Nasa science news scientists grow plants in lunar dirt next stop moon
ବିଶ୍ୱର ଅନେକ ବୈଜ୍ଞାନିକ ଚନ୍ଦ୍ର ଉପରେ ଗବେଷଣା କରିବାରେ ଲାଗିଛନ୍ତି । ଚନ୍ଦ୍ରରେ ଜୀବନ ସମ୍ଭବ କି ନୁହେଁ, ତାହା ଉପରେ ବୈଜ୍ଞାନିକମାନେ ଅନୁସନ୍ଧାନ କରୁଛନ୍ତି। ଏହି ସମୟରେ, ଆମେରିକାର ସ୍ପେସ୍ ଏଜେନ୍ସି ନାସା, ଚନ୍ଦ୍ରରୁ ଆଣିଥିବା ମାଟିରେ ଚାରା ଲଗାଇ ଦେଖାଇଛି । ଯାହା ମାନବ ଇତିହାସ ତଥା ଚନ୍ଦ୍ରକୁ ନେଇ କରାଯାଉଥିବା ଗବେଷଣାର ପ୍ରଥମ ମାଇଲଖୁଣ୍ଟ ବୋଲି ବିବେଚନା କରାଯାଉଛି ।
ଏନେଇ ଫ୍ଲୋରିଡା ବିଶ୍ୱବିଦ୍ୟାଳୟର ଖାଦ୍ୟ ଏବଂ କୃଷି ବିଜ୍ଞାନ ସଂସ୍ଥାର ରୋବର୍ଟ ଫେରେଲ କହିଛନ୍ତି ଯେ, ସେ ଏବଂ ତାଙ୍କ ସହକର୍ମୀମାନେ ଆପୋଲୋ ୧୧ର ନିଲ୍ ଆର୍ମଷ୍ଟ୍ରଙ୍ଗ୍ ଏବଂ ବଂଜ୍ ଆଲଡ୍ରିନ୍ ଏବଂ ଅନ୍ୟାନ୍ୟ ମୁନ୍ ୱାର୍କର୍ସଙ୍କ ଦ୍ୱାରା ଅଣାଯାଇଥିବା ଚନ୍ଦ୍ରର ମାଟିରେ ଆରାବିଡୋପସିସ୍ ( Arabidopsis )ଗଛର ମଞ୍ଜି ଗୁଡିକ ଲଗାଇଥିଲେ । ଏବେ ସମସ୍ତ ବୀଜ ଅଙ୍କୁରିତ ହେବାରେ ଲାଗିଛି ।
ଚନ୍ଦ୍ରରର ମାଟି ପୃଥିବୀର ମାଟିଠାରୁ ପ୍ରାୟତଃ ଭିନ୍ନ ଅଟେ । ଏହି ମାଟିକୁ ଚନ୍ଦ୍ର ରେଗୋଲିଥ୍ ମଧ୍ୟ କୁହାଯାଇଥାଏ । ଆପୋଲୋ ୧୧, ୧୨ ଏବଂ ୧୭ ମିଶନ ସମୟରେ ଚନ୍ଦ୍ରରୁ ମାଟି ଅଣାଯାଇଥିଲା, ଯେଉଁଥିରେ ବୃକ୍ଷରୋପଣ କରାଯାଇଛି ।
ଏହା ପ୍ରଥମଥର ନୁହେଁ ପୂର୍ବରୁ ମଧ୍ୟ ୨୦୧୯ ମସିହାରେ ଏଭଳି ପ୍ରୟାସ କରାଯାଇଥିଲା । ଜାନୁଆରୀ ୨୦୧୯ ରେ ଯେତେବେଳେ ଚାଇନାର ଚାଙ୍ଗ -୪ ମହାକାଶଯାନ ଚନ୍ଦ୍ର ପୃଷ୍ଠରେ ପହଞ୍ଚିଲା, ସେତେବେଳେ ସେମାନେ ତାଙ୍କସହ ସହିତ କପା ମଞ୍ଜି ନେଇ ଯାଇଥିଲେ ।
ତେବେ ପ୍ରଥମ ଥର ପାଇଁ ଚାନ୍ଦର ମାଟିରେ ବୃକ୍ଷରୋପଣ କରିବା ଚନ୍ଦ୍ର ଉପରେ କରାଯାଉଥିବା ସମସ୍ତ ଗବେଷଣାକୁ ଏକ ନୂତନ ଦିଗଦର୍ଶନ ଦେଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652444658.jpg)