Advertisment

ଲିଜ ଅବଧି ଶେଷ, ତଥାପି ବେଆଇନ ଭାବେ ଚାଲିଛି କ୍ରସର ୟୁନିଟ୍

ପରେ ଏଠାରେ କ୍ରସର ୟୁନିଟ୍ ସ୍ଥାପନ କରି ଲିଜଧାରୀ ପାଖାପାଖି ୧୫୦ ଫୁଟ୍ ଗଭୀରର ଏକ ପଥର ଖଣି କରି କୋଟି କୋଟି ଟଙ୍କାର ପଥର ବାହାର କରିଛନ୍ତି । କିନ୍ତୁ ଲିଜ୍ ଅବଧି ୨୦୨୧ ଫେବୃଆରୀ ୫ରେ ସରିଥିଲେ ବି ଲିଜଧାରୀ ଏଠାରୁ କ୍ରସର ଅନ୍ୟତ୍ର ସ୍ଥାନାନ୍ତର କରିନଥିବା ଅଭିଯୋଗ ହୋଇଛି

ଅଦ୍ୟତନ ହୋଇଛି
Minor Mineral Loot Rampant In  Keonjhar

Minor Mineral Loot Rampant In Keonjhar

Advertisment

କେନ୍ଦୁଝର : ବେଆଇନ ଭାବେ ଚାଲିଛି କ୍ରସର ୟୁନିଟ୍ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଆମ୍ବଡହରା ପଥର ଖଣିର ଲିଜ୍ ଅବଧି ସରିଥିଲେ ମଧ୍ୟ ଲିଜଧାରୀ ଏଠାରୁ କ୍ରସର ଉଠାଉ ନଥିବା ଅଭିଯୋଗ ହୋଇଛି । ୧୫ ଏକରର ଏହି ଜାଗାକୁ ମେସର୍ସ ଫର୍ଜୁନ ଆସୋସିଏଟ୍ ନାମକ ଘରୋଇ ସଂସ୍ଥାକୁ ୨୦୧୫ରେ ଲିଜ୍ ସୂତ୍ରରେ ପ୍ରଦାନ କରାଯାଇଥିଲା । ମାଇନିଂ ପ୍ଲାନ୍ ଓ ପରିବେଶ ମଞ୍ଜୁରୀରେ ବିଳମ୍ବ କାରଣରୁ ଏଠାରେ ଖଣିକାର୍ଯ୍ୟରେ ବିଳମ୍ବ ହୋଇଥିଲା ।

Advertisment

ପରେ ଏଠାରେ କ୍ରସର ୟୁନିଟ୍ ସ୍ଥାପନ କରି ଲିଜଧାରୀ ପାଖାପାଖି ୧୫୦ ଫୁଟ୍ ଗଭୀରର ଏକ ପଥର ଖଣି କରି କୋଟି କୋଟି ଟଙ୍କାର ପଥର ବାହାର କରିଛନ୍ତି । କିନ୍ତୁ ଲିଜ୍ ଅବଧି ୨୦୨୧ ଫେବୃଆରୀ ୫ରେ ସରିଥିଲେ ବି ଲିଜଧାରୀ ଏଠାରୁ କ୍ରସର ଅନ୍ୟତ୍ର ସ୍ଥାନାନ୍ତର କରିନଥିବା ଅଭିଯୋଗ ହୋଇଛି । ଏମିତିକି ବନ୍ୟଜନ୍ତୁଙ୍କ ପାଇଁ ବିପଦ ସୃଷ୍ଟି କରୁଥିବା ୧୫୦ ଫୁଟ୍ ଗଭୀରର ପଥର ଖଣିକୁ ପୋତିବାର ବ୍ୟବସ୍ଥା ବି କରାଯାଉନି । ଅନ୍ୟପକ୍ଷରେ ଲିଜ୍ ସରିବା ପରେ ମଧ୍ୟ ଏଠାରେ କିଛିଦିନ ପର୍ଯ୍ୟନ୍ତ ଖଣି କାର୍ଯ୍ୟ ଏବଂ କ୍ରସର ଚାଲୁଥିଲା ବୋଲି ସ୍ଥାନୀୟ ଲୋକ କହିଛନ୍ତି ।

ବେଆଇନ କ୍ରସର ୟୁନିଟ୍ ସମ୍ପର୍କରେ ଚିନ୍ତା ପ୍ରକଟ କରିଛନ୍ତି ସ୍ଥାନୀୟ ବାସିନ୍ଦା ଯୁଧିଷ୍ଠିର ବାରିକ୍ । ଲିଜଧାରୀ କରିଥିବା ୧୫୦ ଫୁଟ୍ ଗଭୀର ଗାତରେ ଛେଳି, ମଣିଷ, ଗାଇ ଯିଏ ବି ପଡ଼ିଲେ ମରିବେ ବୋଲି କହିଛନ୍ତି । ଉପରେ ଉପରେ ମାଲ ନେବାକୁ କହିଲେ, କିନ୍ତୁ ଏତେ ବଡ଼ ଗାତ କରିବେ ବୋଲି କେହି ଜାଣି ନଥିଲେ । ଘର କରିବା ସହ ଅଞ୍ଚଳବାସୀଙ୍କୁ ପାଣି ସୁବିଧା ଯୋଗାଇ ଦିଆଯିବ ବୋଲି ଦିବା ସ୍ୱପ୍ନ ଦେଖାଇଥିଲେ । କିନ୍ତୁ କିଛି ନକରି ଲୋକଙ୍କ ପାଇଁ ଓଲଟି ବିପଦ ସୃଷ୍ଟି କରିଛନ୍ତି ।

Advertisment

ସବୁଠାରୁ ବଡ଼ କଥା ହେଲା ଏଠାରେ ଗୋଟିଏ କ୍ରସର ୟୁନିଟ କାର୍ଯ୍ୟ କରିବାକୁ ଅନୁମତି ଥିବା ବେଳେ ଏହି ଘରୋଇ ସଂସ୍ଥା ଦୁଇଟି ମୋବାଇଲ କ୍ରସର ସହ ତିନୋଟି କ୍ରସର ଚଲାଉଥିବା ଅଭିଯୋଗ ହେଉଛି । ଏସଂପର୍କରେ ବାଂଶପାଳ ତହସିଲଦାର ସପନ କୁମାର ସାହୁ କହିଛନ୍ତି ଲିଜ୍ ଅବଧି ସରିଛି ଏବଂ ଲିଜ୍ ଧାରୀଙ୍କୁ ଏଠାରୁ ଶୀଘ୍ର ସମସ୍ତ ଜିନିଷପତ୍ର ନେବାକୁ ନୋଟିସ୍ କରାଯାଇଛି ନହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Advertisment
Mineral Loot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ