Advertisment

Suresh Pujari on Landless: ଭୂମିହୀନଙ୍କୁ ଖୋଜିବେ ତହସିଲଦାର

ଏଣିକି ଭୂମିହୀନଙ୍କୁ ଖୋଜି ଖୋଜି ଚିହ୍ନଟ କରିବା ସହ ପଟ୍ଟା ଯୋଗାଇଦେବେ ତହସିଲଦାର । ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ସ୍ଥିତ ସହିଦ ସ୍ମୃତି ଦିବସରେ ଯୋଗ ଦେଇ ଏକଥା କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ଅଦ୍ୟତନ ହୋଇଛି
Suresh Pujari on Landless

Suresh Pujari on Landless

Advertisment

ରାଜ୍ୟରେ ଆଉ କେହି ଭୂମିହୀନ ରହିବେ ନାହିଁ । ସେମାନଙ୍କୁ ଖୋଜିବେ ତହସିଲଦାର । ଘରକୁ ଘର ଯାଇ ସେବା ଯୋଗାଇବ ରାଜସ୍ୱ ବିଭାଗ । ଏଣିକି ଭୂମିହୀନଙ୍କୁ ଖୋଜି ଖୋଜି ଚିହ୍ନଟ କରିବା ସହ ପଟ୍ଟା ଯୋଗାଇଦେବେ ତହସିଲଦାର । ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡିରେ ଅନୁଷ୍ଠିତ ସହିଦ ସ୍ମୃତି ଦିବସରେ ଯୋଗ ଦେଇ ଏକଥା କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । 

Advertisment

ରାଜସ୍ୱ ମନ୍ତ୍ରୀ  କହିଛନ୍ତି, 'ଜିଲ୍ଲାପାଳମାନେ ନିଜ ଜିଲ୍ଲାରେ ଆଉ ଭୂମିହୀନ କେହି ନଥିବା ସାର୍ଟିଫିକେଟ ଦେବେ ।' କେହି ବାଦ ପଡ଼ିଥିଲେ ତୁରନ୍ତ ତହସିଲଦାର କିମ୍ବା ଜିଲ୍ଲାପାଳଙ୍କ ନଜରକୁ ଆଣନ୍ତୁ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ । ସେହିପରି ସେ ରାଜ୍ୟରେ ଶିକ୍ଷାନୁଷ୍ଠାନ ବି ଭୂମିହୀନ ଥିବା ଜାଣି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଏଥିସହ ମନ୍ତ୍ରୀ କହିଛନ୍ତି, ପଟ୍ଟା ନଥିବା ସ୍କୁଲକୁ ଚିହ୍ନଟ କରି ପଟ୍ଟା ପାଇଁ ରାଜସ୍ୱ କର୍ମଚାରୀ ସ୍କୁଲକୁ ଯିବେ । ଶିକ୍ଷକଙ୍କ ସହ ଆଲୋଚନା କରି ନିଜେ ଆବେଦନ କରିବେ ଏବଂ ତହସିଲଦାରମାନେ ସ୍କୁଲକୁ ଯାଇ ଜମି ପଟ୍ଟା ପ୍ରଦାନ କରିବେ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି ।

ରାଜ୍ୟ ସରକାର ଓଡ଼ିଶା ଲ୍ୟାଣ୍ଡ ସେଟେଲମେଣ୍ଟ ରୁଲ୍ 1983କୁ ସଂଶୋଧନ କରିଛନ୍ତି । ଏହା ବଳରେ ୪ ଡିସିମିଲରୁ କମ୍ ଜମି ଥିବା ଲୋକଙ୍କୁ 'ଭୂମିହୀନ' ଭାବରେ ପରିଗଣିତ ହେବା ସହ ସେମାନଙ୍କୁ ସରକାର ଜମି ଯୋଗାଇଦେବେ । ସେଥିପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିଜ ନିଜ ଜିଲ୍ଲାରେ ୪ ଡିସିମିଲରୁ କମ୍ ଜମି ଥିବା ଲୋକଙ୍କୁ ଚିହ୍ନଟ କରି ତାଲିକା ଦେବାପାଇଁ କୁହାଯାଇଛି । ଘରକୁ ଘର ବୁଲି ସର୍ଭେ କରାଯିବା ସହ ଯେଉଁମାନେ ଭୂମିହୀନ ଅଛନ୍ତି ସେମାନଙ୍କୁ 'ବସୁନ୍ଧରା ଯୋଜନା'ରେ ସରକାର ଜମି ପଟ୍ଟା ଯୋଗାଇ ଦେବେ । 

Advertisment

ରାଜ୍ୟରେ ଅନେକ ଲୋକ ରହିଛନ୍ତି ଯେଉଁମାନେ ଉତ୍ତରାଧିକାରୀ ସୂତ୍ରରେ କିଏ ୫ଡିସିମିଲ୍ ପାଇଛି ତ ପୁଣି କିଏ ଅଧା ଡିସିମିଲ୍ ଜମି ପାଇଛି । ଏଭଳି ଅସମାନତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୪ ଡିସିମିଲରୁ କମ୍ ଜମି ଥିବା ଲୋକଙ୍କୁ ୪ଡିସିମିଲ୍ ହେବା ପର୍ଯ୍ୟନ୍ତ ଯେତିକି ଜମି ଆବଶ୍ୟକ ହେବ ତାକୁ ସରକାର ଯୋଗାଇଦେବେ ।  ଏବେ ବି ଅନେକ ଜମି ରହିଛି ଯାହାକି ମୂଳ ଉତ୍ତରାଧିକାରୀଙ୍କ ନାମରେ ନାହିଁ । କେଉଁଠି ଅଜା ତ ପୁଣି ଆଉ କେଉଁଠି ଜେଜେ ବାପାଙ୍କ ନାମରେ ଜମି ରହିଛି । ସେପରି ଜମିର ସମସ୍ୟା ମଧ୍ୟ ସମାଧାନ ହେବ ବୋଲି ପୂର୍ବରୁ ସୂଚନା ଦେଇଥିଲେ ରାଜସ୍ୱ ମନ୍ତ୍ରୀ ।

Odisha Suresh Pujari Revenue Minister
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ