Advertisment

୧୦ ବର୍ଷର ଅପେକ୍ଷା...ସାବିତ୍ରୀଙ୍କ ପାଖକୁ ଫେରିଲେ ସତ୍ୟବାନ୍‌

ସ୍ୱାମୀ ଫେରିବେ, ସ୍ୱାମୀ ଆସିବେ ଏହି ଆଶାରେ ବିତିଗଲା ତାଙ୍କର ୧୦ ବର୍ଷ। ସତକୁ ସତ ସ୍ୱାମୀ ମଧ୍ୟ ଫେରିଲେ। ସ୍ୱାମୀ ଯାଇଥିଲେ ତ ଯାଇଥିଲେ ଆଉ ଘରକୁ ଫେରିନଥିଲେ। ହେଲେ ଶେଷରେ ସ୍ତ୍ରୀର ନିଷ୍ଠା ଓ ପ୍ରାର୍ଥନା ସତ ପ୍ରମାଣିତ ହୋଇଛି। ଆଉ ସ୍ୱାମୀ ଫେରିବା ପରେ ଘରେ ଖୁସି କହିଲେ ନସରେ।

ଅଦ୍ୟତନ ହୋଇଛି
Husband Returned Home After 10 Years

Husband Returned Home After 10 Years

Advertisment

ସାବିତ୍ରୀ...ସ୍ୱାମୀ ସତ୍ୟବାନ୍‌ଙ୍କୁ ମୃତ୍ୟୁ ମୁହଁରୁ ବଞ୍ଚାଇ ଆଣିଥିଲେ। ହେଲେ ଆମେ ଆପଣଙ୍କୁ ଏମିତି ଜଣେ ସାବିତ୍ରୀଙ୍କ କଥା କହିବୁ, ଯିଏ ସ୍ୱାମୀଙ୍କ ବାଟକୁ ୧୦ ବର୍ଷ ହେଲା ଚାହିଁ ରହିଥିଲେ।ସ୍ୱାମୀ ଫେରିବେ, ସ୍ୱାମୀ ଆସିବେ ଏହି ଆଶାରେ ବିତିଗଲା ତାଙ୍କର ୧୦ ବର୍ଷ। ସତକୁ ସତ ସ୍ୱାମୀ ମଧ୍ୟ ଫେରିଲେ। ସ୍ୱାମୀ ଯାଇଥିଲେ ତ ଯାଇଥିଲେ ଆଉ ଘରକୁ ଫେରିନଥିଲେ। ହେଲେ ଶେଷରେ ସ୍ତ୍ରୀର ନିଷ୍ଠା ଓ ପ୍ରାର୍ଥନା ସତ ପ୍ରମାଣିତ ହୋଇଛି। ଆଉ ସ୍ୱାମୀ ଫେରିବା ପରେ ଘରେ ଖୁସି କହିଲେ ନସରେ। 

Advertisment

ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ଯତିନ୍ଦ୍ର ବେହେରା ୧୦ ବର୍ଷ ପରେ ଘରକୁ ଫେରିଛନ୍ତି। ଘରକୁ ଫେରିବା ପରେ ପରିବାରରେ ଖୁସିର ମାହୋଳ ଖେଳି ଯାଇଛି। ହେଲେ ଏହି ୧୦ ‍ବର୍ଷ ତାଙ୍କ ବାଟ ଚାହିଁ ବସିଥିଲେ ପତ୍ନୀ, ମା’, ଝିଅ ଓ ପୁଅ। ନିଇତି ପୁଅକୁ ମନେ ପକାଇ ମା’ ଆଖିର ଲୁହ ଯେମିତି ଶୁଖି ଯାଇଥିଲା। ସ୍ତ୍ରୀ ମଧ୍ୟ ସେମିତି ଚାତକ ପରି ସ୍ୱାମୀଙ୍କ ଫେରିବା ବାଟକୁ ଚାହିଁ ବସିଥିଲେ। ପୁଅ ଓ ଝିଅ ମଧ୍ୟ ଏବେ ବାପାଙ୍କୁ ପାଖରୁ ପାଇ ବେଶ୍ ଖୁସି। 

୨୦୧୩ ମସିହା ଅକ୍ଟୋବର ମାସରେ ଛେଣ୍ଡିପଦାର ଯତିନ୍ଦ୍ର ଝିଅର ଜନ୍ମଦିନରେ ହିଁ ଘରୁ କେଉଁ ଆଡ଼େ ଚାଲି ଯାଇଥିଲେ। ଅନେକ ଖୋଜାଖୋଜି କରିବା ପରେ ତାଙ୍କର କୌଣସି ପତ୍ତା ମିଳି ପାରିନଥିଲା। ପୋଲିସରେ ଏତଲା ପରେ ବି ତାଙ୍କ ଖୋଜ ଖବର ପାଇନଥିଲେ କେହି। ତଥାପି ଆଶା ଛାଡ଼ି ନ ଥିଲେ ଯତୀନ୍ଦ୍ରଙ୍କ ମା’ ଯଶୋଦା ଓ ସ୍ତ୍ରୀ ଆରତି ବେହେରା। ଯତୀନ୍ଦ୍ର ଯେ ଦିନେ ନିଶ୍ଚିତ ଘରକୁ ଫେରିବେ ସେହି ବିଶ୍ୱାସକୁ ଭରସା କରି ଅପେକ୍ଷା କରିଥିଲେ ପରିବାର ଲୋକ। ଯତୀନ୍ଦ୍ରଙ୍କ ମାନସିକ ଅବସ୍ଥା ଭଲ ନଥିବାରୁ ପରିବାର ଲୋକେ ତାଙ୍କୁ ନେଇ ଚିନ୍ତିତ ଥିଲେ। ତେବେ ସ୍ୱାମୀ ଘରୁ ଚାଲିଯିବା ପରେ ଯତିନ୍ଦ୍ରଙ୍କ ପତ୍ନୀ ଏକାକୀ ୧୮ ମାସର ପୁଅ, ୫ ବର୍ଷ ଝିଅ ଓ ଶାଶୁଙ୍କ ଦାୟିତ୍ୱ ସମ୍ଭାଳିବା ସହ ଘର ଚଳାଉ ଥିଲେ। 

Advertisment

ଯତିନ୍ଦ୍ରଙ୍କ ମାନସିକ ଅବସ୍ଥା ଠିକ୍ ନଥିବାରୁ କୌଣସି ପ୍ରକାରେ ସେ ମଧ୍ୟପ୍ରଦେଶ ଚାଲି ଯାଇଥିଲେ। ସେଠାରେ ଏକ ଢାବାରେ କାମ କରି ଜୀବନ ନିର୍ବାହ କରୁଥିଲେ। ହଠାତ୍‌ ଜଣେ ଓଡ଼ିଆ ଟ୍ରକ୍‌ ଡ୍ରାଇଭରଙ୍କ ସହ ତାଙ୍କର ଭେଟ ହୋଇଥିଲା। ଏହାପରେ ଦୀର୍ଘ ୧୦ ବର୍ଷ ପରେ ପରିବାର ଲୋକଙ୍କ ଉଦ୍ଦେଶ୍ୟରେ ଯତିନ୍ଦ୍ର ଚିଠି ଲେଖିଥିଲେ। ସମ୍ପୃକ୍ତ ଟ୍ରକ୍‌ ଡ୍ରାଇଭର ଅନ୍ୟ ଜଣେ ଟ୍ରକ୍ ଡ୍ରାଇଭରଙ୍କ ସହାୟତାରେ ଯତିନ୍ଦ୍ରଙ୍କ ଚିଠିକୁ ତାଙ୍କ ପରିବାର ଲୋକଙ୍କ ନିକଟରେ ପହଞ୍ଚାଇ ଥିଲେ। 

Advertisment

ଏହା ଜାଣିବା ପରେ ଯତିନ୍ଦ୍ରଙ୍କ ପରିବାର ଲୋକ ଛେଣ୍ଡିପଦା ପଞ୍ଚାୟତର ସରପଞ୍ଚଙ୍କୁ ଜଣାଇଥିଲେ। ଏନେଇ ସରପଞ୍ଚ ଓ ଯତିନ୍ଦ୍ରଙ୍କ ପରିବାର ଲୋକ ଛେଣ୍ଡିପଦା ଥାନା ସହ ଯୋଗାଯୋଗ କରିଥିଲେ। ଥାନାଧିକାରୀ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଏକ ପୋଲିସ୍‌ ଟିମ୍‌ ସହାୟତାରେ ଯତିନ୍ଦ୍ରଙ୍କ ପରିବାରର ସଦସ୍ୟଙ୍କ ସହ ଗତ ୧୪ ତାରିଖରେ ମଧ୍ୟପ୍ରଦେଶ ଯାତ୍ରା କରିଥିଲେ। ଶେଷରେ ସ୍ଥାନୀୟ ପୋଲିସ୍‌ ସହାୟତାରେ ଯତୀନ୍ଦ୍ରଙ୍କୁ ଉଦ୍ଧାର କରାଯାଇ ଘରକୁ ଫେରାଇ ଆଣିଥିଲେ।

ବିଶ୍ୱାସ ଥିଲେ ସ୍ୱାମୀ ଫେରିବେ, ଭରସା ଥିଲା ସେ ଆସିବେ ଆଉ ୧୦ ବର୍ଷ ପରେ ସେସବୁ ସତ ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ