Advertisment

ଆଦିବାସୀ ଅଧ୍ୟୁଷିତ ଇଲାକାରେ 'ଆୟୁଷ୍ମାନ ଭାରତ ଗୋଷ୍ଠୀ ସ୍ତରୀୟ ସ୍ୱାସ୍ଥ୍ୟ ମେଳା' ଅନୁଷ୍ଠିତ

ଆଦିବାସୀ ଅଧ୍ୟୁଷିତ ଇଲାକାରେ ଆୟୋଜିତ ହୋଇଛି ଆୟୁଷ୍ମାନ ଭାରତ ଗୋଷ୍ଠୀ ସ୍ତରୀୟ ସ୍ୱାସ୍ଥ୍ୟ ମେଳା । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଅନ୍ତର୍ଗତ ଏକୁଲସେକୁଲ ଇଲାକାରେ ଆରମ୍ଭ ହୋଇଛି ଏହି ମେଳା ।

 Ayushman Bharat health mela

Ayushman Bharat health mela

Advertisment

ଆଦିବାସୀ ଅଧ୍ୟୁଷିତ ଇଲାକାରେ ଆୟୋଜିତ ହୋଇଛି ଆୟୁଷ୍ମାନ ଭାରତ ଗୋଷ୍ଠୀ ସ୍ତରୀୟ ସ୍ୱାସ୍ଥ୍ୟ ମେଳା । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଅନ୍ତର୍ଗତ ଏକୁଲସେକୁଲ ଇଲାକାରେ ଆରମ୍ଭ ହୋଇଛି ଏହି ମେଳା । ପାହାଡ଼ ପର୍ବତ ଘେରା ଅପହଞ୍ଚ ଇଲାକାର ଏକୁଲସେକୁଲ ଗାଁରେ ପ୍ରଥମ ଥର ପାଇଁ ଲୋକଙ୍କ ପାଖରେ ପହଞ୍ଚିଛି ସ୍ୱାସ୍ଥ୍ୟ ସେବା ।

Advertisment

ଏହି କାର୍ଯ୍ୟକ୍ରମରେ ସାଂସଦ ମହେଶ ସାହୁ ଯୋଗ ଦେବା ସହ ବିରାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ,ଷ୍ଟାଫ ,ନର୍ସ ,ସ୍ୱାସ୍ଥ୍ୟ କର୍ମୀ ଓ ଅଧିକାରୀ ମାନେ ମଧ୍ୟ ଯୋଗ ଦେଇଥିଲେ । ସରକାରଙ୍କ ୬୪ ଗୋଟି ବିଭାଗ ମଧ୍ୟରୁ ମାତ୍ର କେତୋଟି ବିଭାଗ ଉପସ୍ଥିତ ରହିବା ଏବଂ ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଜିଲ୍ଲାପାଳ ଅନୁପସ୍ଥିତ ରହିବାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ସାଂସଦ ମହେଶ ସାହୁ ।

ଏହାସହ ସେ କହିଛନ୍ତି ଯେ, ପ୍ରଶାସନିକ ଅଧିକାରୀ ମାନଙ୍କର ଅବହେଳା ଯୋଗୁଁ ଏକୁଲସେକୁଲ ଭଳି ଅପହଞ୍ଚ ଇଲାକାରେ ବିକାଶ ବାଧାପ୍ରାପ୍ତ ହେଉଛି। ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ଅବଦାନ ଯୋଗୁଁ ଅନୁଗୁଳ ଜିଲ୍ଲା ଖଣିଜ ପାଣ୍ଠିରୁ ଆସିଥିବା ୬୦ ଲକ୍ଷ ଟଙ୍କା ଏହି ଅପହଞ୍ଚ ଇଲାକାରେ ବିନିଯୋଗ ପାଇଁ ମଞ୍ଜୁରୀ ମିଳିଛି । ମାତ୍ର ପ୍ରଶାସନିକ ଅଧିକାରୀମାନଙ୍କ ଅବହେଳା ଯୋଗୁଁ ଟଙ୍କା କାମ ନହୋଇ ବିକାଶ ହୋଇପାରୁନାହିଁ । ଢେଙ୍କାନାଳ-ଯାଜପୁର-କେଉଁଝର ସୀମାର ସଂଲଗ୍ନରେ ଥିବା ଏହି ଏକୁଲସେକୁଲ ଗାଁ ସରକାରଙ୍କ ସବୁ ସେବାରୁ ବଂଚିତ ହେଉଛନ୍ତି । ତେବେ ଅପହଞ୍ଚ ଇଲାକା ଏକୁଲସେକୁଲର ଭାଗ୍ୟ ବଦଳିବ ନା ନୂଆଁ ସୂର୍ଯ୍ୟର ଉଦୟ ହେବ ତାହାକୁ ହିଁ ଅପେକ୍ଷା ।

Advertisment
Ayushman Bharat Health Mela
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ