ଟଙ୍କା ଜମା ପାଇଁ ଲାଇନରେ ଠିଆ ହୋଇ ବ୍ୟାଗରୁ ଲୁଟିନେଲେ ଲକ୍ଷେ ଟଙ୍କା

ବ୍ୟାଙ୍କ୍‌କୁ ଟଙ୍କା ଜମା କରିବାକୁ ଯାଇ ଲୁଟ୍‌ର ଶିକାର ହେଲେ..

Rourkela

ଅଭିନବ ଢ଼ଙ୍ଗରେ ଲୁଟ୍‌ । ବ୍ୟାଙ୍କରେ ଟଙ୍କା ଜମା ପାଇଁ ଯାଇଥିଲେ ଲେହେ ଲୁଟ୍‌ର ଶିକାର ହେଲେ ଯୁବକ । ଲାଇନରେ ଥିବା ବେଳେ ତାଙ୍କ ବ୍ୟାଗରୁ ଲୁଟିନେଲେ ଲକ୍ଷେ ଟଙ୍କା । ରାଉରକେଲା ବିଶ୍ରା ଛକ ଷ୍ଟେଟ୍ ବ୍ୟାଙ୍କରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତି ଜଣକ ଏମ୍‌ଆକିବ ବୋଲି ଜଣାପଡିଛି ।

ଦେଖନ୍ତୁ ଲୁଟ୍‌ ସମୟର ସିସିଟିଭି ଭିଡ଼ିଓ :-

ଏମ୍‌ଆକିବ ଟଙ୍କା ଜମା ପାଇଁ ବ୍ୟାଙ୍କ ଯାଇଥିଲେ । ସେଠାରେ ଲାଇନରେ ଠିଆ ହୋଇଥିବା ବେଳେ ତାଙ୍କ ପଛରେ ଠିଆ ହୋଇଥିବା ଜଣେ ବ୍ୟକ୍ତି ତାଙ୍କ ବ୍ୟାଗରୁ ଟଙ୍କା ଲୁଟି ନେଉଛନ୍ତି। ବ୍ୟାଙ୍କ ସିସିଟିଭିରେ ଏ ସମସ୍ତ ଦୃଶ୍ୟ କଏଦ ହୋଇଛି । ଏନେଇ ଏମ୍.ଡି. ଆକିବ ପ୍ଲାଣ୍ଟ ସାଇଟ୍ ଥାନାରେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଜାରି ରଖିଛି ।

ତେବେ ରାଜ୍ୟରେ ଦିନକୁ ଦିନ ଦୃର୍ବୁତ୍ତଙ୍କ ଲୁଟ୍‌ପାଟ୍‌ ବଢ଼ିବାରେ ଲାଗିଛି । ଯାହାକୁ ରୋକିବା ପୋଲିସ୍ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି ।