Advertisment

ଜଳିପୋଡ଼ି ପାଉଁଶ ହୋଇଗଲା ସବୁ ସ୍ୱପ୍ନ; ଏବେ ଝିଅ ବାହାଘର କେମିତି କରିବି?

ସବୁ ସ୍ୱପ୍ନକୁ ଚୁରମାର କରିଦେଲା ନିଆଁ। ଧାନ ବିକିଥିଲେ ଝିଅ ବାହାଘର କରିଥାଆନ୍ତେ...ହେଲେ ଅଧ ରାତିରେ ନିଆଁ ଲଗାଇଦେଲା ଦୁର୍ବୃତ୍ତ। ସକାଳୁ ପୋଡିଲା ଧାନକୁ ଧରି ବିଲରେ ମୁଣ୍ଡ ବାଡେଇ କାନ୍ଦୁଛି ମାଆ। ଏବେ ଝିଅ ବାହାଘର ହେବ କେମିତି?

ଅଦ୍ୟତନ ହୋଇଛି
paddy stock

paddy stock

Advertisment

ଧାନ ଖଳାରେ ନିଆଁ ଲାଗି ସବୁ ପୋଡି ନଷ୍ଟ ହୋଇଯାଇଛି । ଆଉ ଖଳାରେ ବସି ବାହୁନି ବାହୁନି କାନ୍ଦୁଛି ଜଣେ ମାଆ । ଆଉ କହୁଛି ମୋର ସବୁ ସ୍ୱପ୍ନ ଭାଙ୍ଗିଗଲା, ସବୁ କିଛି ପଳେଇ ଗଲା । ଏବେ ମୋ ଝିଅ ବାହାଘର ହେବ କେମିତି? ମୁଁ ଟଙ୍କା ଆଣିବି କୋଉଠୁ?

Advertisment

ଆପଣମାନେ କିଛି ବୁଝିପାରୁନଥିବେ ନିଶ୍ଚୟ । ଖଳାରେ ପୋଡିଯାଇଥିବା ଧାନକୁ ଖେଳେଇ ଖେଳେଇ କିଛି ଖୋଜିବାରେ ବ୍ୟସ୍ତ ଅଛନ୍ତି ଗାଁଲୋକେ । ଖାଲି ଖୋଜୁଛନ୍ତି ତାହା ନୁହେଁ ବରଂ ଆଖି ସାମ୍ନାରେ ବର୍ଷକର ଫସଲ ନଷ୍ଟ ହୋଇଯାଇଥିବାରୁ ବାହୁନି ବାହୁନି କାନ୍ଦୁଛନ୍ତି । ଏ ଦୃଶ୍ୟ ହେଉଛି ନୂଆପଡା ପାଇକମାଳ ମାଲପଡା ଗାଁର ।

ଅଧିକ ପଢ଼ନ୍ତୁ: ରାସ୍ତାକଡ଼ LED ଲାଇଟ୍‌ ଉଜାଡ଼ି ଦେଉଛି ଫସଲ ! ଚିନ୍ତାରେ ଚାଷୀ, କ’ଣ ଏହାର ବିକଳ୍ପ ?

Advertisment

ବାହୁନି ବାହୁନି କାନ୍ଦୁଛନ୍ତି ଗୀତା ହାତୀ । ଧାର କରଜ କରି ଧାନ ଚାଷ କରି ଥିଲେ । ଧାନ ବି ଭଲ ହୋଇଥିଲା । ଅମଳ ହେବା ପରେ ଧାନ କାଟି ଖଳାରେ ରଖି ଥିଲେ । ଆଶା କରିଥିଲେ,ରାତି ପାହିଲେ ଧାନ ଅମଳ କରିବେ । କିନ୍ତୁ ରାତି ପାହିବା ପୂର୍ବରୁ ସବୁ ଜଳି ପୋଡି ପାଉଁଶ ହୋଇ ଯାଇଥିଲା । ଅଧରାତିରେ ତାଙ୍କ ବିଲରେ କେହି ଜଣେ ଦୁର୍ବୃତ୍ତ ନିଆଁ ଲଗାଇଦେବାରୁ ସବୁତକ ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଗଲା । ଅମଳ ହେବାକୁ ଥିବା ପ୍ରାୟ ୧୦୦ ବସ୍ତା ଧାନ ପାଉଁଶ ହୋଇଯାଇଛି । ଏବେ ଝିଅ ବାହାଘର କେମିତି ହେବ? ବର୍ଷକ ଯାକ ସେମାନେ ଖାଇବେ କଣ? ପିନ୍ଧିବେ କଣ? ଓ ଚଳିବେ କେମିତି ?

ସେହି ଚିନ୍ତାରେ ଖଳାରେ ଏମିତି କାନ୍ଦୁଛନ୍ତି ପୂରା ପରିବାର । ସେପଟେ ଏ ଅସମୟରେ ସରକାର ଯଦି କିଛି ସାହାଯ୍ୟ କରନ୍ତେ, ତେବେ ଝିଅ ବାହାଘର ସହିତ ବଞ୍ଚିପାରନ୍ତା ପରିବାର ବୋଲି କହିଛନ୍ତି ଡମ୍ବୁରଧର । ସ୍ୱପ୍ନ ଥିଲା ଧାନ ଅମଳ ହେଲେ ଝିଅ ବାହାଘର କରିବେ, ହେଲେ ରାତିକ ମଧ୍ୟରେ ଖଳାରେ ନିଆଁ ଲଗାଇ ଡମ୍ବୁରଙ୍କ ସ୍ୱପ୍ନକୁ ଚୁରମାର କରିଦେଲା ଦୁର୍ବୃତ୍ତ । ଯାହାକୁ ନେଇ ଦୁଃଖରେ ସମୟ କାଟୁଛନ୍ତି ପୂରା ପରିବାର ।

Advertisment

(ରିପୋର୍ଟ- ମାୟାଧର ସରାଫ, ନୂଆପଡା)

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ