Advertisment

ଗାଁ ମଶାଣି ରାସ୍ତାକୁ ଅଳିଆ ଗଦା କରିଥିଲା ପୌରପାଳିକା, ରାସ୍ତା ଉପରେ ଶବ ରଖି ଗାଁ ଲୋକେ କଲେ ପ୍ରତିବାଦ

ଅଳିଆ ଗଦାରେ ପରିଣତ ହୋଇଛି ଗାଁ ମଶାଣିକୁ ଯାଇଥିବା ରାସ୍ତା । ଏହାକୁ ବିରୋଧ କରି ଶବ ରଖି ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ। ଏମିତି ଘଟଣା ଘଟିଛି ନବରଙ୍ଗପୁର ସଦର ମୁହକୁମାସ୍ଥିତ ମାଝୀଗୁଡା ଗ୍ରାମରେ। ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ ମଶାଣି ରାସ୍ତାରେ ନବରଙ୍ଗପୁର ପୌରପାଳିକା ଅକ୍ତିଆର କରି ଅଳିଆଗଦା କରୁଛି।

Nabarangapur

Nabarangapur

Advertisment

ନବରଙ୍ଗପୁର: ଅଳିଆ ଗଦାରେ ପରିଣତ ହୋଇଛି ଗାଁ ମଶାଣିକୁ ଯାଇଥିବା ରାସ୍ତା । ଏହାକୁ ବିରୋଧ କରି ଶବ ରଖି ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ। ଏମିତି ଘଟଣା ଘଟିଛି ନବରଙ୍ଗପୁର ସଦର ମୁହକୁମାସ୍ଥିତ ମାଝୀଗୁଡା ଗ୍ରାମରେ। ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ ମଶାଣି ରାସ୍ତାରେ ନବରଙ୍ଗପୁର ପୌରପାଳିକା ଅକ୍ତିଆର କରି ଅଳିଆଗଦା କରୁଛି।

Advertisment

ଏଥିପାଇଁ ଶବସଂସ୍କାର ପାଇଁ ଗଲାବେଳେ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଆଜି ମାଝୀଗୁଡା ଗାଁର ଗୋମତୀ ରଣାଙ୍କ ଦେହାନ୍ତ ହୋଇଥିଲା l ପରିବାରବର୍ଗ ଓ ଗ୍ରାମବାସୀ ଶବସତ୍କାର ପାଇଁ ଗାଁ ମଶାଣିକୁ ନେବାବେଳେ ରାସ୍ତା ଉପରେ ଅଳିଆ ଗଦା ହୋଇଥିବା ଦେଖିବାକୁ ପାଇ ଉତକ୍ଷିପ୍ତ ହୋଇଥିଲେ। ରାସ୍ତାରେ ଏତେ ମାତ୍ରାରେ ଅଳିଆଗଦା ହୋଇଥିଲା ଯେ ପାଦ ପକାଇବାକୁ ଅସୁବିଧା ହେଉଥିଲା।

Advertisment

ତେଣୁ ଉତ୍ତ୍ୟକ୍ତ ଗ୍ରାମବାସୀ ସ୍ଥାନୀୟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସାମ୍ନାରେ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥରେ ଶବ ରଖି ରାସ୍ତାରୋକ କରିଥିଲେ। ତେବେ ଖବର ପାଇ ନବରଙ୍ଗପୁର ପୋଲିସ ଓ ଜିଲ୍ଲା ପ୍ରଶାସନ ପହଂଚି ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହ ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶୃତି ଦେଲା ପରେ ରାସ୍ତାରୋକ ହଟିଥିଲା।

ତେବେ ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ, ଏଠାରେ ପୌରପାଳିକାକୁ ମନା କରିବା ପରେ ମଧ୍ୟ ସେମାନେ ବାରମ୍ବାର ଅଳିଆ ଆଣି ଏଠାରେ ପକାଉଛନ୍ତି। ଯାହାଦ୍ୱାରା ପରିବେଶ ଦୂଷିତ ହେବା ସହ ଗାଁ ଲୋକେ ମଧ୍ୟ ପ୍ରଭାବିତ ହେଉଛନ୍ତି। ତେଣୁ ଯଥାଶୀଘ୍ର ଏଠାରୁ ଅଳିଆ ଗଦା ସ୍ଥାନାନ୍ତର ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଗାଁ ଲୋକମାନେ କହିଛନ୍ତି।

Advertisment
Nabarangpur Municipality
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ