Advertisment

ଆଶା ଥିଲା ପୁଅ ଆଉ ଫେରିବନି, କିନ୍ତୁ ହେଲା ଏମିତି..

୨୦ ବର୍ଷ ପରେ ମା କୋଳକୁ ଫେରିଲା ପୁଅ । ଅଭାବରେ ଅତିଷ୍ଠ ହୋଇ ଦିନେ ହଠାତ୍ ଘରୁ ପଳାଇଥିଲା ପୁଅ । ଆଉ ସମସ୍ତେ ଆଶା ବି ଛାଡି ଦେଇଥିଲେ, ହେଲେ ବିଧି ର ବିଧାନ ଥିଲା କିନ୍ତୁ ଅଲଗା ୨୦ବର୍ଷ ପରେ ନିଜ ସାଙ୍ଗ ସାଥି ଓ ପରିଜନକୁ facebook ରେ ଦେଖିଲେ, ଆଉ ମା’କୁ ଭେଟିବାକୁ ବିକଳ ହୋଇ ଘରକୁ ଫେରିଲେ ।

ଅଦ୍ୟତନ ହୋଇଛି
Missing Son Came home After 20 years

Missing Son Came home After 20 years

Advertisment

ମା’ର ମମତା ଆଗରେ ସବୁ ଫେଲ୍ ମାରେ । ୨୦ ବର୍ଷ ପରେ ମା କୋଳକୁ ଫେରିଲା ପୁଅ । ଅଭାବରେ ଅତିଷ୍ଠ ହୋଇ ଦିନେ ହଠାତ୍ ଘରୁ ପଳାଇଥିଲା ପୁଅ । ଆଉ ସମସ୍ତେ ଆଶା ବି ଛାଡି ଦେଇଥିଲେ, ହେଲେ ବିଧି ର ବିଧାନ ଥିଲା କିନ୍ତୁ ଅଲଗା ୨୦ବର୍ଷ ପରେ ନିଜ ସାଙ୍ଗ ସାଥି ଓ ପରିଜନକୁ facebook ରେ ଦେଖିଲେ, ଆଉ ମା’କୁ ଭେଟିବାକୁ ବିକଳ ହୋଇ ଘରକୁ ଫେରିଲେ । ଏଭଳି କିଛି ମା’ ପୁଅର କାହାଣୀ ଦେଖିବାକୁ ମିଳିଛି ବାରିପଦା ବାଘଡ଼ାରୋଡ ଅଞ୍ଚଳରେ ।

Advertisment

ମୋଟର ସାଇକେଲରେ ରେ ହଠାତ୍ ଘରକୁ ଆସି ପହଂଚିଲା ଘର ଛାଡି ପଳାଇଥିବା ପୁଅ । ଆଉ ମା ୨୦ବର୍ଷ ପରେ ପୁଅ କୁ ଦେଖି ଆଚମ୍ବିତ ହୋଇପଡିଲେ । ଏ ଦୃଶ୍ୟ ହୋଉଛି ଏକ ମା ଓ ପୁଅ ର ୨୦ ବର୍ଷ ପରେ ମିଳନ ଓ ଭାବ ବିହୁଳ ଦୃଶ୍ୟ। ମା ପୁଅକୁ ସ୍ନେହରେ ଆକୁଳେଇ ନେଲେ ଉଭୟ ମା ଓ ପୁଅର ଆଖିରେ କୋହ ଭରା ଲୁହ ,ପାଟିରୁ ଦୁହିଁଙ୍କର ଶବ୍ଦ ସତେ ଯେମିତି ନିସ୍ତେଜ ହୋଇଯାଇଥିଲା । କାହିଁକି ନା ୨୦ବର୍ଷ ପରେ ଘରୁ ପଳାଇ ଥିବା ପୁଅ ପୁଣି ଘରକୁ ଫେରିଛି ।

ସୁଲୋଚନା ଚୈହାନ ଙ୍କ ପୁଅ ଅମରଜିତ ଚୈହାନ ୧୭ ବର୍ଷ ବୟସରେ ଘରର ଅଭାବକୁ ନେଇ ଅସନ୍ତୋଷ ହୋଇ ନିଜ ଗୋଡ଼ରେ ନିଜେ ଠିଆ ହେବେ ଭାବି ଘରୁ ପଳାଇ ଥିଲେ । ଘରୁ ଯେ ଗଲେ ସେହି ଭିତରେ ୨୦ବର୍ଷ ବିତିଗଲା ହେଲେ କେହି ତାଙ୍କର ଖୋଜ ଖବର ପାଇନଥିଲେ । ଏପରିକି ସାଙ୍ଗ ସାଥି ବନ୍ଧୁ ବାନ୍ଧବ ପରିବାର ବର୍ଗ ସମସ୍ତେ ଅମରଜିତ ଙ୍କ ଆଶା ବି ଛାଡି ଦେଇଥିଲେ।

Advertisment

ଏହି ଭିତରେ ଅମରଜିତ ନିଜକୁ ସଫଳ କରିବା ପାଇଁ ମହାରାଷ୍ଟ୍ର,ଗୁଜୁରାଟ ପରି ଅନେକ ରାଜ୍ୟ ବୁଲିଲେ, କେଉଁଠି securuty gurad ତ କୋଉଠି ଗେରେଜ ମେକାନିକ ଭାବେ କାମ କଲେ । ୨୦ବର୍ଷ ଭିତରେ ସେ ଏବେ ଜଣେ ସଫଳ youtuber ସହ ଜଣେ tour and travels ବ୍ୟବସାୟୀ ପାଲଟିଛନ୍ତି । ଏ ନେଇ ଅମରଜିତ୍ କହିଛନ୍ତି, ଘରୁ ମୁଁ ୫୦୦-୧୦୦୦ ଟଙ୍କା ନେଇ ଯାଇଥିଲି। ମୋ ପକ୍ଷେ ଚଳିବା ବହୁତ କଷ୍ଟକର ଥିଲା। ବାହାରେ କାମ ଦେବା ପାଇଁ କେହି ରାଜି ନଥିଲେ। କିନ୍ତୁ ଧୀରେ ଧୀରେ ମୋତେ କାମ ମିଳିଲା। ଆଉ ଏବେ ମୁଁ ନିଜେ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଲିଛି।

ଦିନରେ ଘରେ ପାଖରେ ମୋ ଜଣେ ସମ୍ପର୍କୀୟ ଭାଇଙ୍କ ନମ୍ବର ମୁଁ ଫେସବୁକ୍ ମାଧ୍ୟମରେ ପାଇଲି। ସେହି ନମ୍ବରରେ ଫୋନ୍ କରି ମୁଁ ଘର ଲୋକଙ୍କ ଖବର ପାଇଥିଲି ଏବଂ ଏବେ ମୁଁ ମୋ ଜନ୍ମସ୍ଥାନକୁ ଫେରିପାଇଛି। ୨୦ବର୍ଷ ପରେ ଅମରଜିତ ଙ୍କ ଗାଁ ଘୋର ସାହି ପଡିଶା ସବୁ ପରିବର୍ତ୍ତନ ହୋଇଯାଇଛି ସତ ଅମରଜିତ ଙ୍କୁ ଦେଖିବା ପାଇଁ ବନ୍ଧୁ ବାନ୍ଧବ ଓ ଶୁଭେଛୁ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

Advertisment

ରିପୋର୍ଟର - ମାନିକ୍ ଲାଲ୍

Special Story Missing Son Came Home After 20 Years
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ