ଖୋର୍ଦ୍ଧାରେ ଚାଞ୍ଚଲ୍ୟ ! ଛାତ ଉପରେ ଶୋଇଥିବାବେଳେ ଯୁବକଙ୍କୁ ହତ୍ୟା

ଘର ଛାତ ଉପରେ ଶୋଇଥିବାବେଳେ ହତ୍ୟା...ମାରଣାସ୍ତ୍ରରେ ହାଣି ହତ୍ୟା କଲେ ଦୁର୍ବୃତ୍ତ...

Murder In khurdha

ମୃତ୍ୟୁ ଏମିତି ବି ଆସେ । ଛାତ ଉପରେ ଶୋଇଥିବା ବେଳେ ଯୁବକଙ୍କୁ ନିର୍ମମ ହତ୍ୟା । ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ସାନମୋଟା ଗାଁରେ ପରକୀୟା ପ୍ରୀତି ଅଭିଯୋଗରେ ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ ଗାଁର ରଘୁନାଥ ମହାରଣା ।

ସୂଚନା ଅନୁସାରେ, ଗତ ରାତିରେ ରଘୁନାଥ ନିର୍ମାଣାଧିନ ଘରର ଛାତ ଉପରେ ଶୋଇଥିବାବେଳେ କେହି ଦୁର୍ବୃତ୍ତ ତାଙ୍କ ମୁହଁ ଓ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛି । ଆଜି ସକାଳୁ ପତ୍ନୀ ରଘୁନାଥଙ୍କୁ ଡାକିବାକୁ ଯାଇଥିବାବେଳେ ଛାତ ଉପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ପରିବାର ଖବର ପାଇଁ ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍‌ ଆସି ତଦନ୍ତ ଆରମ୍ଭ କରିଥିଛି । ଅନ୍ୟପକ୍ଷେ ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଦେଖିବାକୁ ମିଳିଛି।