ଘରେ ରହୁଥିଲେ ବି ମୋଟା ଅଙ୍କର ଦରମା ପାଉଥିଲେ ମୋଗଲ ରାଣୀ-ରାଜକୁମାରୀ

ଘରେ ରହୁଥିଲେ, କିନ୍ତୁ ମୋଟା ଅଙ୍କର ଦରମା ପାଉଥିଲେ ମୋଗଲ ରାଣୀ ଓ ରାଜକୁମାରୀମାନେ। କିଏ ଏହି ପରମ୍ପରା ଆରମ୍ଭ କରିଥିଲେ। କେଉଁ ମହିଳା ପାଉଥିଲେ ସବୁଠାରୁ ଅଧିକ ଟଙ୍କା, ଜାଣିବା ପାଇଁ ପଢନ୍ତୁ…

ଘରେ ରହି ପାଉଥିଲେ ମୋଟା ଅଙ୍କର ଦରମା

ସାଧାରଣତଃ ଘରେ ରହୁଥିବା ମହିଳାମାନେ କୌଣସି ପ୍ରକାରର ଦରମା ପାଇ ନଥାନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହା ପୂର୍ବରୁ ଏଭଳି ନଥିଲା। ମୋଗଲ ଶାସନ କାଳରେ, ରାଣୀ, ରାଜକୁମାରୀ ଓ ଅନ୍ତପୁରରେ ରହୁଥିବା ମହିଳାମାନଙ୍କୁ ଦରମା ଦିଆଯାଉଥିଲା। ତେବେ ଆସନ୍ତୁ ଜାଣିବା କିଏ ଏହି ପରମ୍ପରା ଆରମ୍ଭ କରିଥିଲେ ଓ କିଏ କେତେ ଦରମା ପାଉଥିଲେ।

ରାଜପ୍ରାସାଦରେ ରହୁଥିବା ପ୍ରତ୍ୟେକ ମହିଳାଙ୍କୁ ତାଙ୍କ ସ୍ଥିତି ଅନୁଯାୟୀ ଆଜୀବିକା ଭତ୍ତା ପ୍ରଦାନ କରାଯାଉଥିଲା। ଏଥିରେ ଔରଙ୍ଗଜେବଙ୍କ ଭଉଣୀ ଜାହାଁଆରା ବେଗମଙ୍କ ନାମ ପ୍ରଥମେ ଆସିଥାଏ। ତାଙ୍କର ବାର୍ଷିକ ଦରମା ଏତେ ଅଧିକ ଥିଲା ଯେ ଆପଣ ଜାଣି ଟେରା ହେଇଯିବେ। ସବୁଠାରୁ ଅଧିକ ଦରମା ପାଉଥିଲେ ବି ଔରଙ୍ଗଜେବ ତାଙ୍କର ଦରମା ବୃଦ୍ଧି ଜାରି ରଖିଥିଲେ।

ସାଧାରଣତ ରାଜକୀୟ ମହିଳାମାନଙ୍କୁ ନଗଦ ଦରମା ଦିଆଯାଉଥିଲା। ଅନ୍ୟପକ୍ଷରେ, ଯେଉଁ ମହିଳାମାନଙ୍କର ଦରମା ଅପେକ୍ଷାକୃତ ଅଧିକ ଥିଲା, ଅଧା ଟଙ୍କା ନଗଦ ଦିଆଯାଉଥିବାବେଳେ ବାକି ଟଙ୍କା ପାଇଁ ଜାଗିର ଓ ନଗର ଶୁଳ୍କର ଅଧିକାର ଦିଆଯାଉଥିଲା।

କିଏ ଏହାକୁ ଆରମ୍ଭ କଲେ:

ଏହି ପରମ୍ପରାଙ୍କୁ ବାବର ଆରମ୍ଭ କରିଥିଲେ। ଇବ୍ରାହିମ ଲୋଦିଙ୍କ ମା’ଙ୍କ ଠାରୁ ଏହା ଆରମ୍ଭ ହୋଇଥିଲା। ତାଙ୍କୁ ଜାଗିର ମାଧ୍ୟମରେ ଏକ ପରଗଣା ଆବଣ୍ଟିତ କରାଯାଇଥିଲା। ଏହାର ବାର୍ଷିକ ଆୟ ୭ ଲକ୍ଷ ଟଙ୍କାରୁ ଅଧିକ ଥିଲା। ଏହା ପରେ ସବୁ ମୋଗଲ ସମ୍ରାଟ ଏହି ପରମ୍ପରାକୁ ପାଳନ କରିଥିଲେ।

କିଏ ପାଉଥିଲେ ଅଧିକ ଦରମା:

ମୋଗଲ ସମ୍ରାଟ ଶାହାଜାନ ତଥା ଔରଙ୍ଗଜେବଙ୍କ ଭଉଣୀ ଜହାଁଆରା ବେଗମ ସବୁଠାରୁ ଅଧିକ ଦରମା ପାଉଥିଲେ। ମା ମୁମତାଜଙ୍କ ମୃତ୍ୟୁ ପରେ ତାଙ୍କର ଅଧା ସମ୍ପତ୍ତି ତାଙ୍କୁ ମିଳିଥିଲା। ଏହାର ମୂଲ୍ୟ ପ୍ରାୟ ୫୦ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ତେବେ ଆରମ୍ଭରେ ଜହାଁଆରା ବାର୍ଷିକ ଦରମା ଭାବରେ ୭ ଲକ୍ଷ ଟଙ୍କା ପାଉଥିଲେ। ସେ ସମ୍ରାଟ ଔରଙ୍ଗଜେବଙ୍କର ସବୁଠାରୁ ବିଶ୍ୱାସୀ ଥିଲେ। ଏଭଳି ପରିସ୍ଥିତିରେ ତାଙ୍କର ଦରମା କ୍ରମାଗତ ଭାବେ ବୃଦ୍ଧି ପାଉଥିଲା। ପରେ ତାଙ୍କର ବାର୍ଷିକ ଦରମା ୧୭ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଥିଲା। ଜହାଁଆରା ସବୁଠାରୁ ବିଳାସପୂର୍ଣ୍ଣ ଜୀବନ ଜୀଉଁଥିଲେ।

କେତେ ଟଙ୍କା ପାଉଥିଲେ ଔରଙ୍ଗଜେବଙ୍କ ଝିଅ:

ଔରଙ୍ଗଜେବଙ୍କ ଝିଅ ଜୈବୁନ୍ନିସା ବେଗମ୍ ବାର୍ଷିକ ୪ ଲକ୍ଷ ଟଙ୍କା ବେତନ ପାଉଥିଲେ। କିନ୍ତୁ କୌଣସି କାରଣରୁ ଔରଙ୍ଗଜେବ ତାଙ୍କ ଝିଅ ଉପରେ କ୍ରୋଧିତ ହୋଇ ଏହାକୁ ବନ୍ଦ କରିଦେଇଥିଲେ।

ବିଶେଷ କଥା ହେଉଛି ମୋଗଲ କାଳରେ ଅଧିକାଂଶ ସମ୍ରାଟଙ୍କ ବେଗମ୍ ବ୍ୟବସାୟ ପ୍ରତି ବହୁତ ଆଗ୍ରହ ଦେଖାଉଥିଲେ। ବିଶେଷ ଭାବରେ, ସେମାନେ ବିଦେଶ ସହିତ ବାଣିଜ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଗ୍ରହଣ କରୁଥିଲେ। ଏ କ୍ଷେତ୍ରରେ ନୁର୍‌ଜହାଁ ସବୁଠାରୁ ଆଗରେ ଥିଲେ। ସେ ବାହାର ଦେଶ ସହିତ ପୋଷାକ ଏବଂ ନୀଳ ବାଣିଜ୍ୟରେ ଟଙ୍କା ବିନିଯୋଗ କରୁଥିଲେ ଏବଂ ବହୁ ଲାଭ ମଧ୍ୟ କରୁଥିଲେ।