Maoists Threatened To Doctor And Clerk
ଡାକ୍ତର ଓ ହସ୍ପିଟାଲରେ କାମ କରୁଥିବା କିରାଣୀଙ୍କୁ ମାଓବାଦୀଙ୍କ ଧମକ। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହାଟଭରଣ୍ଡି ସରକାରୀ ଡାକ୍ତରଖାନାରେ ନିୟୋଜିତ ଜଣେ ଡାକ୍ତର ଓ କିରାଣୀଙ୍କୁ ଲାଲ୍ବାହିନୀ ଧମକ ଦେଇଛନ୍ତି।
ଏକ ପୋଷ୍ଟରରେ ଉଲ୍ଲେଖ କରାଯାଇଛି ଯେ, ଡାକ୍ତର ସତ୍ୟରଞ୍ଜନ ସାହୁ ଓ କିରାଣୀ ଗୋବିନ୍ଦ ଲୋକଙ୍କୁ ଶୋଷଣ କରୁଛନ୍ତି। ଜନ୍ମ ଓ ମୃତ୍ୟୁ ପ୍ରମାଣ ପତ୍ର ପାଇଁ ଡାକ୍ତର ସତ୍ୟରଞ୍ଜନ ଏବଂ କିରାଣୀ ଗୋବିନ୍ଦ ୫ ଶହରୁ ହଜାରେ ଟଙ୍କା ପର୍ଯ୍ୟନ୍ତ ନେଉଛନ୍ତି।
ତେଣୁ ରାଜ୍ୟ ସରକାର ଉଭୟଙ୍କୁ ତୁରନ୍ତ ନିଲମ୍ବନ ନ କଲେ ପ୍ରଜାକୋର୍ଟରେ ଦଣ୍ଡିତ କରାଯିବ ବୋଲି ସୀତାନଦୀ ଏରିଆ କମିଟି ପୋଷ୍ଟର ମାରିଛି। କୁନ୍ଦେଇ ପୋଲିସ ଏହି ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଛି ଏବଂ ପୋଷ୍ଟର ବ୍ୟାନର ଜବତ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us