Advertisment

ସୁପ୍ରସିଦ୍ଧ ଗୀତ ‘ରଙ୍ଗବତୀ’ର ସ୍ରଷ୍ଟା ମିତ୍ରଭାନୁ ଗୌନ୍ତିଆ ଅସୁସ୍ଥ

ସୁପ୍ରସିଦ୍ଧ ଗୀତ ‘ରଙ୍ଗବତୀ’ର ସ୍ରଷ୍ଟା ତଥା ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି। ଗତକାଲି ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଅଦ୍ୟତନ ହୋଇଛି
Lyricist Mitrabhanu Gountia Unwell

Lyricist Mitrabhanu Gountia Unwell

Advertisment

ସମ୍ବଲପୁର: ସୁପ୍ରସିଦ୍ଧ ଗୀତ ‘ରଙ୍ଗବତୀ’ର ସ୍ରଷ୍ଟା ତଥା ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି। ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ମିତ୍ରଭାନୁଙ୍କୁ ପ୍ରଥମେ କୁଚିଣ୍ଡା ମେଡିକାଲ ନିଆଯାଇଥିଲା। ପରେ ସେଠାରୁ ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା। 

Advertisment

ସେଠାରୁ ପୁଣି ବୁର୍ଲା ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ବୁର୍ଲା ମେଡିକାଲର କାର୍ଡିଓଲୋଜି ବିଭାଗରେ ରଖାଯାଇ ଚିକିତ୍ସା କରାଯାଉଛି। ୧୯୪୨ ମସିହା ମାର୍ଚ୍ଚ ୧୭ରେ ସମ୍ବଲପୁର ଜିଲ୍ଲା ରଙ୍ଗବତୀ ବିଲୁଙ୍ଗ ଗାଁରେ ସେ ଜନ୍ମଗ୍ରହଣ କରିଛନ୍ତି। 

୨୦୨୦ ବର୍ଷ ପାଇଁ ମିତ୍ରଭାନୁ ଗୌନ୍ତିଆଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ତାଙ୍କ ଦ୍ୱାରା ରଚିତ ସୁପ୍ରସିଦ୍ଧ ‘ରଙ୍ଗବତୀ’ ଗୀତ ବେଶ୍‌ ପ୍ରସିଦ୍ଧ ଲାଭ କରିଛି।  ୧୨ ବର୍ଷ ବୟସରେ ଉଚ୍ଚ ପ୍ରାଥମିକ ଶିକ୍ଷା ସମାପନ କରି ସେ ସମ୍ବଲପୁରୀ ଭାଷାରେ ଛୋଟ ଛୋଟ ଗୀତ ରଚନା କରିବା ଆରମ୍ଭ କରିଥିଲେ । 

Advertisment
Rangabati Song Mitrabhanu Gountia Lyricist Mitrabhanu Gountia
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ