ବିଶ୍ୱାସ ନା ଅନ୍ଧବିଶ୍ୱାସ ? ପୂଜାପାଠ ସାଙ୍ଗକୁ ଚାଲିଛି ମନ୍ତ୍ରପଢ଼ା, ସ୍ୱପ୍ନାଦେଶ ପରେ ଜଙ୍ଗଲ ଭିତରେ ତପସ୍ୟାରେ ବସିଛନ୍ତି ମହିଳା

ଦଳେଇଗୁଡା ଗ୍ରାମର ସିଙ୍ଗି ହରିଜନଙ୍କ ପତ୍ନୀ ବାଲମତି ହରିଜନ l ଗତ ଶନିବାର ରାତି ୨ ଟାରୁ ହଠାତ୍ ଘରୁ ପଳାଇ ଆସିଥିଲେ । ଆଉ ଏବେ ଜଙ୍ଗଲରେ ତପସ୍ୟାରତ ଅଛନ୍ତି । ସକାଳୁ ସକାଳୁ ଘର ଲୋକ ତାଙ୍କୁ ଖୋଜାଖୋଜି କରିବାପରେ ପାଇନଥିଲେ l ପରେ ନିକଟସ୍ଥ ଢାମଣାପଦର ବାହାଲି ଜଙ୍ଗଲର ଏକ ଛୋଟିଆ ପଥର ପାହାଡ଼ରେ ସେ ତପସ୍ୟା ଅବସ୍ଥାରେ ବସିଥିବା ଦେଖିବାକୁ ମିଳିଥିଲା

ପୂଜାପାଠ ସାଙ୍ଗକୁ ଚାଲିଛି ମନ୍ତ୍ରପଢ଼ା

News Summary

ସ୍ୱପ୍ନାଦେଶ ପରେ ୪ଦିନ ହେଲା ତପସ୍ୟାରତ ମହିଳା

ପୂଜାପାଠ ସାଙ୍ଗକୁ ଚାଲିଛି ମନ୍ତ୍ରପଢ଼ା

ନବରଙ୍ଗପୁର(ନବଘନ ବିଷୋୟୀ ) : ବିଶ୍ୱାସ ନା ଅନ୍ଧବିଶ୍ୱାସ ? ଜଙ୍ଗଲରେ ତପସ୍ୟାରତ ମହିଳା । ସ୍ୱପ୍ନାଦେଶ ଗତ ୪ ଦିନ ହେଲା ମହିଳା ତପସ୍ୟାରେ ବସିଛନ୍ତି l ପୂଜାପାଠ ସାଙ୍ଗକୁ ଚାଲିଛି ମନ୍ତ୍ରପଢ଼ା । ଦାନ ଦକ୍ଷିଣା ଫଳମୂଳ ଦେଇ ପୂଜା କରୁଛନ୍ତି ଲୋକେ । ଧୀରେ ଧୀରେ ଜଙ୍ଗଲ ଭିତରେ ଜମୁଛି ଭିଡ଼ । ମହିଳା ଜଣକ ନିଜ ଦେହରେ ବାସୁକୀ ମାତା ଆସିଥିବା କହିଛନ୍ତି l ଏହାସହ ମହିଳାଙ୍କୁଦେଖିବାଓ ପୂଜାର୍ଚ୍ଚନା ଗହଳି ବଢ଼ୁଛି । ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଦଳେଇଗୁଡା ଗ୍ରାମ ନିକଟସ୍ଥ ଢାମଣାପଦର ବାହାଲି ଜଙ୍ଗଲରେ । ଅନ୍ୟପଟେ ମହିଳାଙ୍କ ବିକୃତ ମସ୍ତିଷ୍କ ରହିଥିବା ଅଭିଯୋଗ କରି ସ୍ଥାନୀ ୟବାସିନ୍ଦାମାନେ ତୁରନ୍ତ ପ୍ରଶାସନ ହସ୍ତକ୍ଷେପ କରି ଚିକିତ୍ସା ଯୋଗାଇଦେବାକୁ ଦାବି କରିଛନ୍ତି l

ଦଳେଇଗୁଡା ଗ୍ରାମର ସିଙ୍ଗି ହରିଜନଙ୍କ ପତ୍ନୀ ବାଲମତି ହରିଜନ l ଗତ ଶନିବାର ରାତି ୨ ଟାରୁ ହଠାତ୍ ଘରୁ ପଳାଇ ଆସିଥିଲେ । ଆଉ ଏବେ ଜଙ୍ଗଲରେ ତପସ୍ୟାରତ ଅଛନ୍ତି । ସକାଳୁ ସକାଳୁ ଘର ଲୋକ ତାଙ୍କୁ ଖୋଜାଖୋଜି କରିବାପରେ ପାଇନଥିଲେ l ପରେ ନିକଟସ୍ଥ ଢାମଣାପଦର ବାହାଲି ଜଙ୍ଗଲର ଏକ ଛୋଟିଆ ପଥର ପାହାଡ଼ରେ ସେ ତପସ୍ୟା ଅବସ୍ଥାରେ ବସିଥିବା ଦେଖିବାକୁ ମିଳିଥିଲା । ତାଙ୍କର ଏଅବସ୍ଥା ଶୁଣି ଆଖପାଖ ଅଞ୍ଚଳର ଗ୍ରାମବାସୀଙ୍କ ଭିଡ଼ ଜମିଥିଲା । କିଛି ଲୋକ ତାଙ୍କ ନିକଟରେ ନଡ଼ିଆ, କଦଳୀ, ଧୂପଦୀପ ଦେଇ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି l

ପୂର୍ବରୁ ସ୍ୱାମୀ ସିଙ୍ଗି ହରିଜନ ଗାଈ ଚରାଉ ଥିବାବେଳେ ସ୍ତ୍ରୀ ବାଲ ହରିଜନ ଝାଡାଫୁଙ୍କା ଆଦି କାମ କରି ପରିବାର ପୋଷୁଥିଲେ l ବର୍ତ୍ତମାନ ବାଲ ହରିଜନ ତପସ୍ୟାରତ ଥିବାରୁ ତାଙ୍କ ସୁରକ୍ଷା ନିକଟରେ ଜଗି ବସିଛନ୍ତି । ବାଲ ଦୁଇ ଚାମଚ କ୍ଷୀର ପିଉଥିବାବେଳେ ପାହାନ୍ତିଆ ୩ଟାରେ ଗାଧୋଇବାକୁ ଯାଉଥିବା ଭକ୍ତମାନଙ୍କୁ କହିଛନ୍ତି l ଉଭୟ ଅଲେଖ ଧର୍ମ ଗ୍ରହଣ କରିଛନ୍ତି ବୋଲି ଜଣାପଡ଼ିଛି ।

ଗୋଟିଏପଟେ ତପସ୍ୟାରତ ମହିଳା କାହା ସହ କଥା ହେଉନଥିବା ଭକ୍ତମାନେ କହୁଥିଲା ବେଳେ ଆମ କ୍ୟାମେରାସାମ୍ନାରେ ସେ ଘର, ମନ୍ଦିର ଓ ନଳକୂପ ପାଇଁ ଦାବି କରିଛନ୍ତି l ଏଥିସହ କ୍ୟାମେରାରେ ସେ କରୁଥିବା ସ୍ତୁତିକୁ ରେକର୍ଡିଙ୍ଗ କରିବାକୁ କହିଥିଲେ l ଯାହାକୁ ନେଇ ସ୍ଥାନୀୟ ଲୋକେ ଉକ୍ତ ମହିଳା ଜଣକ ବାହାନା କରି ଏଭଳି କରୁଥିବା ଅଭିଯୋଗ କରିଛନ୍ତି l ସେହିଭଳି ପାପଡାହାଣ୍ଡି ଗ୍ରାମର ସୁଶାନ୍ତ ବେହେରା ତାଙ୍କ ମୁଣ୍ଡ ଖରାପ ଥିବା ମଧ୍ୟ ଅଭିଯୋଗ କରି ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ସତ୍ୟକୁ ବାହାର କରବାକୁ କହିଛନ୍ତି । ଏହା ଅନ୍ଧବିଶ୍ୱାସ ନା ଭଗବାନପ୍ରେମ ତାହା ଜଣା ପଡୁନଥିବା ବେଳେ ଲୋକଙ୍କ ଭିଡ଼ ଦେଖି ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ବଢ଼ିବାରେ ଲାଗିଛି l