Advertisment

ବାଜିରେ ଲାଗିଛି ଜୀବନ: ଗୋଟିଏ ପଟେ ରେଳ ଲାଇନ୍‌, ଅନ୍ୟପଟେ ପାଦଚଲା ରାସ୍ତା...ତଳେ ଅକାତ କାତ ପାଣି

ଗମନାଗମନ ପାଇଁ କେଉଁଠି କାଠ ପୋଲ ତ କେଉଁଠି ଜଙ୍ଗଲ ରାସ୍ତା ଉପରେ ଲୋକେ ନିର୍ଭର କରୁଛନ୍ତି। ବାରମ୍ବାର ଅଭିଯୋଗ ପରେ ବି କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ।ଏଣୁ ଭାଗ୍ୟକୁ ଆଦରି ରହୁହିଛନ୍ତି ଲୋକେ।

ଅଦ୍ୟତନ ହୋଇଛି
No concrete road, people risk their lives on railway overbridge during travel

No concrete road, people risk their lives on railway overbridge during travel

Advertisment

ସ୍ୱାଧୀନତାର ୭୫ ବର୍ଷ ପରେ ବି ପହଞ୍ଚିପାରୁନି ବିକାଶ। ଗମନାଗମନ ପାଇଁ କେଉଁଠି କାଠ ପୋଲ ତ କେଉଁଠି ଜଙ୍ଗଲ ରାସ୍ତା ଉପରେ ଲୋକେ ନିର୍ଭର କରୁଛନ୍ତି। ବାରମ୍ବାର ଅଭିଯୋଗ ପରେ ବି କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଏଣୁ ଭାଗ୍ୟକୁ ଆଦରି ରହୁହିଛନ୍ତି ଲୋକେ। ଏଭଳି କିଛି ଅଭିଯୋଗ ସୁନ୍ଦରଗଡ଼ ଓ କୋରାପୁଟରୁ ଆସିଛି। 

Advertisment

ଗୋଟିଏପଟେ ରେଳ ଲାଇନ୍‌ ଯାଇଛି, ଅନ୍ୟପଟେ ପାଦଚଲା ରାସ୍ତା ଦେଇ ଗାଡ଼ିରେ ଯା’ଆସ କରୁଛନ୍ତି ଲୋକେ। ଆଉ ତଳେ ଅକାତ କାତ ପାଣି। ରେଳବାଇ ପକ୍ଷରୁ ନିର୍ମାଣ ହୋଇଥିବା ଏ ରାସ୍ତା ଦେଇ ଜୀବନକୁ ବାଜି ଲଗେଇ ଯା’ଆସ କରୁଛନ୍ତି କୋରାପୁଟ ଜିଲ୍ଲାର ହଜାର ହଜାର ଲୋକ। କୋରାପୁଟ ପୌରପାଳିକାକୁ ଲାଗି ରହିଛି କୋଲାବ ଜଳଭଣ୍ଡାର। ଏହି ରେଳ ପୋଲ ଉପର ଦେଇ କୋରାପୁଟ ଯିବାକୁ ମାତ୍ର ୧୫ ମିନିଟ୍ ଲାଗେ। କିନ୍ତୁ ମୁଖ୍ୟ ରାସ୍ତାରେ ନନ୍ଦପୁର ଦେଇ ଗଲେ ପ୍ରାୟ ୧୦୦ କିଲୋମିଟର ଯିବାକୁ ପଡ଼େ। ବାରମ୍ବାର ଅଭିଯୋଗ ପରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ କୋଲାବ ଉପରେ ପୋଲଟିଏ ପାଇଁ ପ୍ରଶାସନିକ ଅନୁମତି ସହ ଟେଣ୍ଡର କାର୍ଯ୍ୟ ସରିଛି।  ହେଲେ ପୋଲର କାମ କେବେଠୁ ହେବ ତାକୁ ନେଇ ପ୍ରଶ୍ନ ଉଠୁଛି।    

ସେପଟେ କାଠ ପୋଲ ଉପରେ ଗାଡ଼ିଠୁ ଆରମ୍ଭ କରି ସାଧାରଣ ଲୋକେ ଯା’ଆସ କରୁଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ନାଗଡାଟୋଲୀ ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ୬ ବର୍ଷରୁ ଅଧିକ ହେବ ଏମିତି ବିପଦ ସଙ୍କୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ଗ୍ରାମବାସୀ। ଆଦିବାସୀ ଅଧ୍ୟୁଷିତ ଏ ଅଞ୍ଚଳକୁ ବିକାଶ ତ ଦୂରର କଥା, ରୋଗୀଙ୍କୁ ନେବାକୁ ଆମ୍ବୁଲାନ୍ସଟେ ବି ଆସିପାରୁନି।  ଗାଁକୁ ଯିବା ଆସିବା ପାଇଁ ପୋଲଟିଏ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Advertisment

(କୋରାପୁଟରୁ ସୂର୍ଯ୍ୟ ନାରାୟଣ ପଣ୍ଡା ଏବଂ ବୀରମିତ୍ରପୁରରୁ ରାକେଶ ସାହୁଙ୍କ ରିପୋର୍ଟ)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ