Advertisment

‘କୋର୍ଟ ପରିସରରେ କେଶ ସଜେଇ ପାରିବେ ନାହିଁ ମହିଳା ଓକିଲ’

ମହିଳା ଓକିଲଙ୍କୁ ନେଇ ଆସିଲା ଅଜବ ନୋଟିସ୍। କୋର୍ଟ ପରିସରରେ ସେମାନେ ନିଜ କେଶ ସଜେଇ ପାରିବେ ନାହିଁ। ଏମିତି କରିବା ଦ୍ୱାରା ଏହା କୋର୍ଟର ପ୍ରକ୍ରିୟାକୁ ବ୍ୟାହତ କରୁଛି ବୋଲି କୁହାଯାଇଛି। ଭାରତର କେଉଁଠୁ ଆସିଛି ଏହି ନୋଟିସ୍ ଜାଣିବା ପାଇଁ ପଢନ୍ତୁ।

ଅଦ୍ୟତନ ହୋଇଛି
Notice by Pune court asks women lawyers not to fix their hair in court

Notice by Pune court asks women lawyers not to fix their hair in court

Advertisment

ଆପଣମାନେ ନିଶ୍ଚିତ କୋର୍ଟ ସହିତ ଜଡିତ ଅନେକ ନୋଟିସ୍ ବିଷୟରେ ଶୁଣିଥିବା ଆଉ ଯେବେ ବି କୋର୍ଟ ଆସିଥିବେ କିଛି ନା କିଛି ନୋଟିସ୍ ଦେଖିଥିବେ। ଏହି ନୋଟିସ୍ଗୁଡିକ ମଧ୍ୟରେ ଏପରି କେତେକ ନୋଟିସ୍‌ ମଧ୍ୟ ଥାଏ ଯେଉଁଥିରେ କୋର୍ଟର ପ୍ରକ୍ରିୟା ବ୍ୟତୀତ ଅନ୍ୟ କିଛି ଥାଏ ଯେଉଁଥିରେ ମାମଲା ସହିତ କୌଣସି ସମ୍ପର୍କ ନଥାଏ।

Advertisment

ବର୍ତ୍ତମାନ ଇଣ୍ଟରନେଟରେ ଏମିତି ଏକ ନୋଟିସ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ମହିଳା ଓକିଲଙ୍କୁ ନେଇ ଅଜବ ନିର୍ଦ୍ଦେଶ ଦିଆଯାଇଛି। ବିଜ୍ଞପ୍ତି ଅନୁଯାୟୀ ମହିଳା ଓକିଲମାନେ କୋର୍ଟ ପରିସରରେ କେଶ ସଜାଇ ପାରିବେ ନାହିଁ ବୋଲି କୁହାଯାଇଛି।

ପୁଣେ ଜିଲ୍ଲା କୋର୍ଟ ଦ୍ୱାରା ଏକ ଅଜବ ନୋଟିସ ଜାରି କରାଯାଇଛି। ଏହି ନୋଟିସରେ କୁହାଯାଇଛି ଯେ ମହିଳା ଓକିଲମାନେ କୋର୍ଟ ପରିସରରେ କେଶ ସଜାଇ ପାରିବେ ନାହିଁ କି ବନ୍ କିମ୍ବା ବେଣି ପକେଇ ପାରିବେ ନାହିଁ କାରଣ ଏହା କୋର୍ଟର ପ୍ରକ୍ରିୟାକୁ ବ୍ୟାହତ କରିଥାଏ। କୋର୍ଟର ଏହି ନିଆରା ନୋଟିସକୁ ନେଇ ଇଣ୍ଟରନେଟରେ ଅନେକ ଆଲୋଚନା ହେଉଛି ଏବଂ ଲୋକମାନେ ଜାଣିବାକୁ ଚାହୁଛନ୍ତି ଯେ କୋର୍ଟର ପ୍ରକ୍ରିୟା ସହିତ କେଶର କ’ଣ ସମ୍ପର୍କ ଅଛି।

Advertisment

ଅକ୍ଟୋବର ୨୦ରେ ଏହି ବିଜ୍ଞପ୍ତି ଜାରି କରାଯାଇଛି। ଏଥିରେ ଲେଖାଯାଇଛି ଯେ ମହିଳାମାନେ କେଶ ସଜାଇବା କୋର୍ଟ ପ୍ରକ୍ରିୟାରେ ବିଭ୍ରାଟ ସୃଷ୍ଟି କରିଥାଏ। ବିଜ୍ଞପ୍ତି ଅନୁସାରେ – “ପ୍ରାୟତଃ ଦେଖାଯାଉଛି ଯେ ମହିଳା ଓକିଲମାନେ କୋର୍ଟ ପରିସରରେ ସେମାନଙ୍କ କେଶକୁ ସଜାଇଥାନ୍ତି। ଏହା କୋର୍ଟର ପ୍ରକ୍ରିୟାରେ ବାଧା ସୃଷ୍ଟି କରିଥାଏ। ଏଭଳି ପରିସ୍ଥିତିରେ ମହିଳା ଆଇନଜୀବୀଙ୍କୁ ସୂଚିତ କରାଯାଇଛି ଯେ ସେମାନେ ଏପରି କାର୍ଯ୍ୟକଳାପରୁ ଦୂରେଇ ରହିବା ଉଚିତ।”

Notice by Pune court asks women lawyers not to fix their hair in courtକୋର୍ଟ ପରିସରରେ ମହିଳା ଓକିଲ କେଶ ନ ସଜେଇବା ନେଇ ନୋଟିସ୍

ସିନିୟର୍ କାଉନ୍‌ସିଲ୍ ତଥା ସମାଜସେବୀ ଇନ୍ଦିରା ଜୈସିନ୍ ଟ୍ୱିଟରରେ ଏହି ବିଜ୍ଞପ୍ତି ଶେୟାର କରି ଲେଖିଛନ୍ତି - ବର୍ତ୍ତମାନ ଦେଖନ୍ତୁ, କିଏ ମହିଳା ଓକିଲଙ୍କ ଦ୍ୱାରା ବିଭ୍ରାନ୍ତ ହେଉଛନ୍ତି ଏବଂ କାହିଁକି? ଏହି ପୋଷ୍ଟରେ ଅନେକ ଲୋକ ମନ୍ତବ୍ୟ ଦେଇଛନ୍ତି।

Advertisment

ଜଣେ ଲେଖିଛନ୍ତି - ଏହା ସତ! ଯେଉଁମାନେ ନ୍ୟାୟ ଦେବା ପ୍ରକ୍ରିୟାରେ ଜଡିତ ଅଛନ୍ତି ସେମାନେ ଏତେ ଶୀଘ୍ର ବିଭ୍ରାନ୍ତ ହୋଇଯାଆନ୍ତି? ଅଧିକାଂଶ ଲୋକ ଏହାକୁ ମହିଳାଙ୍କ ସ୍ୱାଧୀନତାକୁ ଆଘାତ ଦେଉଥିବା ଦୃଷ୍ଟିରେ ଦେଖିଛନ୍ତି ଏବଂ ଏହି ନୋଟିସକୁ ଅଯଥା ବୋଲି କହିଛନ୍ତି।

Ajab Gajab Ajab Gajab News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ