Advertisment

ପୁଅକୁ ବଞ୍ଚାଇବାକୁ ଯାଇ ଗଲା ମା’ର ଜୀବନ

ଛୁଆ ଉପରକୁ ବିପଦ ଆସିଲେ ବାପାମା’ ପାଚେରି ଭଳି ଛିଡ଼ା ହୋଇଥାନ୍ତି। ଛୁଆକୁ ମୃତ୍ୟୁ ମୁଖରୁ ବଞ୍ଚାଇବାକୁ ଯାଇ ଜଣେ ମା’ର ଜୀବନ ଚାଲି ଯାଇଛି।

ଅଦ୍ୟତନ ହୋଇଛି
ପୁଅକୁ ବଞ୍ଚାଇବାକୁ ଯାଇ ଗଲା ମା’ର ଜୀବନ

Mother Dies While Rescuing Child

Advertisment

ଯାଜପୁର: ଛୁଆ ଉପରକୁ ବିପଦ ଆସିଲେ ବାପାମା’ ପାଚେରି ଭଳି ଛିଡ଼ା ହୋଇଥାନ୍ତି। ନିଜକୁ ଯେତେ କଷ୍ଟ ହେଲେବି ଛୁଆକୁ ବିପଦରୁ ରକ୍ଷା କରିଥାନ୍ତି। ଦରକାର ପଡ଼ିଲେ ଛୁଆ ପାଇଁ ଜୀବନ ମଧ୍ୟ ଦେବାକୁ ପଛାନ୍ତି ନାହିଁ। ଯାଜପୁର ଜିଲ୍ଲା ଦଶରଥପୁର ତଳିହା ପଂଚାୟତ ଦେଉଳବାଡ଼ ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଛୁଆକୁ ମୃତ୍ୟୁ ମୁଖରୁ ବଞ୍ଚାଇବାକୁ ଯାଇ ଜଣେ ମା’ର ଜୀବନ ଚାଲି ଯାଇଛି। ମୃତ ମହିଳାଙ୍କ ନାଁ ପ୍ରିୟଦର୍ଶିନୀ ରାଉତ(୨୬)।

Advertisment

ସୂଚନା ଅନୁସାରେ, ଆଜି ସକାଳେ ପ୍ରିୟଦର୍ଶିନୀଙ୍କ ବର୍ଷକର ଶିଶୁ ପୁତ୍ର ଶୋଇଥିବା ବେଳେ ଏକ ନାଗ ସାପ ଛୁଆ ଆଡ଼କୁ ମାଡି ଆସିଥିଲା। ଛୁଆ ପାଖକୁ ସାପ ମାଡ଼ି ଆସୁଥିବା ଦେଖି ପୁଅକୁ ବଞ୍ଚାଇବାକୁ ଯାଇ ପ୍ରିୟଦର୍ଶିନୀ ଧାଇଁ ଆସିଥିଲେ। କିଛି ଉପାୟ ନ ପାଇ ସେ ସାପର ଲାଙ୍ଗୁଡ଼ ଧରି ଫୋପାଡ଼ି ଦେବାକୁ ଉଦ୍ୟମ ବେଳେ ସାପଟି ତାଙ୍କୁ ଚୋଟ ମାରିଥିଲା। ପରିବାର ଲୋକ ପ୍ରିୟଦର୍ଶୀନିଙ୍କୁ ସଙ୍ଗେ ସଙ୍ଗେ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

Advertisment

ସୂଚନାଯୋଗ୍ୟ, ୨୦୧୯ରେ ଦେଉଳବାଡ଼ ଗାଁର ଚିନ୍ମୟ ରାଉତଙ୍କୁ  ପ୍ରିୟଦର୍ଶିନୀ ବିବାହ କରିଥିଲେ। ୨୦୨୦ ମସିହାରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ।

Odsiha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ