Advertisment

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ମିଳିଲାନି ମହାପ୍ରୟାଣ ଗାଡ଼ି, ସାଇକେଲରେ ବୁହା ହେଲା ମୃତଦେହ

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ମୃତକଙ୍କୁ ମିଳୁନି ମହାପ୍ରୟାଣ ଗାଡ଼ି। ଫଳରେ ସାଇକେଲରେ ବୁହା ହେଲା ମୃତଦେହ।

ଅଦ୍ୟତନ ହୋଇଛି
 woman body carried on bicycle

woman body carried on bicycle

Advertisment

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ମିଳିଲାନି ମହାପ୍ରୟାଣ ଗାଡ଼ି। ଫଳରେ ସାଇକେଲରେ ବୁହା ହେଲା ମୃତଦେହ। ଯାହାର ଏକ ନିଚ୍ଛକ ଚିତ୍ର ସାମ୍ନାକୁ ଆସିଛି। ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ମେଘଲା ଗାଁର ରୁକ୍ମିଣୀ ସାହୁ ନାମକ ଜଣେ ଅସହାୟ ବୃଦ୍ଧା ଜଣେ ବ୍ୟକ୍ତିଙ୍କ ସହାୟତାରେ ବିନିକା ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ତେବେ ଚିକିତ୍ସାଧିନ ଅବସ୍ଥାରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଙ୍କର ଦେହାନ୍ତ ହୋଇଥିଲା। କିନ୍ତୁ ମୃତଦେହ ନେବା ପାଇଁ ସରକାରଙ୍କ ମହାପ୍ରୟାଣ ଗାଡ଼ି ମିଳିନଥିବା ଅଭିଯୋଗ ହୋଇଛି।

ଶେଷରେ କୌଣସି ଉପାୟ ନମିଳିବାରୁ ବାଧ୍ୟ ହୋଇ ବୃଦ୍ଧାଙ୍କ ମୃତଦେହକୁ ସାଇକେଲରେ ବୋହି ମେଘଲା ଗ୍ରାମବାସୀ ମେଡିକାଲରୁ ନେଇଥିବା ଦେଖିବାକୁ ମିଳିଥିଲା। ଏଠାରେ ପ୍ରଶ୍ନ ଉଠୁଛି, ଯଦି ଖୋଦ୍‌ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଯଦି ଏଭଳି ଅବସ୍ଥା ତା’ହେଲେ ଅନ୍ୟ ସ୍ଥାନରେ କିଭଳି ପରିସ୍ଥିତି ଥିବ ଭାବନ୍ତୁ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ