Advertisment

ଏଣିକି ସରକାରୀ କାର୍ଯ୍ୟକ୍ରମରେ ଅତିଥିଙ୍କ ପ୍ଲେଟ୍‌ରେ ପରଶାଯିବ ମାଣ୍ଡିଆ ସ୍ନାକ୍ସ

ଏଣିକି ସରକାରୀ କାର୍ଯ୍ୟକ୍ରମରେ ମାଣ୍ଡିଆ ଟିଫିନ୍ ଓ ସ୍ନାକ୍ସ। ସବୁ ବିଭାଗକୁ କୃଷି ପ୍ରମୁଖ ସଚିବଙ୍କ ଚିଠି। ଏନେଇ ଓଡ଼ିଶା ମିଲେଟ୍ ମିଶନର ପ୍ରଚାର ପ୍ରସାର ଉଦ୍ୟମ। ଚାଷୀଙ୍କ ସହ ଭଲ ବେପାର ଆଶାରେ ବ୍ୟବସାୟୀ ବି ଖୁସ୍।

ଅଦ୍ୟତନ ହୋଇଛି
Mandia snacks will serv on the guest's plate at official events

Mandia snacks will serv on the guest's plate at official events

Advertisment

ପୋଷଣର ଭଣ୍ଡାର କୁହାଯାଉଥିବା ମାଣ୍ଡିଆର ବହୁଳ ବ୍ୟବହାର ପାଇଁ ଅଣ୍ଟା ଭିଡିଛି ରାଜ୍ୟ କୃଷି ବିଭାଗ। ସରକାରୀ କାର୍ଯ୍ୟକ୍ରମରେ ମାଣ୍ଡିଆରୁ ପ୍ରସ୍ତୁତ ସ୍ନାକ୍ସ ଓ ଟିଫିନ୍ ଦିଆଯିବା ନେଇ ସବୁ ବିଭାଗକୁ ଚିଠି କଲେ ରାଜ୍ୟ କୃଷି ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢୀ। ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟର ଚାହିଦା ବଢାଇବା ସହ ଓଡିଶା ମିଲେଟ୍ ମିଶନର ପ୍ରଚାର ପ୍ରସାର ପାଇଁ ଆରମ୍ଭ ହୋଇଛି ଏହି ଉଦ୍ୟମ। ସେପଟେ ସରକାରଙ୍କ ନିଷ୍ପତ୍ତିକୁ ସ୍ୱଗତ କରିଛନ୍ତି ବ୍ୟବସାୟୀ।

Advertisment

ଏଣିକି ସବୁ ସରକାରୀ କାର୍ଯ୍ୟକ୍ରମ ଓ ସମ୍ମିଳନୀରେ ସିଙ୍ଗଡା, ବରା ଓ ମିଠା ବଦଳରେ ମାଣ୍ଡିଆରେ ପ୍ରସ୍ତୁତ ବିସ୍କୁଟ୍‌, ମିକ୍ସଚର, ନିମ୍‌କି, ପିଠା ଏବଂ ଲଡୁ ଦେବାକୁ ପରାମର୍ଶ ଦିଆଯାଇଛି। ଏନେଇ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ କୃଷି ଏବଂ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି। ଓଡିଶା ମିଲେଟ୍ ମିଶନ ଜରିଆରେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟର ପ୍ରଚାର ପ୍ରସାର ସହ ଚାଷୀର ଆର୍ଥିକ ଉନ୍ନତି ଓ ସଶକ୍ତୀକରଣକୁ ଗୁରୁତ୍ୱ ଦେଇଛି ରାଜ୍ୟ କୃଷି ବିଭାଗ।

ସରକାରଙ୍କ ଏହି ନିଷ୍ପତ୍ତିରେ ଖୁସି ବ୍ୟକ୍ତ କରିଛନ୍ତି ବ୍ୟବସାୟୀ। ଆଶା ରଖିଛନ୍ତି ଏଥର ସେମାନଙ୍କ ଭଲ ବେପାର ହେବ। କୋରାପୁଟ ଓ ଜୟପୁରରେ ବର୍ତ୍ତମାନ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟର ଅଧିକ ବ୍ୟବହାର ହେଉଛି। ନ୍ୟୁଟ୍ରିସନ୍‌ରେ ଭରପୁର ମାଣ୍ଡିଆରେ ବିସ୍କୁଟ୍‌, ମିକ୍ସଚର, ମୁଡ୍‌କି, ନିମ୍‌କି, ପିଠା ଓ ଲଡୁ ସହ ଚକୋଲେଟ୍, କେକ୍, ସୁପ୍ , ଦୋଷା ଏବଂ ଇଡ୍‌ଲିର ଚାହିଦା ରହିଛି। ଲୋକେ ଏସବୁକୁ ବେଶ୍ ପସନ୍ଦ କରୁଛନ୍ତି। ଏପରିକି ଜୟପୁରରେ ମିଳୁଥିବା ମାଣ୍ଡିଆ ଚାର ସ୍ୱାଦ ବି ନିଆରା।

Advertisment

୨୦୧୭ରେ ଆରମ୍ଭ ହୋଇଥିଲା ରାଜ୍ୟ ସରକାରଙ୍କ ଫ୍ଲାଗ୍‌ସିପ୍ ପ୍ରୋଗ୍ରାମ ଓଡ଼ିଶା ମିଲେଟ୍ ମିଶନ୍। ଏଥିରେ ମାଣ୍ଡିଆର ଚାହିଦା ବଢାଇବା ସହ ଚାଷୀଙ୍କ ଆର୍ଥିକ ଉନ୍ନତି ଲକ୍ଷ୍ୟ ରଖାଯାଇଥିଲା। ବର୍ତ୍ତମାନ ରାଜ୍ୟର ପ୍ରାୟ ୧୯ ଜିଲ୍ଲାରେ ମାଣ୍ଡିଆ ଚାଷ ହେଉଛି। ତେବେ ସେମିତି ଆଖିଦୃଶିଆ ଲାଭ ମିଳୁନି ଚାଷୀଙ୍କୁ। ସେପଟେ ଜାତିସଂଘ ଦ୍ୱାରା ୨୦୨୩କୁ ଇଣ୍ଟର୍‌ନାସ୍‌ନାଲ୍‌ ଇଅର ଅଫ୍ ମିଲେଟ୍ସ ଭାବେ ଘୋଷଣା କରାଯାଇଛି।

(ରିପୋର୍ଟ : ଜୟପୁରରୁ ଟି.ଗୋରୀଶଙ୍କରଙ୍କ ସହ ଭୁବନେଶ୍ୱରରୁ ଚନ୍ଦନ ପାଇକରାୟ)

Odisha Govt Ordered Odisha Govt Projects Mandia Rasabali Mandia Laddu Mandia Cha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ