Advertisment

ଡେଡ୍‌ମ୍ୟାନ୍ ଦ୍ୱୀପ; ଚାରିଆଡେ ପଡିଛି ନରକଙ୍କାଳ

ଦୁନିଆରେ ଏପରି ଅନେକ ଅଦ୍ଭୁତ ସ୍ଥାନ ରହିଛି, ଯାହା ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ଏହିସବୁ ଜାଗା ଅତ୍ୟନ୍ତ ଭୟଙ୍କର ହୋଇଥିଲେ ବି ଦୂରଦୂରାନ୍ତରୁ ଅନେକ ପର୍ଯ୍ୟଟକ ଏହି ସ୍ଥାନଗୁଡିକର ରୋମାଞ୍ଚକୁ ଅନୁଭବ କରିବା ନେଇ ଏଠାକୁ ଆସନ୍ତି। ଦୁନିଆରେ ଏପରି ଏକ ଅଦ୍ଭୁତ ଦ୍ୱୀପ ଅଛି, ଯେଉଁଠାରେ କେବଳ ଶବ ହିଁ ପଡି ରହିଛି। ଏହି ଦ୍ୱୀପ ଏତେ ଭୟାନକ ଯେ ଏଠାକୁ ଆସିବା ପରେ ତୁମର ଲୋମ ଟାଙ୍କୁରି ଉଠିବ।

Deadman Island

Deadman Island

Advertisment

ଦୁନିଆରେ ଏପରି ଅନେକ ଅଦ୍ଭୁତ ସ୍ଥାନ ରହିଛି, ଯାହା ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ଏହିସବୁ ଜାଗା ଅତ୍ୟନ୍ତ ଭୟଙ୍କର ହୋଇଥିଲେ ବି ଦୂରଦୂରାନ୍ତରୁ ଅନେକ ପର୍ଯ୍ୟଟକ ଏହି ସ୍ଥାନଗୁଡିକର ରୋମାଞ୍ଚକୁ ଅନୁଭବ କରିବା ନେଇ ଏଠାକୁ ଆସନ୍ତି। ଦୁନିଆରେ ଏପରି ଏକ ଅଦ୍ଭୁତ ଦ୍ୱୀପ ଅଛି, ଯେଉଁଠାରେ କେବଳ ଶବ ହିଁ ପଡି ରହିଛି। ଏହି ଦ୍ୱୀପ ଏତେ ଭୟାନକ ଯେ ଏଠାକୁ ଆସିବା ପରେ ତୁମର ଲୋମ ଟାଙ୍କୁରି ଉଠିବ। ଏହି ଯାଗାକୁ ଯଦି ଆପଣଙ୍କୁ ଯିବାକୁ କୁହାଯାଏ ଆପଣ ଯିବେ କି? ଏନେଇ ସାଧାରଣ ଲୋକଙ୍କୁ ଏହି ସ୍ଥାନ ପରିଦର୍ଶନ ନେଇ ବାରଣ କରାଯାଇଛି। ଏହି ଦ୍ୱୀପ ଜନସାଧାରଣଙ୍କ ପାଇଁ ସମ୍ପୂର୍ଣ୍ଣ ନିଷେଧ। ଏହି ସ୍ଥାନ ଡେଡ୍‌ମ୍ୟାନ୍ ଦ୍ୱୀପ ଭାବରେ ଜଣାଶୁଣା। ଏହି ରହସ୍ୟମୟ ଦ୍ୱୀପରେ ଗଦା ଗଦା ମାନବ କଙ୍କାଳ ଏବଂ ଖପୁରୀ ଦେଖିବାକୁ ମିଳେ। ଏହି ଭୟାନକ ସ୍ଥାନ ବ୍ରିଟେନର କେଣ୍ଟରେ ଅବସ୍ଥିତ। ଏହି ସ୍ଥାନରେ ଅନେକ ମୃତଦେହ ମିଳିଥାଏ।

Advertisment
Deadman Islandଡେଡମ୍ୟାନ୍ ଦ୍ୱୀପ

ଏହି ଦ୍ୱୀପ ବର୍ଷ ବର୍ଷ ଧରି ସମୁଦ୍ର ଭିତରେ ଲୁଚି ରହିଥିଲା। ଅତୀତରେ, ସମୁଦ୍ର ପତ୍ତନ ମଧ୍ୟରେ କିଛି ପରିବର୍ତ୍ତନ ହେତୁ ଏହା ପୁନର୍ବାର ଦେଖାଦେଇଥିଲା। ଉଲ୍ଲେଖନୀୟ କଥା ହେଉଛି, ଏହି ସମୟରେ ଦ୍ୱୀପକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାର ମୁଖ୍ୟ କାରଣ ହେଉଛି ଦ୍ୱୀପରେ କେବଳ ମାନବ ହାଡ ଦେଖିବାକୁ ମିଳିଥିଲା। ଏହି ରହସ୍ୟମୟ ଦ୍ୱୀପରେ କଙ୍କାଳ ସହିତ ମାନବ ଖପୁରୀ ଓ ଦାନ୍ତ ମଧ୍ୟ ଦେଖିବାକୁ ମିଳେ।

Advertisment

ଏହି ଅବସ୍ଥାରେ ଦ୍ୱୀପକୁ ଦେଖିବା ପରେ ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସୂଚନା ଅନୁଯାୟୀ, ପ୍ରାୟ ୨୦୦ ବର୍ଷ ପୂର୍ବେ କଏଦୀମାନଙ୍କ ଶବକୁ ଏହି ସ୍ଥାନରେ ପୋତି ଦିଆଯାଉଥିଲା। କିନ୍ତୁ ପରେ ସମୁଦ୍ର ପତ୍ତନ ବୃଦ୍ଧି ହେତୁ ଏହି ଦ୍ୱୀପଟି ସମୁଦ୍ରରେ ବୁଡ଼ିଯାଇଥିଲା।

Deadman Islandଡେଡମ୍ୟାନ୍ ଦ୍ୱୀପ

ସମୁଦ୍ର ପତ୍ତନ ହ୍ରାସ ପାଇବା ପରେ, ବର୍ତ୍ତମାନ ଏହି ଦ୍ୱୀପ ପୁଣି ଦୃଶ୍ୟମାନ ହେଉଛି। ତେଣୁ ଏଠାରେ ଅନେକ ନରକଙ୍କାଳ ଦେଖାଯାଉଛି। ଏହି ରହସ୍ୟମୟ ଦ୍ୱୀପକୁ ନେଇ ଦେଶ ତଥା ବିଶ୍ୱରେ ଖୁବ ଚର୍ଚ୍ଚା ଚାଲିଛି।

Advertisment
Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ