Advertisment

ଡାକ୍ତର ଲେଖିଲେ ଗଳା ସଂକ୍ରମଣ ସ୍ପ୍ରେ, ଔଷଧ ଦୋକାନୀ ଦେଲେ ରକା ସ୍ପ୍ରେ... ୬ ବର୍ଷର ଶିଶୁ ଗୁରୁତର

ଗଳା ସଂକ୍ରମଣର ଉପଚାର ପାଇଁ ଡାକ୍ତର ଲେଖିଥିଲେ ସ୍ପ୍ରେ। ହେଲେ ଔଷଧ ଦୋକାନର କର୍ମଚାରୀ ଦେଇଦେଲେ ରକା ଉପଶମର ସ୍ପ୍ରେ। ଏହାକୁ ବ୍ୟବହାର କରିବା ପରେ ଏବେ ୬ ବର୍ଷୀୟା ଶିଶୁକନ୍ୟା ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି।

Negligence of chemist puts 6-year old girl's life in serious condition in Bhubaneswar

Negligence of chemist puts 6-year old girl's life in serious condition in Bhubaneswar

Advertisment

ଗଳା ସଂକ୍ରମଣର ଉପଚାର ପାଇଁ ଡାକ୍ତର ଲେଖିଥିଲେ ସ୍ପ୍ରେ। ହେଲେ ଔଷଧ ଦୋକାନର କର୍ମଚାରୀ ଦେଇଦେଲେ ରକା ଉପଶମର ସ୍ପ୍ରେ। ଏହାକୁ ବ୍ୟବହାର କରିବା ପରେ ଏବେ ୬ ବର୍ଷୀୟା ଶିଶୁକନ୍ୟା ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଏଭଳି ସାଂଘାତିକ ଅଭିଯୋଗ ଆସିଛି। ସବୁଠାରୁ ବଡ଼ କଥା, ଔଷଧ ଦୋକାନର କର୍ମଚାରୀ ଜଣକ ମାଟ୍ରିକ୍‌ ଫେଲ୍‌। ମାମଲା ଏବେ ଥାନାକୁ ଯାଇଥିବାବେଳେ ପୋଲିସ୍‌ ଔଷଧ ଦୋକାନର ସମ୍ପୃକ୍ତ କର୍ମଚାରୀଙ୍କୁ ଅଟକ ରଖି ତଦନ୍ତ କରୁଛି।

Advertisment

ଭୁବନେଶ୍ୱର ନିକଟ ଗାଡ଼କଣ ଅଞ୍ଚଳର ବି.କେ.ଭାବନାଙ୍କ ଅଭିଯୋଗ ଅନୁସାରେ, ନିଜ ଶିଶୁକନ୍ୟାର ଗଳାରେ ସଂକ୍ରମଣ ଯୋଗୁ ଶୈଳଶ୍ରୀ ବିହାର ଅଞ୍ଚଳର ଏକ କ୍ଲିନିକ୍‌କୁ ଯାଇ ସେ ଡାକ୍ତରଙ୍କୁ ଦେଖାଇଥିଲେ। ଡାକ୍ତର ଗଳା ସଂକ୍ରମଣ ରୋକିବାକୁ କିଛି ଔଷଧ ସହ ଏକ ସ୍ପ୍ରେ ବି ଲେଖିଥିଲେ। ଡାକ୍ତରଙ୍କ ହାତଲେଖା ପ୍ରେସ୍‌କ୍ରିପସନ୍‌କୁ ଧରି ଚନ୍ଦ୍ରଶେଖରପୁର ସ୍ଥିତ ଏକ ଔଷଧ ଦୋକାନକୁ ଭାବନା ଯାଇଥିଲେ।

ଆଉ ସେହି ଦୋକାନରୁ ଆଣିଥିବା ଏକ ଔଷଧକୁ ଶିଶୁଟିର ଗଳାରେ ସ୍ପ୍ରେ କରିଦେଇଥିଲେ। ତେବେ ସ୍ପ୍ରେ କରିବା କ୍ଷଣି ଆରମ୍ଭ ହୋଇଯାଇଥିଲା ପୋଡ଼ାଜଳା। ପରେ ଡାକ୍ତରଙ୍କୁ ପଚାରିବାରୁ ଜଣାପଡ଼ିଲା, ଏହା ଏକ ଭୁଲ୍ ମେଡିସିନ୍। ଏହି ମେଡିସିନ ଯୋଗୁ ଶିଶୁଟି ଏବେ ଆହୁରି ଅସୁସ୍ଥ ହୋଇପଡ଼ିଛନ୍ତି।ଚନ୍ଦ୍ରଶେଖରପୁର ପୋଲିସ ଏ ସଂପର୍କରେ ଅଭିଯୋଗ ପାଇବା ପରେ ଭୁଲ୍ ଔଷଧ ଦେଇଥିବା ଔଷଧ ଦୋକାନର ସେଲ୍‌ସମ୍ୟାନଙ୍କୁ ଅଟକ ରଖି ପଚରାଉଚରା କରୁଛି।

Advertisment

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଔଷଧ ଦୋକାନର ଏହି ସେଲ୍‌ସମ୍ୟାନ ଜଣକ ମାଟ୍ରିକ ଫେଲ୍। ତେବେ ଜଣେ ମାଟ୍ରିକ୍ ଫେଲ୍ ବ୍ୟକ୍ତିଙ୍କୁ କେମିତି ନିଯୁକ୍ତ କରିଥିଲେ ଏହି ଔଷଧ ଦୋକାନର ମାଲିକ ? କେଉଁ ପରିସ୍ଥିତିରେ ସେ ଏଭଳି ଭୁଲ୍ ଔଷଧ ଦେଲେ ? ଏନେଇ ନାନା ପ୍ରଶ୍ନ ଉଠିଥିବାବେଳେ ସଂପୃକ୍ତ ଔଷଧ ଦୋକାନର କର୍ତ୍ତୃପକ୍ଷ କହିଛନ୍ତି, ଘଟଣା ସମ୍ପର୍କରେ ସେ ଅବଗତ ଅଛନ୍ତି ଓ ଏନେଇ ଅନୁସନ୍ଧାନ କରୁଛନ୍ତି।

ଘଟଣା ପଛର କାରଣ ଯାହା ବି ହୋଇଥାଉନା କାହିଁକି, ଅସ୍ପଷ୍ଟ ଦେଖାଯାଉଥିବା ଏବଂ ପଢ଼ି ହେଉନଥିବା ଏଭଳି ହାତଲେଖା ଡାକ୍ତରୀ ପ୍ରେସ୍‌କ୍ରିପସନକୁ ନେଇ ବି ଏବେ ଚର୍ଚ୍ଚା ହେଉଛି।  

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ