁ ବୁଝିବା ସହିତ ସେମାନଙ୍କର ଯତ୍ନ ନେଇଥାନ୍ତି। ଏଭଳି ପରିସ୍ଥିତିରେ ଜଣେ ନର୍ସଙ୍କ ଭୂମିକାକୁ ଦେଖିଲେ ଜଣେ ବାଃ ବାଃ ନକରି ରହିପାରିବ ନାହିଁ।

Advertisment

ଆଜିକାଲି ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖିବା ପରେ, ଆପଣ ମଧ୍ୟ ବୁଝିଯିବେ ଯେ ରୋଗୀକୁ ଭଲ କରିବା ନେଇ ଡାକ୍ତର ଓ ନର୍ସମାନଙ୍କର କେତେ ଅବଦାନ ରହିଛି।

ସାମାଜିକ କର୍ମୀ ନନ୍ଦିନୀ ଭେଙ୍କଟାଦ୍ରି ସୋସିଆଲ ମିଡିଆ ସାଇଟ୍ ଟ୍ୱିଟରରେ ଏକ ଅତ୍ୟନ୍ତ ଭାବପ୍ରବଣ ଓ ହୃଦୟସ୍ପର୍ଶୀ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓଟି ଏକ ହସ୍ପିଟାଲର ବୋଲି ନଜର ଆସୁଛି। ଏଠାରେ ଜଣେ ନର୍ସ ଜଣେ ପକ୍ଷାଘାତ ରୋଗୀଙ୍କୁ ଥେରାପି ଦେଉଥିବାର ଦେଖାଯାଏ। ଏହା ପୁଣି ନାଚ ମାଧ୍ୟମରେ। ନର୍ସ ତାଙ୍କ ପକ୍ଷାଘାତ ରୋଗୀଙ୍କୁ ଫିଜିଓଥେରାପି ମାଧ୍ୟମରେ ବ୍ୟାୟାମ କରିବାକୁ ଯାଉଥିଲେ। ଏନେଇ ସେ ଅଧିକ ଭଲ୍ୟୁମ ଦେଇ ଏକ ଗୀତ ବଜାଇଲେ ଓ ସେଥିରେ ନିଜେ ନାଚିବା ଆରମ୍ଭ କରିଦେଲେ।

Advertisment

ନର୍ସକୁ ନାଚୁଥିବା ଦେଖି ପକ୍ଷାଘାତ ରୋଗୀ ଜଣକ ମଧ୍ୟ ଧିରେ ଧିରେ ହଲିବାକୁ ଲାଗିଲେ। ବିଛଣାରେ ପଡି ପଡି ରୋଗୀ ଜଣକ ନାଚିବା ଦେଖିବାକୁ ମିଳେ। ଯେଉଁ ରୋଗୀ ନିଜ ଶରୀରକୁ ହଲେଇ ପାରୁନି ସେ ନର୍ସଙ୍କ ନାଚରେ ତାଳ ଦେଇ ବହୁତ ଆନନ୍ଦରେ ହାତ ହଲଉଥିବା ନଜର ଆସନ୍ତି। ରୋଗୀର ସୁଖ ତାଙ୍କ ମୁହଁରେ ସ୍ପଷ୍ଟ ଦେଖାଯାଉଛି। ଏହି ଅନନ୍ୟ ଉପାୟରେ ଥେରାପି ଦେଉଥିବା ନର୍ସଙ୍କ ଭିଡିଓ ଲୋକଙ୍କ ହୃଦୟକୁ ସ୍ପର୍ଶ କରିଛି। ଲୋକମାନେ ନର୍ସଙ୍କ ଏହି ଭୂମିକାକୁ ବହୁତ ପ୍ରଶଂସା କରୁଛନ୍ତି। ଏହି ଭିଡିଓ ଟ୍ୱିଟର ଆକାଉଣ୍ଟରେ ଶେୟାର ହେବା ମାତ୍ରେ ଏହା ଭାଇରାଲ ହୋଇଥିଲା। ଲୋକମାନେ ନର୍ସଙ୍କୁ ପ୍ରଶଂସାରେ ପୋତି ପକଉଥିବା ଦେଖାଯାଏ।

Advertisment

ଥେରାପିର ଏହି ଉପାୟକୁ ଅନେକ ଲୋକ ପ୍ରଶଂସା କରିଛନ୍ତି। ଭିଡିଓରେ ପ୍ରତିକ୍ରିୟା ଦେଇ ଅନେକ ଲେଖିଛନ୍ତି ଯେ ଡାକ୍ତରଖାନା ପରିବେଶରେ ରୋଗୀ ପ୍ରାୟ ସମୟରେ ଅଧିକ ଅସୁସ୍ଥ ଅନୁଭବ କରନ୍ତି। ଏପରି ପରିସ୍ଥିତିରେ, ଏହି ପ୍ରକାରର ସକରାତ୍ମକତା ପ୍ରକୃତରେ ଅତୁଳନୀୟ। ଏହା ରୋଗୀକୁ ଖୁବ୍ ଶୀଘ୍ର ସୁସ୍ଥ କରିଦେବାରେ ସହାୟ ହୋଇଥାଏ। ଏହି ଭିଡିଓକୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଥର ଦେଖାଯାଇଛି। ଏହି ସମୟରେ, ଅନେକ ଲୋକ ଏହାକୁ ରିଟ୍ୱିଟ୍‌ ମଧ୍ୟ କରିଛନ୍ତି।

Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ