Astrospeak
  • Live TV
  • Read In English

କରୋନା ଛଡ଼ାଇନେଲା ଜୀବନ-ଜୀବିକା : ସଙ୍କଟରେ ମୃଦଙ୍ଗବାଦ୍ୟ କାରିଗର

ଲୋକକଳା, ଲୋକ ସଂସ୍କୃତି ତଥା ଲୋକବାଦ୍ୟକୁ ବଂଚାଇବାପାଇଁ ସରକାରୀ ସ୍ତରରେ ବିଭିନ୍ନ ଉତ୍ସବ ଆୟୋଜନା ସହ କଳାକାରମାନଙ୍କୁ ପ୍ରୋତ୍ସାହିତ କରାଯାଇଛି । ହେଲେ ଏଥିପାଇଁ ଯେଉଁ ବାଦ୍ୟ ଦରକାର ସେ ବାଦ୍ୟର କାରିଗରମାନେ ଏବେ ଅବହେଳିତ ଅବସ୍ଥାରେ । କରୋନା ମହାମାରୀ ଛଡେଇ ନେଇଛି ସେମାନଙ୍କ ଜୀବନ ଜୀବିବା । ଲକଡାଉନ, ସଟଡାଉନ ହେବା ଫଳରେ ସେମାନଙ୍କ ବାଦ୍ୟ ଯନ୍ତ୍ର ବକ୍ରି ହେଉନଥିବାରୁ ଏବେ ଚିନ୍ତ୍ରାରେ ଏହି ମୃଦଙ୍ଗ ବାଦ୍ୟ କାରିଗର।

corona
କରନା ପାଇଁ ମୃଦଙ୍ଗ କାରିଗରଙ୍କ ବେପାର ବନ୍ଦ

News Summary

ପ୍ରୋତ୍ସାହନ ଅଭାବ, ଲୋପ ପାଇବାକୁ ବସିଛି ମୃଦଙ୍ଗ କାରିଗରର କୌଳିକ ବୃତ୍ତି 

କରୋନା ସମୟରେ ବେପାର ଠପ୍

ପରିଶ୍ରମ ତୁଳନାରେ ମିଳୁନି ପାରିଶ୍ରମିକ

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ଲୋକକଳା, ଲୋକ ସଂସ୍କୃତି ତଥା ଲୋକବାଦ୍ୟକୁ ବଂଚାଇବାପାଇଁ ସରକାରୀ ସ୍ତରରେ ବିଭିନ୍ନ ଉତ୍ସବ ଆୟୋଜନା ସହ କଳାକାରମାନଙ୍କୁ ପ୍ରୋତ୍ସାହିତ କରାଯାଇଛି । ହେଲେ ଏଥିପାଇଁ ଯେଉଁ ବାଦ୍ୟ ଦରକାର ସେ ବାଦ୍ୟର କାରିଗରମାନେ ଏବେ ଅବହେଳିତ ଅବସ୍ଥାରେ । କରୋନା ମହାମାରୀ ଛଡେଇ ନେଇଛି ସେମାନଙ୍କ ଜୀବନ ଜୀବିବା । ଲକଡାଉନ, ସଟଡାଉନ ହେବା ଫଳରେ ସେମାନଙ୍କ ବାଦ୍ୟ ଯନ୍ତ୍ର ବକ୍ରି ହେଉନଥିବାରୁ ଏବେ ଚିନ୍ତ୍ରାରେ ଏହି ମୃଦଙ୍ଗ ବାଦ୍ୟ କାରିଗର।

ସରକାରୀ ପ୍ରୋତ୍ସାହନ ଅଭାବରୁ ମୃଦଙ୍ଗ କରିଗର ମାନଙ୍କର କୌଳିକ ବୃତ୍ତି ଧିରେ ଧିରେ ଲୋପ ପାଇବାକୁ ଯାଉଛି । ହେଲେ ବୌଦ୍ଧ ଜିଲ୍ଲା କଂଟାମାଳ ବ୍ଲକ କିଛି ମୃଦଙ୍ଗ କାରିଗରର ପରିବାର ଏଇ ବୃତ୍ତି ବଂଚାଇ ରଖିଛନ୍ତି । ଢୋଲ,ନିଶାନ,ତାସା,ମୃଦଙ୍ଗ ପରି ବିଭିନ୍ନ କିସମର ବାଦ୍ୟ ପ୍ରସ୍ତୁତି କରୁଛନ୍ତି କାରିଗରମାନେ । ସକାଳୁ ସଂଞ୍ଜଯାଏ ସପରିବାର ଏଇ କାମରେ ଲାଗିପଡନ୍ତି । ବାହାରୁ ମାଟିରୁ ପ୍ରସ୍ତୁତ ଝାଂଜ ଆଣି ତାଉପରେ ଚମଡାକୁ କାଟି ଏଇ ସବୁ ବାଦ୍ୟଯନ୍ତ ପ୍ରସ୍ତୁତି କରାଯାଏ । ଦିନକୁ ଦିନ ଚମଡା ମଳୁନଥିବା ବାହାର ବଜାରରୁ ଚମଡା କିଣି ସେମାନେ ବାଦ୍ୟ ଯନ୍ତ ତିଆରି କରୁଛନ୍ତି ।

ହେଲେ ଗତ ଦୁଇ ବର୍ଷ କରୋନା ଯୋଗୁଁ ମେଳା ମହୋତ୍ସବ, ନାମ ସଂକୀର୍ତ୍ତନ, ବନ୍ଦ ହେବା ଫଳରେ ଏହି ବାଦ୍ୟ ସବୁ ଆଉ କଳାକାରମାନେ କିଣୁ ନାହାନ୍ତି । ଫଳରେ ଏହା ସବୁ ତିଆରି ହୋଇ ଘରେ ବିକ୍ରି ନ ହୋଇ ପଡିଛି । ଗୋଟିଏ ବାଦ୍ୟଯନ୍ତ୍ର ତିଆରି କରିବାକୁ ୫ ରୁ ୭ ଦିନ ସମୟ ଲାଗୁଥିବା ବେଳେ ପରିଶ୍ରମ ତୁଳନାରେ ଆବଶ୍ୟକ ଅର୍ଥ ମିଳୁନଥିବା କାରିଗରମାଲେ କହିଛନ୍ତି । ସେହିପରି କରୋନାରେ ମୃଦଙ୍ଗ କାରିଗର ମାନଙ୍କ ବେପାର ବନ୍ଦ ହୋଇଯାଇଛି ।

ମୃଦଙ୍ଗ କାରିଗର ମାନଙ୍କ ପାଇଁ ଲୋକକଳା ,ଲୋକସଂସ୍କୃତି, ଲୋକବାଦ୍ୟ ବଂଚିପାରିଛି । ହେଲେ ସେହି ବାଦ୍ୟର କାରିଗର ମାନ ଙ୍କୁ ସେମାନଙ୍କୁ କୌଣସି ପ୍ରେତ୍ସାହନ ସୁବିଧା ସୁଯୋଗ କିମ୍ବା ଆବଶ୍ୟକ କଞ୍ଚାମାଲ ଯୋଗାଇ ଦିଆଯାଉନାହିଁ । ଯାହା ଫଳରେ କେଉଁ ବାପ ଅଜା ଅମକ୍ଷରୁ କରିଆସୁଥିବା ଏଇ କୌଳିକ ବୃତ୍ତି ଦିନୁକୁଦିନ ପ୍ରେତ୍ସାହନ ଅଭାବରୁ ହଜିଯିବାକୁ ବସିଲାନି ।

ଲୋକ ସଂସ୍କୃତିକୁ ବଂଚାଇବା ଉଦେଶ୍ୟରେ କାମ କରୁଥିବା ଏହି ଲୋକ ବାଦ୍ୟ କାରିଗ ରମାନଙ୍କୁ ସରକାରୀ ସୁବିଧା ସୁଯୋଗ ଦିଆଗଲେ, ସେମାନେ ଆଗକୁ ଆହୁରି ଉତ୍ସାହିତ ହେବାସହ ସେମାନଙ୍କ କୌଲିକ ବୃତ୍ତି ବଂଚିପାରନ୍ତା ।