Advertisment

ରାତି ଅଧରେ ପୁଅ ପାଲଟିଲା ଫେସବୁକ୍‌ ପ୍ରେମିକା, ସଂସାର ଗଢ଼ିବା ସ୍ୱପ୍ନ ହୋଇଗଲା ଚୁରମାର୍‌

ଯାହାକୁ ଜୀବନସାଥୀ କରିବାର ଇଚ୍ଛା ରଖି ବିବାହର ପ୍ରତିଶ୍ରୁତି ଦେଇଥିଲେ, ଯେତେବେଳେ ଜାଣିଲେ ସିଏ ପୁଅ ବୋଲି ସବୁ ସ୍ୱପ୍ନ ଭାଙ୍ଗି ଚୁରମାର ହୋଇଯାଇଛି ।

ଅଦ୍ୟତନ ହୋଇଛି
Bride Turned Man

Bride Turned Man

Advertisment

ଧୋକା ଦେଲା ପ୍ରେମିକା । ପୁଅ ହୋଇ ବି ଝିଅର କରୁଥିଲେ ଅଭିନୟ । ସତ ଜଣାପଡ଼ିବା ପରେ ସବୁ ସରିଗଲା । ପ୍ରଥମେ ଫେସବୁକରେ ବନ୍ଧୁତା ହେଲା ,ପରେ ମୋବାଇଲରେ କଥାବାର୍ତ୍ତା, ଆଉ ମାତ୍ର ୧୫ ଦିନ କଥାବାର୍ତ୍ତା ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ପରସ୍ପର ମଧ୍ୟରେ ଫଟୋ ଦିଆନିଆ ମଧ୍ୟ ହେଲା । ଏମିତି ଗଭୀର ସମ୍ପର୍କ ଗଢି ଉଠିଲା ଯେ, ଶେଷରେ ବାହାଘର ହେବାପାଇଁ ନିଷ୍ପତି ବି ନେଲେ ପ୍ରେମୀଯୁଗଳ।

Advertisment

ଯାହାକୁ ଜୀବନସାଥୀ କରିବାର ଇଚ୍ଛା ରଖି ବିବାହର ପ୍ରତିଶ୍ରୁତି ଦେଇଥିଲେ, ଯେତେବେଳେ ଜାଣିଲେ ସିଏ ପୁଅ ବୋଲି ସବୁ ସ୍ୱପ୍ନ ଭାଙ୍ଗି ଚୁରମାର ହୋଇଯାଇଛି । ଏଭଳି ଘଟଣା ଏବେ ଭଦ୍ରକ ବାସୁଦେବପୁର ଥାନା କଷିଆ ଅଞ୍ଚଳରେ ଘଟିଛି। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ପଶ୍ଚିମବଙ୍ଗ ଚବିଶ ପ୍ରଗଣା ଅଞ୍ଚଳର ପ୍ରେମିକ ଆଲୋକ କୁମାର ମିସ୍ତ୍ରୀ କେନ୍ଦ୍ରାପଡ଼ା ଜମ୍ବୁ ରାମନଗର ଅଞ୍ଚଳର ଜଣେ ଯୁବତୀଙ୍କ ସହ ଫେସବୁକରେ ଫ୍ରେଣ୍ଡ ହୋଇଥିଲେ। କିଛିଦିନ ଫେସବୁକରେ ଚାଟିଂ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଆଉ ଉଭୟେ ବିବାହ କରିବେ ବୋଲି ନିଷ୍ପତି ନେଇଥିଲେ । ଯାହାକୁ ନେଇ ପ୍ରେମିକ ପଶ୍ଚିମବଙ୍ଗରୁ ଓଡିଶା ଆସିଥିଲେ । ଉଭୟ ପ୍ରେମୀ ଚଣ୍ଡିଖୋଲ ନିକଟରେ ଭେଟହୋଇ ବିବାହ କରିବେ ବୋଲି ନିଷ୍ପତି ନେଇଥିଲେ।

Advertisment

ଚଣ୍ଡିଖୋଲରୁ ଉଭୟେ ପ୍ରେମିକର ମାମୁ ଘର ବାସୁଦେବପୁର କଷିଆ ଅଞ୍ଚଳକୁ ଆସିଥିଲେ। କିନ୍ତୁ ମାମୁଁଘର ଗାଁରେ ପ୍ରେମି ଯୁଗଳଙ୍କୁ ଚିହ୍ନିପାରିଥିଲେ ଜଣେ ବ୍ୟକ୍ତି। ଆଉ ପ୍ରେମିକା ଜଣକ ଝିଅ ନୁହେଁ ବରଂ ପୁଅ ବୋଲି ଜଣାପଡ଼ିଥିଲା। ଘଟଣା ଜଣାପଡ଼ିବା ପରେ ଗାଁଲୋକ ଏକତ୍ରିତ ହୋଇ ଯୁବକଙ୍କର ଲମ୍ବା ଚୁଟିକୁ କାଟି ପୁଅ ପୋଷାକ ପିନ୍ଧାଇ ପୋଲିସକୁ ଖବର ଦେଇଥିଲେ। ପରେ ପୋଲିସ ଯୁବକଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ତେବେ ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ । ପ୍ରେମିକ ଜଣକ ପୁଅ ହୋଇଥିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି ।

Special Story Bride Turned Man
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ