Advertisment

ଅଭିଶପ୍ତ ଗାଁ; ଜନ୍ମ ହୁଅନ୍ତି ଖାଲି ବାମନ

ଦୁନିଆରେ ଏମିତି ବି ଗାଁ ଅଛି ଯେଉଁଠି ଏକ ନିର୍ଦ୍ଦିଷ୍ଟ ବୟସ ପରେ ଆଉ ବଢେ ନାହିଁ ସେମାନଙ୍କ ଉଚ୍ଚତା। ଅତି ବେଶିରେ ଦେଖାଯାଆନ୍ତି ପାଖାପାଖି ୪ ଫୁଟିଆ ମଣିଷ। ଏହା କ’ଣ ଅଭିଶପ୍ତ ଗାଁ!

ଅଦ୍ୟତନ ହୋଇଛି
Mysterious village with 50 percent dwarf population

Mysterious village with 50 percent dwarf population

Advertisment

ଏ ଦୁନିଆ ଅଜବ। ଏଠି ଲୁଚି ରହିଛି ଅନେକ ରହସ୍ୟ। ଏଠି ଅନେକ ଜିନିଷ ପଛରେ ଥିବା ତଥ୍ୟ କଦାପି ବୁଝି ହୁଏ ନାହିଁ। ଯଦି କୌଣସି ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସେ, ତେବେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଏହାର କାରଣ ବୁଝାପଡୁ ନ ଥିବାରୁ ଲୋକେ ଏହାକୁ ଏକ ଚମତ୍କାର ଭାବନ୍ତି ନହେଲେ ଅଭିଶାପ ବୋଲି ଧରି ନିଅନ୍ତି।

Advertisment

ଆଜିକାଲି ଏଭଳି ଏକ ଅଭିଶାପିତ ଗ୍ରାମକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଧରିଛି। ଏହି ଗାଁ ଚୀନର ସିଚୁଆନ୍ ପ୍ରଦେଶରେ ରହିଛି। ଏହି ଗାଁର ରହସ୍ୟ ହେଉଛି ଏଠାରେ ରହୁଥିବା ପ୍ରତ୍ୟେକ ଲୋକଙ୍କ ଉଚ୍ଚତା ତିନି ଫୁଟରୁ ଅଧିକ ହୁଏ ନାହିଁ।

ଚୀନ୍‌ର ସିଚୁଆନ୍‌ର ଥିବା ୟାଙ୍ଗ୍‌ସି ଗାଁର ରହସ୍ୟ ଆଜି ପର୍ଯ୍ୟନ୍ତ ପ୍ରକାଶ ପାଇ ପାରିଲା ନାହିଁ। ଏହି ଗାଁର ଅଧିକାଂଶ ଜନସଂଖ୍ୟା ବାମନ। କାରଣ ସେମାନଙ୍କର ଉଚ୍ଚତା ବଢେ ନାହିଁ। ଏହି ଗାଁରେ ରହୁଥିବା ଅଧିକାଂଶ ଲୋକଙ୍କ ଉଚ୍ଚତା ଦୁଇରୁ ତିନି ଫୁଟ ପର୍ଯ୍ୟନ୍ତି ବଢିଥାଏ। ସୂଚନାନୁସାରେ, ଗାଁର ଜନସଂଖ୍ୟାର ୫୦ ପ୍ରତିଶତ ଲୋକ ହେଉଛନ୍ତି ବାମନ। ସେମାନଙ୍କର ଉଚ୍ଚତା ଦୁଇରୁ ତିନି ଫୁଟ। ଏହାଠାରୁ କେହି ଅଧିକ ଲମ୍ବା ହୁଅନ୍ତି ନାହିଁ।

Advertisment

କୁହାଯାଏ ଯେ ଏହି ଗାଁରେ ପ୍ରତ୍ୟେକ ଶିଶୁଙ୍କ ଜନ୍ମ ଠିକ୍ ଠାକ୍ ହୋଇଥାଏ। ସେମାଙ୍କ ଉଚ୍ଚତା ବୃଦ୍ଧି ୫ ରୁ ୭ ବର୍ଷ ମଧ୍ୟରେ ସ୍ୱାଭାବିକ ଭାବେ ଚାଲିଥାଏ। କିନ୍ତୁ ଏହି ବୟସ ପରେ ଦେଖାଦିଏ ଅଜବ ପ୍ରକ୍ରିୟା। ସେମାନଙ୍କର ଉଚ୍ଚତା ଆଉ ବଢେ ନାହିଁ। ଏଇଠି ବନ୍ଦ ହୋଇଯାଏ ଏହି ପ୍ରକ୍ରିୟା। ଏହା ପରେ, ସେମାନଙ୍କର ସର୍ବାଧିକ ଉଚ୍ଚତା ୩ ଫୁଟ ୧୦ ଇଞ୍ଚ ପର୍ଯ୍ୟନ୍ତି ଯାଇଥାଏ।

Mysterious village with 50 percent dwarf populationଅଭିଶପ୍ତ ଗାଁ; ଜନ୍ମ ହୁଅନ୍ତି ଖାଲି ବାମନ

କାହିଁକି ଏଭଳି ହୁଏ। କାହିଁକି ଏହି ବୟସ ପାରେ ଆଉ ବଢେ ନାହିଁ ସେମାନଙ୍କ ଉଚ୍ଚତା, ଏହା କାହାରିକୁ ବୁଝାପଡେ ନାହିଁ। ଏହି ରହସ୍ୟ କାରଣରୁ ଅଧିକାଂଶ ଲୋକ ଏହାକୁ ଅଭିଶାପ ବୋଲି ଭାବନ୍ତି। ସେମାନେ କୁହନ୍ତି ଯେ ୟାଙ୍ଗ୍‌ସି ଏକ ଅଭିଶାପିତ ଗାଁ। ଏହି କାରଣରୁ ସେମାନଙ୍କର ଉଚ୍ଚତା ବଢିପାରେ ନାହିଁ।

Advertisment

ଆଖପାଖର ଲୋକଙ୍କର ମଧ୍ୟ ଏହି ଗାଁକୁ ନେଇ ଭିନ୍ନ ଧାରଣ ଅଛି। ସେମାନେ ଏହାକୁ କୌଣସି ମନ୍ଦ ଶକ୍ତିର ପ୍ରକୋପ ବୋଲି ମଧ୍ୟ କହିଥାନ୍ତି। ବୈଜ୍ଞାନିକମାନେ ମଧ୍ୟ ଏହା ପଛର କାରଣ ଖୋଜିବା ପାଇଁ ଚେଷ୍ଟା କରିଥିଲେ। ଏହି ଅବସରେରେ ସେମାନେ ଏହି ସିଦ୍ଧାନ୍ତରେ ପହଞ୍ଚିଥିଲେ ଯେ ଗାଁର ମାଟିରେ ପାରଦ ବା ମର୍କୁରୀ ବହୁ ପରିମାଣରେ ରହିଛି। ଏହି କାରଣରୁ, ଏଠାକାର ଲୋକଙ୍କ ଉଚ୍ଚତା ବଢିବାରେ ବାଧାପ୍ରାପ୍ତ ହୁଏ ବୋଲି କୁହାଯାଇଛି। ଏଥି ସହିତ, କେତେକ ମଧ୍ୟ ବିଶ୍ୱାସ କରନ୍ତି ଯେ ଜାପାନ ଦ୍ୱାର ଚୀନ୍ ଆଡକୁ ନିର୍ଗତ ବିଷାକ୍ତ ଗ୍ୟାସ୍‌ର ପ୍ରଭାବ ଯୋଗୁଁ ଏହି ଗାଁରେ ବାମନତା ବ୍ୟାପିଛି। ତେବେ ଆଜି ପର୍ଯ୍ୟନ୍ତ ଏହି ରହସ୍ୟର ସଠିକ୍ ଉତ୍ତର ଦେବାକୁ କେହି ସକ୍ଷମ ହୋଇ ନାହାଁନ୍ତି।

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ