Advertisment

ବିଶ୍ୱ ବଡି ବିଲ୍ଡିଂ ଚାମ୍ପିୟନସିପ୍‌ରେ ଜିତି ଦେଶ ପାଇଁ ଗୌରବ ଆଣିଲେ ଓଡିଆ ପୁଅ

ବ୍ରହ୍ମପୁର ପାଣିଗ୍ରାହୀ ପେଣ୍ଠ ସାହିର ଭାରୋତ୍ତୋଳକ ତଥା ବଡିବିଲ୍ଡର ଅର୍ଜୁନ ସାହୁ ୫୫ କିଲୋ ବର୍ଗରେ ଦେଶ ପାଇଁ ଗୌରବ ଆଣିଛନ୍ତି। ଗତ ଅକ୍ଟୋବରରେ ତାସକେଣ୍ଟରେ ଅନୁଷ୍ଠିତ ବିଶ୍ଵ ବଡିବିଲଡିଂ ଚାମ୍ପିଅନସିପରେ ପଦକ ବିଜୟୀ ହୋଇଥିଲେ। ଏଥିପାଇଁ ତାଙ୍କୁ ଆର୍ମି ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା।

Meet National Record Holder Weightlifter From Odisha's Berhampur

Meet National Record Holder Weightlifter From Odisha's Berhampur

Advertisment

ବ୍ରହ୍ମପୁର : ବିଶ୍ୱ ବଡି ବିଲ୍ଡିଂ ଚାମ୍ପିୟନସିପ୍‌ରେ ସ୍ୱର୍ଣ୍ଣ ଜିତି ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଲେ ଅର୍ଜୁନ ସାହୁ । ଆର୍ମିର ବିଶ୍ୱବିଜୟୀ ବାହୁବଳୀ ଯବାନ ଅର୍ଜୁନ ସାହୁ । ବ୍ରହ୍ମପୁର ବଡ଼ବଜାର ପାଣିଗ୍ରାହୀ ପେଣ୍ଠସାହିର ଭାରୋତ୍ତୋଳକ ତଥା ବଡିବିଲ୍ଡର ଅର୍ଜୁନ । ଗତ ମାସରେ ଉଜବେକିସ୍ତାନରେ ଅନୁଷ୍ଠିତ ବିଶ୍ୱ ବଡି ବିଲଡିଂ ଚାମ୍ପିଅନସିପ୍‌ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି କେବଳ ଏତିକି ନୁହେଁ ଭବିଷ୍ୟତରେ ସ୍ପୋର୍ଟସ୍ କ୍ୟାରିୟର ପରେ ସୀମାକୁ ଯାଇ ଶତ୍ରୁ ଆକ୍ରମଣରୁ ଦେଶକୁ ରକ୍ଷା କରିବେ ବୋଲି ମଧ୍ୟ ଅର୍ଜୁନ ଲକ୍ଷ୍ୟ ରଖିଛନ୍ତି ।

Advertisment

ପିଲାଦିନରୁ ଅର୍ଜୁନ ତାଙ୍କ ବଡ଼ ଭାଇ ମଦନଙ୍କୁ ଦେଖି ତାଙ୍କଠୁ ପ୍ରେରଣା ପାଇଥିଲେ । ଭାରୋତ୍ତୋଳନ ପାଇଁ ଆଗ୍ରହ ଥିବା ଅର୍ଜୁନ ୨୦୦୨ରେ ସପ୍ତମ ଶ୍ରେଣୀରେ ପଢୁଥିବା ବେଳେ ବ୍ରହ୍ମପୁର ଷ୍ଟାଡିୟମ କ୍ରୀଡା ଛାତ୍ରାବାସ ପାଇଁ ଭାରୋତ୍ତୋଳନରେ ଚୟନ ହୋଇଥିଲେ ।ଏହାପରେ ରାଜ୍ୟସ୍ତରରେ ଗୋଟିଏ ପରେ ଗୋଟିଏ ପଦକ ପାଇବା ପରେ ୨୦୧୦ରେ ଆର୍ମିରେ ଯବାନ ଭାବେ ତାଙ୍କୁ ଚାକିରୀ ମିଳିଥିଲା ।

୨୦୧୫ ଯାଏଁ ଭାରୋତ୍ତୋଳନରେ ପ୍ରତିନିଧିତ୍ୱ କରୁଥିବା ବେଳେ ସେଠାରେ ଟ୍ରେନିଂ ଦେଉଥିବା ପ୍ରଶିକ୍ଷକ ତାଙ୍କ ସୁନ୍ଦର ସ୍ୱାସ୍ଥ୍ୟ ଦେଖି ବଡିବିଲଡିଂ ଚାମ୍ପିଅନସିପ୍ ପାଇଁ ପ୍ରସ୍ତୁତି କରାଇଥିଲେ । ଆଉ ତା ପରଠୁ ସର୍ଭିସେସ୍ ପାଇଁ ପ୍ରତିନିଧିତ୍ୱ କରି ଜାତୀୟ, ଅନ୍ତର୍ଜାତୀୟ ଓ ବିଶ୍ୱ ବଡିବିଲଡିଂ ଚାମ୍ପିଅନସିପ୍‌ରେ ମେଡାଲ ଜିତିଛନ୍ତି ।

Advertisment

ଗତ ମାସରେ ଉଜବେକିସ୍ତାନରେ ଅନୁଷ୍ଠିତ ପ୍ରତିଯୋଗିତାରେ ଅର୍ଜୁନ ୫୫ କିଲୋ ବର୍ଗରେ ଆର୍ମିରୁ ପ୍ରତିନିଧିତ୍ୱ କରି ଗୋଲ୍ଡ ମେଡାଲ ଜିତିଛନ୍ତି । ଯାହାପରେ ତାଙ୍କୁ ସେନା ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅର୍ଜୁନ ବର୍ତ୍ତମାନ ବିହାର ରେଜିମେଣ୍ଟର ବିନାଗୁଡ଼ି ସେକ୍ଟରରେ ଯବାନ ଭାବେ କାର୍ଯ୍ୟରତ ଅଛନ୍ତି ।

ଏନେଇ ଅର୍ଜୁନଙ୍କୁ ତାଲିମ ଦେଉଥିବା ପ୍ରଶିକ୍ଷକ ରାଜେଶ କହିଛନ୍ତି ଯେ, ଅର୍ଜୁନଙ୍କ ଏହି ସୁନ୍ଦର ସ୍ୱସ୍ଥ୍ୟ ଭଗବାନଙ୍କ ଉପହାର । ବଡିବିଲଡିଂରେ ରୀତିମତ ଅଭ୍ୟାସ ତାଙ୍କୁ ଆଜି ଏହି ସଫଳତା ଆଣିଦେଇଛି । ସେପଟେ ପରିବାର ଲୋକ ଅର୍ଜୁନଙ୍କ ଏହି ସଫଳତାରେ ବହୁତ ଖୁସି ବ୍ୟକ୍ତ କରିଛନ୍ତି ।

Advertisment

ସୂଚନା ଅନୁସାରେ, ଅର୍ଜୁନଙ୍କ ବାପା ପରିବା ବିକ୍ରି କରୁଥିଲେ । ସ୍ୱଳ୍ପ ଆୟ ଓ ଭାରୋତ୍ତୋଳନରେ ଡାଏଟ୍ ପାଇଁ ଅଧିକ ଖର୍ଚ୍ଚ ହେଉଥିବାରୁ ବାପା ସବୁବେଳେ ଚାହୁଁଥିଲେ ପୁଅ ସ୍ୱର୍ଣ୍ଣ ପଦକ ଜିତୁ, ଦେଶ ପାଇଁ ଗୌରବ ଆଣୁ । କିନ୍ତୁ ଏବେ ଗୋଲ୍ଡ ଜିତି ଦେଶ ପାଇଁ ଗୌରବ ଆଣିବା ବେଳକୁ ବାପା ନାହାନ୍ତି । ଏକଥା କହିବା ବେଳକୁ ଅର୍ଜୁନଙ୍କ ମାଆ କାନ୍ଦି ପକାଇଛନ୍ତି । ଆଗାମୀ ଦିନରେ ଆର୍ମି ବିଭାଗରେ ଅନ୍ୟ ବର୍ଗ ଗୁଡ଼ିକରେ ପ୍ରତିନିଧିତ୍ୱ କରି ପୁରସ୍କାର ପାଇବାକୁ ଅର୍ଜୁନ ଲକ୍ଷ୍ୟ ରଖିଛନ୍ତି ।

Odisha Special Story National Record Holder Weightlifter  Berhampur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ