Advertisment

ବିଲେଇ ପିଠିରେ ବସି ଆରାମରେ ବୁଲୁଛି ମାଙ୍କଡ

ପଶୁମାନେ ବି ଭଲ ବନ୍ଧୁତା କରିପାରନ୍ତି। ସୋସିଆଲ ମିଡିଆରେ ପଶୁମାନଙ୍କର ପରସ୍ପର ପ୍ରତି ପ୍ରେମର ଅନେକ ଭିଡିଓ ଭାଇରାଲ ହେବା ଆପଣ ଦେଖିଥିବେ। ଏବେ ଭାଇରାଲ ହେଉଥିବା ବିଲେଇ ଓ ମାଙ୍କଡଙ୍କ ଏହି ଭିଡିଓ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଅଦ୍ୟତନ ହୋଇଛି
Monkey ride sitting on cat back

Monkey ride sitting on cat back

Advertisment

ମଣିଷ ପରି ପଶୁମାନେ ମଧ୍ୟ ଭଲ ବନ୍ଧୁ ହୋଇପାରନ୍ତି। କୁକୁର-ବିଲେଇ ବନ୍ଧୁତାର ଅନେକ ଭିଡିଓ ସୋସିଆଲ ମିଡିଆରେ ଦେଖାଯାଏ, କିନ୍ତୁ ଆପଣ କେବେ ବିଲେଇ ଓ ମାଙ୍କଡ଼ର ବନ୍ଧୁତା ଦେଖିଛନ୍ତି କି? ଯଦି ଆପଣ ଏହାକୁ ଦେଖି ନାହାଁନ୍ତି, ତେବେ ଏହି ଭିଡିଓ ଦେଖିବା ପରେ ଆପଣ ନିଶ୍ଚିତ ହେବେ ଯେ ବିଲେଇ ଓ ମାଙ୍କଡ଼ମାନେ ମଧ୍ୟ ପରସ୍ପରର ଭଲ ବନ୍ଧୁ ହୋଇପାରନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦର୍ଶାଯାଇଛି ଯେ ଏକ ବିଲେଇ ଏକ ଶିଶୁ ମାଙ୍କଡକୁ ତାଙ୍କ ପିଠିରେ ବସେଇ ବୋହି ନେଉଛି। ଏହି ଭିଡିଓ ଦେଖିବାକୁ ଖୁବ ସୁନ୍ଦର ଓ ମଜାଳିଆ ମଧ୍ୟ।

Advertisment

ଭାଇରାଲ ହେଉଥିବା ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ Reddit ରେ ଶେୟାର କରାଯାଇଛି। ଭିଡିଓ ସହିତ ଥିବା କ୍ୟାପ୍‌ସନ୍‌ରେ ଲେଖା ଯାଇଛି ଯେ ବିଲେଇଟି ଏକ ଛୋଟ ମାଙ୍କଡ଼କୁ ପିଠିରେ ବୋହୁଛି। ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ମାଙ୍କଡ଼ଟି ବିଲେଇର ପିଠିରେ ଖୁବ୍ ଆରାମରେ ବସିଛି। ବିଲେଇ ମଧ୍ୟ ତାକୁ ପିଠିରେ ବସେଇ ଖୁସିରେ ବୁଲୁଛି। ବେଳେବେଳେ ଦେଖାଯାଉଛି ଯେ ବିଲେଇଟି ଖୁବ୍ ଦ୍ରୁତ ଗତିରେ ଦୌଡୁଛି। ମଝିରେ ମଝିରେ ଡେଇଁପଡୁଛି ମଧ୍ୟ। ତଥାପି ମାଙ୍କଡ଼ଟି ବିଲେଇକୁ ଖୁବ ଜୋର୍‌ରେ ଧରିଛି ଆଉ ଆରାମରେ ବୁଲିବାର ମଜ୍ଜା ନେଉଛି।

ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରିଛନ୍ତି। ବିଲେଇ ଓ ମାଙ୍କଡ଼ର ଏହି ବନ୍ଧୁତା ସମସ୍ତଙ୍କ ହୃଦୟ ଜିତିଛି। ଯିଏ ବି ଏହି ଭିଡିଓକୁ ଦେଖୁଛି ସିଏ ପ୍ରଶଂସା ନ କରି ରହିପାରୁନି। ଲୋକେ ଭିଡିଓରେ ଅନେକ ସୁନ୍ଦର ସୁନ୍ଦର ମନ୍ତବ୍ୟ ମଧ୍ୟ ଦେଉଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି - ମୁଁ ଏହି ଭିଡିଓକୁ ସବୁବେଳେ ଦେଖିପାରିବି। ଅନ୍ୟ ଜଣେ ଲେଖିଛନ୍ତି - ଏହା କି ସୁନ୍ଦର ଭିଡିଓ!

Advertisment
Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ