ସନ୍ନ୍ୟାସୀରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲମ୍ବା ଯାତ୍ରା

୭୧ ବର୍ଷରେ ପଦାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏମିତିରେ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ମଧ୍ୟରେ ତାଙ୍କ କାର୍ଯ୍ୟ ସହିତ ଯୋଜନାଗୁଡିକର ମଧ୍ୟ ଅବଲୋକନ ଓ ବିଶ୍ଲେଷଣ କରାଯିବ। ତାଙ୍କୁ ନେଇ ଅନେକ କଥା ରହିଛି ଯାହା ଅନ୍ୟ ପ୍ରଧାନମନ୍ତ୍ରୀଙ୍କ ଠାରୁ ତାଙ୍କୁ ସ୍ୱତନ୍ତ୍ର କରେ। ଏପରି କି ତାଙ୍କ ଲୋକପ୍ରିୟତାର ରହସ୍ୟକୁ ମଧ୍ୟ ତାଙ୍କ ବିରୋଧୀମାନେ ବି ଜାଣିବାକୁ ଚେଷ୍ଟା କରନ୍ତି। କିନ୍ତୁ ତାଙ୍କ ପ୍ରାରମ୍ଭିକ ଜୀବନକୁ ନଜର ପକେଇଲେ ଏହା ବିଶ୍ୱାସ କରିହୁଏ ନାହିଁ ଯେ ସେ ଜଣେ ପ୍ରଧାନମନ୍ତ୍ରୀ ହେବେ ବୋଲି।

ନରେନ୍ର ମୋଦୀ

News Summary

ସନ୍ନ୍ୟାସୀରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଂଘର୍ଷର କଥା

୧୯୭୧ରେ ହୋଇଥିଲେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପ୍ରଚାରକ

୧୯୮୫ରେ ବିଜେପିରେ ଯୋଗ ଦେଲେ

୨୦୦୧ରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ହେଲେ।

୨୦୧୪ରେ ହେଲେ ଦେଶର ପ୍ରଧାନମନ୍ତ୍ରୀ

୭୧ ବର୍ଷରେ ପଦାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏମିତିରେ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ମଧ୍ୟରେ ତାଙ୍କ କାର୍ଯ୍ୟ ସହିତ ଯୋଜନାଗୁଡିକର ମଧ୍ୟ ଅବଲୋକନ ଓ ବିଶ୍ଲେଷଣ କରାଯିବ। ତାଙ୍କୁ ନେଇ ଅନେକ କଥା ରହିଛି ଯାହା ଅନ୍ୟ ପ୍ରଧାନମନ୍ତ୍ରୀଙ୍କ ଠାରୁ ତାଙ୍କୁ ସ୍ୱତନ୍ତ୍ର କରେ। ଏପରି କି ତାଙ୍କ ଲୋକପ୍ରିୟତାର ରହସ୍ୟକୁ ମଧ୍ୟ ତାଙ୍କ ବିରୋଧୀମାନେ ବି ଜାଣିବାକୁ ଚେଷ୍ଟା କରନ୍ତି। କିନ୍ତୁ ତାଙ୍କ ପ୍ରାରମ୍ଭିକ ଜୀବନକୁ ନଜର ପକେଇଲେ ଏହା ବିଶ୍ୱାସ କରିହୁଏ ନାହିଁ ଯେ ସେ ଜଣେ ପ୍ରଧାନମନ୍ତ୍ରୀ ହେବେ ବୋଲି। ତେବେ ତାଙ୍କ ଯୁବାବସ୍ଥାରୁ ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ଯାତ୍ରା ଅତ୍ୟନ୍ତ ରୋଚକପୂର୍ଣ୍ଣ ହେବା ସହ ଆର୍ଶ୍ଚର୍ଯ୍ୟଜନକ ମଧ୍ୟ।

ପିଲା ବେଳେ ମୋଦୀ ଗୁଜୁରାଟରେ ଥିବା ଜାମନଗର ସୈନିକ ସ୍କୁଲକୁ ଯିବାକୁ ଚାହୁଁଥିଲେ। କିନ୍ତୁ ଆର୍ଥିକ ପରିସ୍ଥିତି ତାଙ୍କୁ ଅଟକାଇ ଥିଲା। ପାଠ ପଢିବା ସମୟରେ ଗୁଜୁରାଟର ମହେସାଣା ରେଳ ଷ୍ଟେସନରେ ତାଙ୍କ ବାପାଙ୍କ ଚାହା ଦୋକାନରେ ବାପାଙ୍କୁ ସହଯୋଗ କରୁଥିଲେ।

ନରେନ୍ଦ୍ର ମୋଦୀଙ୍କ ପିଲାବେଳ

ତାଙ୍କୁ ଯେତେବେଳେ ୧୮ ବର୍ଷ ହୋଇଥିଲା ସେ ତାଙ୍କ ପତ୍ନୀ ଓ ଘର ଛାଡି ସନ୍ନ୍ୟାସୀ ହୋଇଯାଇଥିଲେ। ଦୀର୍ଘ ଦୁଇ ବର୍ଷ ଧରି ସେ ଉତ୍ତର ଓ ଉତ୍ତର ପୂର୍ବ ଭାରତ ଭ୍ରମଣ କରୁଥିଲେ। ଏହି ସମୟରେ ସେ ବିବେକାନନ୍ଦଙ୍କ ବେଲୁର ମଠ, ଆସାମର ସିଲିଗୁଡି ଓ ଗୁଆହାଟୀ, ଅମ୍ଲୀଡାର ଅଦୈତ ଆଶ୍ରମ ଓ ରାଜକୋଟର ରାମକୃଷ୍ଣ ମିଶନରେ ରହିଥିଲେ। ମୋଦୀ କୁହନ୍ତି ଯେ ସ୍ୱାମୀ ବିବେକାନନ୍ଦଙ୍କ ଗଭୀର ପ୍ରଭାବ ତାଙ୍କ ଜୀବନ ଉପରେ ପଡିଛି। ଏହା ପରେ ସେ ବଡନଗର ଆସି ପରେ ଅହମଦାବାଦରେ ତାଙ୍କ ଚାଚାଙ୍କ ପାଖକୁ ଚାଲିଆସିଥିଲେ। ସେଇଠୁ ପୁଣିଥରେ ତାଙ୍କର ସାର୍ବଜନୀନ ଜୀବନ ଆରମ୍ଭ ହୋଇଥିଲା।

ନରେନ୍ଦ୍ର ମୋଦୀ

୧୯୭୧ ମସିହାରେ ଦିଲ୍ଲୀରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଚାଲିଥିବା ଜନସଂଘ ସତ୍ୟାଗ୍ରହରେ ମୋଦୀ ଯୋଗ ଦେଇ ପ୍ରଥମ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ସେହି ସମୟରେ ଇନ୍ଦିରା ଗାନ୍ଧୀ ସରକାର ବାଙ୍ଗ୍ଲାଦେଶର ମୁକ୍ତି ବାହିନୀକୁ ଖୋଲା ସମର୍ଥନ ନ ଦେବାରୁ କିଛି ଦିନ ପାଇଁ ରାଜନୈତିକ କଏଦୀଭାବେ ମୋଦୀଙ୍କୁ ତିହାଡ ଜେଲ୍‌ରେ ରହିବାକୁ ପଡିଲା। ୧୯୭୧ ଯୁଦ୍ଧ ପରେ ସେ ସଂପୂର୍ଣ୍ଣ ଭାବେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରଚାରକ ହୋଇଥିଲେ। ଜରୁରୀକାଳୀନ ପରିସ୍ଥିତିରେ ତାଙ୍କୁ ଆର୍‌ଏସ୍‌ଏସ୍‌ର ଗୁଜୁରାଟ ଲୋକ ସଂଘର୍ଷ ସମିତିର ସଚୀବ ମଧ୍ୟ କରାଗଲା। ଏହି ସମୟରେ ଆର୍‌ଏସ୍‌ଏସ୍‌ ଉପରେ ପ୍ରତିବନ୍ଧକ ଲାଗିଯିବାକୁ ଗିରଫ ଭୟରେ ମୋଦୀ କାମ କରିବା ନେଇ ବିଭିନ୍ନ ଜାଗା ବଦଳେଇବାକୁ ଲାଗିଲେ।

ଜରୁରୀକାଳୀନ ପରିସ୍ଥିତି ବିରୋଧରେ ପ୍ରଚାର ସାମଗ୍ରୀ ଲୁଚେଇ ରଖି ଦିଲ୍ଲୀ ପଠେଇବା, ରାଜନୈତିକ ଶରଣାର୍ଥୀମାନଙ୍କ ପାଇଁ ଅର୍ଥ ଜମା କରିବା, ସଂଗଠନ ଲୋକଙ୍କ ମଧ୍ୟରେ ସଂପର୍କ ସ୍ଥାପନ କରି ସୁରକ୍ଷିତ ରଖିବା ଆଦି କାମ ତାଙ୍କ ଉପରେ ଥିଲା। ଏନେଇ ସେ କେତେବେଳେ ସନ୍ନ୍ୟାସୀ ତ କେତେବେଳେ ଶିଖ୍ ରୂପ ନେଉଥିଲେ। ତାଙ୍କର ଶିଖ ବେଶଧାରୀ ରୂପ ଆଜି ବି ଇଣ୍ଟରନେଟ୍‌ରୁ ମିଳେ।

ଶିଖ୍ ବେଶରେ ନରେନ୍ଦ୍ର ମୋଦୀ

ଜରୁରୀକାଳୀନ ପରିସ୍ଥିତି ପରେ ମୋଦୀ ଦିଲ୍ଲୀ ୟୁନିଭର୍ସିଟିର ସ୍କୁଲ୍ ଅଫ୍ ଓପନ୍ ଲର୍ଣ୍ଣିଙ୍ଗରୁ ରାଜନୀତି ବିଜ୍ଞାନରେ ବିଏ ଡିଗ୍ରୀ ହାସଲ କଲେ ଓ ପରେ ଗୁଜୁରାଟ ୟୁନିଭର୍ସିଟିରୁ ଡିଷ୍ଟାନ୍ସ ଲର୍ଣ୍ଣିଙ୍ଗ ଛାତ୍ର ଭାବେ ଏମ୍‌ଏ ଡିଗ୍ରୀ ହାସଲ କଲେ। ୧୯୭୯ରେ ମୋଦୀ ଦିଲ୍ଲୀ ଆସିଲେ, କିନ୍ତୁ ଖୁବ୍ ଶୀଘ୍ର ଫେରିଗଲେ। ୧୯୮୫ରେ ସେ ବିଜେପିରେ ଯୋଗ ଦେଲେ। ୧୯୮୭ରେ ମୋଦୀଙ୍କ ନିର୍ଦ୍ଦେଶରେ ଭାଜପା ଅହମଦାବାଦ ନଗର ନିଗମ ନିର୍ବାଚନ ଜିତିଲା। ଏହା ପରେ ମୋଦୀ ଗୁଜୁରାଟ ବିଜେପି ସଂଗଠନ ସଚୀବ ହେଲେ।

ନରେନ୍ଦ୍ର ମୋଦୀ

୧୯୯୦ରେ ମୋଦୀ ଅଟଳ ବିହାରୀ ବାଜପେୟୀଙ୍କ ରଥ ଯାତ୍ରାର ଦାୟିତ୍ୱ ନେଲେ। କିଛି ଦିନ ସେ ରାଜନୀତିରୁ ଦୂରେଇ ରହିବା ପରେ ପୁନର୍ବାର ୧୯୯୪ରେ ଫେରିଲେ ଏବଂ ୧୯୯୫ରେ ଭାଜପା ତରଫରୁ ଗୁଜୁରାଟ ବିଧାନସଭା ନିର୍ବାଚନ ଜିତିଲେ ଓ ବିଜେପିର ରାଷ୍ଟ୍ରୀୟ ସଚୀବ ହେବା ସୌଭାଗ୍ୟ ଅର୍ଜନ କଲେ।

୧୯୯୮ରେ ଗୁଜୁରାଟ ନିର୍ବାଚନରେ ବିଜେପିର ବିଜୟର ସମସ୍ତ ଶ୍ରେୟ ମୋଦୀଙ୍କୁ ଗଲା। ୨୦୦୧ରେ କିଶୁଭାଇ ପଟେଲଙ୍କ ପରେ ସେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ହେଲେ। ୨୦୧୪ ପର୍ଯ୍ୟନ୍ତ ସେ ଲଗାତର ଏହି ପଦବୀରେ ରହିଲେ। ତାଙ୍କ କାର୍ଯ୍ୟାକାଳ ମଧ୍ୟରେ ଗୁଜୁରାଟର ବିକାଶର ମଡେଲ ଖୁବ ଚର୍ଚ୍ଚାରେ ଥିଲା। ୨୦୧୪ରେ ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ପଦ ଛାଡିଲେ।